ମୁଁ ବେହୋସ ହେଇ ଯାଇଥିଲି ତାପରେ ମୋର ଯେତେବେଳେ ହୋସ ଆସିଲା ମୁଁ ଦେଖିଲି ମୋର ଗୋଟେ କିଡନୀ ନାହିଁ।ଛି ରେ ମଣିଷ ଛି,ଛି ତୋର ଏହି ମଣିଷ ପଣିଆକୁ ଆଉ ଧିକ ତୋର ଏହି ମଣିଷତ୍ୱକୁ।ତମେ ସ୍ବାମୀ ନା ଗୋଟେ ସଇତାନ,ତମେ ସ୍ବାମୀ ନା ଗୋଟେ କଂଶି,ଜୀବନ ଦେଇ ତମକୁ ଭଲ ପାଇଥିଲି ହେଲେ ତମେ ମୋ ଜୀବନ କାଢି ନେଲ।
ଅନ୍ଧ ପରି ବିଶ୍ୱାସ କାଲି ତମକୁ ମୋର ସବୁ କିଛି ସମର୍ପଣ କରିଦେଇଥିଲି ହେଲେ ତମେ ମୋ ବିଶ୍ଵାସରେ ବିଷ ଦେଇ ବିଶ୍ୱାସଘାତକତା କରିଛ। ଟଙ୍କା ରୋଜଗାର କରିବା ପାଇଁ ଦୁନିଆରେ କେତେ ବାଟ ପଡ଼ିଛି,ହେଲେ ତମକୁ କଣ କିଛି ବାଟ ମିଳିଲାନି ଯେ ଶେଷରେ ମତେ ମେଡିକାଲ ନେଇ ମତେ ଚିକିତ୍ସା କରିବା ନାଁରେ ମୋ କିଡନୀଟା ବିକ୍ରି କରିଦେଲ!
ଛି ତମ ମଣିଷ ପଣିଆକୁ ଯିଏ ନିଜ ସ୍ତ୍ରୀର କିଡନୀ ବିକି ପଇସା ରୋଜଗାର କରି ପାରୁଛି,ଜୀବନରୁ ମାରି ଦେବା ତା ପାଇଁ କିଛି ବଡ଼ କଥା ନୁହଁ।ଏପରି ପୁରୁଷ ଗୋଟେ ସ୍ବାମୀ ନାଁରେ କଳଙ୍କ ଆଜ୍ଞା।ସ୍ବାମୀ ହୋଇ ସ୍ତ୍ରୀକୁ ପୋଷିବା ବଦଳରେ ଓଲଟି ତାକୁ ଧୋକା ଦେଇ ସ୍ତ୍ରୀ ର କିଡନୀ ବିକିବା କେବଳ ଗୋଟେ ନର ରାକ୍ଷାସ ହିଁ କରି ପାରିବ।
ସ୍ବାମୀ ହୋଇ ତମେ ଯାହା କରିଛ ଏକଥା ଶୁଣି କଉ ସ୍ତ୍ରୀ ଆଉ ତା ସ୍ବାମୀ ଉପରେ ଭରସା କରିବନି।ଏକଥା ଶୁଣିଲେ କଉ ସ୍ତ୍ରୀ ଆଉ ତା ସ୍ବାମୀକୁ ଭରସା କରିବା?ଗୋଟିଏ ନାରୀ ତା ଜୀବନରେ କେବଳ ଜଣକୁ ଅନ୍ଧ ପରି ବିଶ୍ୱାସ କରେ ଓ ଭଲ ମଧ୍ୟ ପାଏ।ସ୍ବାମୀଙ୍କୁ ତାର ଦେବତା ବୋଲି ମାନି ଥାଏ।
ସ୍ତ୍ରୀର ଦୁଃଖ ସୁଖରେ ଛିଡା ହେଇ ତାର ଦୁଃଖ ସୁଖରେ ମଧ୍ୟ ସାହାରା ଦିଏ।ହେଲେ ସେଇ ସ୍ବାମୀ ଯଦି ବିଶ୍ଵାସରେ ପ୍ରତାରଣା କରି ବିଶ୍ଵାସରେ ବିଷ ଦେଇ ପ୍ରତାରଣା କରିବ ଆଉ ସ୍ତ୍ରୀ କିଡନୀ ବିକିବ ତାହେଲେ ତେବେ ବିଚାର ନାରୀଟି କରିବ କଣ?ମୁଁ କି ଭୁଲ କରିଥିଲି ତମର କେତେ ଭରସା କରିଥିଲିମୁଁ ସବୁକିଛି ଛାଡ଼ି
ଦେଇ ମୁଁ ତମକୁ ନିଜର କରିଥିଲି,କଣ ଏଇସବୁ ଦେଖିବା ପାଇଁ?ମୁଁ ତମକୁ ନେଇକି କେତେ ସ୍ଵପ୍ନ ଦେଖିଥିଲି।ଛି ତମ ମଣିଷ ପଣିଆକୁ, ଧିକ ତମ ବଡ଼ ପଣିଆକୁ।ମୋ ବାପା ମା ସବୁ କିଛି କୁ ଛାଡ଼ି ଦେଇ କଣ ଆସିଥିଲି ବସିବାକୁ?ରାସ୍ତା କୋଡରେ ପଶୁ ଯଦି ତା ଜୀବନ ସାଥିକୁ ଛାଡୁ ନାହିଁ,ତମେ କେମିତି ମତେ ଏଡେ ବଡ ଶାସ୍ତି ଦେଇ ପାରିଲା?
ସ୍ୱାମୀର ଦାୟିତ୍ଵ ତା ସ୍ତ୍ରୀର ଦୁଃଖ ସୁଖରେ ତା ପାଖରେ ଛିଡ଼ା ହେବା।ହେଲେ ତମେ କଣ କଲ?ତମେ ସ୍ବାମୀ ନାଁରେ ଗୋଟେ କଳଙ୍କ।ମୋ ଜୀବନ ଠାରୁ ମୁଁ ତମକୁ ଅଧିକ ବିଶ୍ୱାସ କରିଥିଲି ହେଲେ ତମେ ମୋ ବିଶ୍ଵାସରେ ଯେମିତି ବିଷ ଦେଲ ତମକୁ ଏ ଜନ୍ମ କଣ ୭ ଜନ୍ମ ଯାଏ ଭଗବାନ ମଧ୍ୟ କ୍ଷମା କରିବେ ନାହିଁ।