ହୁମାନ ସାଗର ଙ୍କ ସ୍ତ୍ରୀ Sriya କହିଲେ ମୋ ସ୍ୱାମୀ ମୋତେ ବହୁତ ମାତ୍ର ରେ ହଇରାଣ କରୁଛନ୍ତି,ସମସ୍ତେ ମିଶିକି ମତେ…

Spread the love

ଓଡ଼ିଆ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗରଙ୍କ ବିରୁଦ୍ଧରେ ତାଙ୍କ ସ୍ତ୍ରୀ ଆଣିଲେ ଅଭିଯୋଗ। କହିଲେ ହ୍ୟୁମାନ ମତେ ବହୁତ ମାରୁଛନ୍ତି।ସବୁବେଳେ ଦେଉଛନ୍ତି ଶାରୀରିକ ଓ ମାନସିକ ନି-ର୍ଯ୍ୟା-ତ-ନା।ତାଙ୍କର ଏହି ଭଳି ଅତ୍ୟାଚାରକୁ ଆଉ ସହି ପାରୁନି।ଏମିତି କିଛି ଅଭିଯୋଗ ଆସିଛି ଓଡ଼ିଶାର କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାମରେ।

ଏହି ଅଭିଯୋଗ ଆଣିଛନ୍ତି ତାଙ୍କର ପତ୍ନୀ।ଯାହାଙ୍କ ଗୀତରେ ରାଜ୍ୟର ସବୁ ଯୁବପିଢି ମତୁଆଲା ହୁଅନ୍ତି ଓ ତାଙ୍କର ଗୀତକୁ ସବୁବେଳେ ଗୁଣୁ ଗୁଣାଉ ଥାଆନ୍ତି ସେହି ହ୍ୟୁମାନ ସାଗର ଏବେ ଛନ୍ଦି ହୋଇଛନ୍ତି ତାଙ୍କ ସ୍ତ୍ରୀଙ୍କୁ ନି-ର୍ଯ୍ୟା-ତନା ମାମଲାରେ। ହ୍ୟୁମାନ କୁଆଡେ କିଛି ମାସ ହେବ ସ୍ତ୍ରୀଙ୍କୁ ଅବହେଳା କରିବା

ସହ ଶାରୀରିକ ଓ ମାନସିକ ଦେଉଥିଲେ।ରାତିରେ ଘରକୁ ଆସିଲେ ସ୍ତ୍ରୀଙ୍କୁ ମାଡ଼ ମାରୁଥିଲେ।ଖରାପ ବ୍ୟବହାର କରୁଥିଲେ। ପୂର୍ବ ଭଳି ତାଙ୍କୁ ଆଉ ଭଲ ପାଉ ନଥିଲେ। ଏମିତି କିଛି ଅଭିଯୋଗ ଆଣିଛନ୍ତି ହ୍ୟୁମାନଙ୍କ ପତ୍ନୀ।ତେବେ ବଲାଙ୍ଗୀରର ଏହି କଣ୍ଠଶିଳ୍ପୀ କଟକ ସିଡିଏରେ ରହୁଛନ୍ତି।

ତେବେ କିଛି ମାସ ହେବ ପାରିବାରିକ ଅଶାନ୍ତି ପାଇଁ ସ୍ତ୍ରୀ ବାଲେଶ୍ବରରେ ଥିବା ବାପ ଘରକୁ ଚାଲି ଯାଇଛନ୍ତି।ହେଲେ ହ୍ୟୁମାନଙ୍କ ଆଚରଣରେ କିଛି ସୁଧାର ନ ହେବାରୁ ମଙ୍ଗଳବାର ଦିନ କଟକ ଡିସିପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏହାକୁ ନେଇ ଅଭିଯୋଗ କରିଥିଲେ ହ୍ୟୁମାନଙ୍କ ସ୍ତ୍ରୀ। ଡିସିପି ଏହି ଘଟଣାର ତଦନ୍ତ

ପାଇଁ ମହିଳା ଥାନାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଉଭୟଙ୍କୁ ଥାନାରେ ହାଜର ହେବାକୁ କୁହା ଯାଇଛି।ତେବେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓଡିଶାର ଜଣେ ଜଣା ଶୁଣା ଗାୟକ।ସେ ଅନେକ ଗୀତ ଗାଇଛନ୍ତି। ଏହା ସହିତ ତାଙ୍କର ଅନେକ ଗୀତ ୟୁଟ୍ୟୁବରେ ଅନେକ ଲୋକମାନେ ତାଙ୍କ ଗୀତକୁ ଦେଖୁଛନ୍ତି ଆଉ

ପସନ୍ଦ ମଧ୍ୟ କରୁଛନ୍ତି।ତେବେ ତାଙ୍କ ନାମରେ ତାଙ୍କ ସ୍ତ୍ରୀ ଏବେ ଆଣିଛନ୍ତି ଅଭିଯୋଗ। ରିପୋର୍ଟକୁ ନେଇ ପ୍ରସ୍ତୁତ।

Leave a Reply

Your email address will not be published. Required fields are marked *