ଆଇନ ତାର କାମ କରିବ।ମୁଁ ସମସ୍ତଙ୍କୁ ଏହା କହିବି କି ମୋ ସହିତ ଯାହା ନ୍ୟାୟ ଏବଂ ଅନ୍ୟାୟ ହୋଇଛି ତାହା ସମସ୍ତେ ଜାଣିଛନ୍ତି କୋର୍ଟ ତାଙ୍କର କାମ କରିବେ।ମୋର ନ୍ୟାୟ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭରସା ଅଛି ଆଉ ଯାହା ବି କହିବାର ଅଛି ମୋର ଓକିଲ କହିବେ ବୋଲି ପ୍ରକୃତି ମିଶ୍ର ଗଣ ମାଧ୍ୟମ ଆଗରେ କହିଛନ୍ତି।
ପ୍ରକୃତି ମିଶ୍ରଙ୍କ ଓକିଲ କହିଛନ୍ତି କି ମୁଁ ସବୁବେଳେ ପୁରୁଷ ମାନଙ୍କ ନ୍ୟାୟ ପାଇଁ ଲଢେ ତା ମାନେ ନୁହେଁ ମୁଁ ନାରୀ ମାନଙ୍କ ନ୍ୟାୟ ପାଇଁ ଲଢ଼ିବି ନାହିଁ।ମୁଁ ସବୁବେଳେ ପୁରୁଷ ମାନଙ୍କ ଅଧିକାର ପାଇଁ ଚେଷ୍ଟା କରେ ତା ମାନେ ନୁହେଁ ମୁଁ ନାରୀ ମାନଙ୍କ ଅଧିକାର ବିଷୟରେ କୌଣସି କଥା କହିବିନି।ପୁରୁଷ ଏବଂ ନାରୀ
ସମସ୍ତଙ୍କ ପାଇଁ ନ୍ୟାୟ ସମାନ ଏବଂ ସମସ୍ତଙ୍କୁ ନ୍ୟାୟ ପାଇବାର ଅଧିକାର ଅଛି।ସେଥି ପାଇଁ ଆମେ ଆଜି ମାନ୍ୟବର ହାଇକୋର୍ଟ ଙ୍କ ଦ୍ବାରସ୍ଥ ହୋଇଛୁ କି ଗୋଟିଏ ନାରୀ ସହ ଏପରି ବ୍ୟବହାର ହେଲା ପୋଲିସ ସେଥି ପ୍ରତି ବିଶେଷ କିଛି ପଦକ୍ଷେପ ନେଲା ନାହିଁ ଏବଂ ଯେଉଁ ଉପଯୁକ୍ତ ଧାରା ଲଗାଇବା କଥା
ତାହା ମଧ୍ୟ ଲଗାଇଲା ନାହିଁ।ତେଣୁ ଆମେ ହାଇକୋର୍ଟଙ୍କ ପାଖକୁ ଆସିଛୁ ମୋ କ୍ଲାଇଣ୍ଟ କୁ ନ୍ୟାୟ ମିଳୁ। ବାବୁଶାନ୍ ଙ୍କ ପତ୍ନୀ ତୃପ୍ତି,ତାଙ୍କ ଶଶୁର ଏବଂ ତାଙ୍କ ସହ ଯେଉଁ ୮ଟି ଗୁଣ୍ଡା ଥିଲେ ଆମେ ତାଙ୍କ ନାମରେ ଅଭିଯୋଗ ହୋଇଛି।ଯଦି ଆପଣଙ୍କ ଘରେ ଝଗଡା ଥିଲା ତାହା ଆପଣ ଘରେ ସମାଧାନ କରିଥାନ୍ତେ।
ଏପରି ରାସ୍ତା ମଝିରେ ସକାଳ ୭ଟା ବେଳେ ଦୁଇ ଜଣଙ୍କୁ ପିଟି ବାର ଅର୍ଥ କଣ ସେମାନେ କୌଣସି ଆପତ୍ତି ଜନକ ଅବସ୍ଥାରେ ମଧ୍ୟ ନଥିଲେ। ଆମ ପାଖରେ ଉପଯୁକ୍ତ ପ୍ରମାଣ ଅଛି ଆମେ ସମୟ ଆସିଲେ ଏହି ପ୍ରମାଣ ଗୁଡ଼ିକୁ ମାନ୍ୟବର କୋର୍ଟଙ୍କୁ ଦେଖାଇବୁ ବୋଲି ପ୍ରକୃତି ମିଶ୍ର ଙ୍କ ଓକିଲ କହିଛନ୍ତି।