ଲୁହରେ ଗଢା ବନ୍ଧ ହୀରାକୁଦ,ଲକ୍ଷ ଲକ୍ଷ ଲୋକଙ୍କ Bhitamati ଆଉ ଗାଁ ବୁଡି ଯାଇଛି ଏହି ହୀରାକୁଦ ବନ୍ଧ ପାଇଁ ହେଲେ ସେମାନେ ପାଇଲେ କଣ…

Spread the love

ହୀରାକୁଦ ନଦୀ ବନ୍ଧ ଏହା ବିଶ୍ଵର ସବୁଠାରୁ ଲମ୍ବା ନଦୀ ବନ୍ଧ। ଏହି ବନ୍ଧ ନିର୍ମାଣ ସମ୍ବଲପୁର ଜିଲ୍ଲାରେ ହୋଇଛି ତେବେ ଏହି ବନ୍ଧ ଯେଉଁ ଜିଲ୍ଲାରେ ଅଛି ଯେଉଁ ସ୍ଥାନରେ ଅଛି ସେହି ସ୍ଥାନ ଆଗରୁ କାହାର ଥିଲା ସେଠି କିଏ ଥିଲେ କି ନାହିଁ ଏହି ବନ୍ଧ ହେଲା ପରେ ସେମାନଙ୍କ କଣ ହେଲା ତାଙ୍କୁ ଅନ୍ୟ ସ୍ଥାନରେ ଜମି ମିଳିଲା କି ନାହିଁ ଆସନ୍ତୁ ଜାଣିବା ଏହି ବିଷୟରେ।

ଆମେ ଭିଟା ମାଟି ଛାଡି ଆଦରି ନେଲୁ ଅଚିହ୍ନା ସ୍ଥାନ ଟିଏ ,ରାଜ୍ୟର ଉନ୍ନତି ପ୍ରଗତି ପାଇଁ ଆମେ ହେଲି ବିସ୍ଥାପିତ।ଲୁହ ଲହୁର ସଂଘର୍ଷ ଆଉ ଜନ୍ମ ମାଟି ବୁଡି ଯିବାର କଷ୍ଟ।ମାନଚିତ୍ରରୁ ହଟିଗଲା ଶୈଶବ କାଟିଥିବା ଗାଁ।ଶଙ୍ଖ ନାଦରେ ଫାଟି ପଡୁଥିଲା ମନ୍ଦିର ନେଲା ସଲିଲ ସମାଧି।ନିଶ୍ଚିଂହ୍ନ ହେଲା ମୋ ଛକରେ ଜୀବନ ଜୀବିକା ପାଇଁ

ରାମୁ କରିଥିବା ଦୋକାନ ଗୋଟାକ।ପେଟ କାଟି ଦିନରାତି ଖଟି ମୋ ବାପା ମା କରିଥିବା ପକ୍କା ଘର ଆଜି କେଉଁଠି।ବେଳେବେଳେ ହୀରାକୁଦର ଅକାତ ଜଳ ରାଶିକୁ ଡେଇଁ ମୋର ଶୈଶବ ଖୋଜିବାକୁ ଇଛା ହୁଏ।ଇଛା ହୁଏ ପୁଣି ମୋ ଗାଁ ମନ୍ଦିର ବେଢ଼ାରେ ବସି ଭାଗବତ ଶୁଣିବାକୁ ପୋଖରୀ ତୁଠ ଆମ୍ବ ଗଛକୁ ଚଢ଼ି ପୋଖରୀ

ମଝିକୁ ଡେଇଁବାକୁ ।ହେଲେ ବିସ୍ତୀର୍ଣ୍ଣ ଜଳ ରାଶି ହଜେଇ ଦେଇଛି ସେ ସବୁକୁ।ମୋ ଅଧା ଜୀବନ ପୁଣି ମୋ ଗାଁ ,ମୋ ପରିଚୟ ସବୁକିଛି ହଜିଗଲା ହୀରାକୁଦ ପାଣିରେ।ଓଡ଼ିଶାକୁ ବନ୍ୟା ଗିଳୁଥିଲା ମାଟିଆ ରଙ୍ଗର ପାଣି ଜୀବନ ନେଉଥିଲା ମତେ ବିସ୍ଥାପିତ କରି ତୁମେ ନିର୍ମାଣ କଲ ହୀରାକୁଦ ଗଢ଼ିଲ ସର୍ବ ବୃହତ୍

ମାଟି ବନ୍ଧ ମତେ ଭୂତେଇ ଦେଲ । କହିଲ ଜମି ମିଳିବ ଶାନ୍ତିରେ କଟିବ ଜୀବନ ମୋ ଗାଁକୁ ବୁଡ଼େଇ ମତେ ଦେଖାଇ ଥିଲ ଅନେକ ସ୍ବପ୍ନ ।ରାତିରେ ସ୍ବପ୍ନ ଆସେ ସେଦିନ ମୋ ଗାଁ ମୁଣ୍ଡରେ ରହିଥିବା ରାଜୁ ପଚାରେ ତୁ ସେଦିନ ରାଜି ହେଳୁ କଣ ଟା ପାଇଲୁ କଣ ଦେଲେ ସରକାର ୬୫ ବର୍ଷ ହେଲା ଜଳୁଛି ଆତ୍ମା।

ମୁଁ ଯାଏନି ହୀରାକୁଦ ମତେ ମନେ ପଡେ ସେଦିନର ଯାତନା ମନେ ପଡ଼ନ୍ତି ମୋ ବାପା ମାଆ। ମନେ ପଡେ ମୋ ଜନ୍ମ ମାଟିରୁ ବାସନ୍ଦ ନିଜ ଗାଁ କୁ ଛାଡିବାର ଯନ୍ତ୍ରଣା ଜମି ପଟ୍ଟା ପାଇଁ ଆଉ କେତେ କାନ୍ଦିବୁ ଲୁହ ଶୁଖି ଗଲାଣି ତଥାପି ନୀରବ ଏହି ସରକାର।

Leave a Reply

Your email address will not be published. Required fields are marked *