Newly ବିବାହିତଙ୍କ ପାଇଁ ରାସନ କାର୍ଡ ନିୟମ ହେଲା ବଡ ପରିବର୍ତନ,ଏହି ସବୁ କାମ କରିଲେ ବଡ ସୁବିଧା ସବୁ ମିଳିବ…

Spread the love

ବିବାହିତ ମାନେ ରାସନ କାର୍ଡରେ କରନ୍ତୁ ଏହି ପରିବର୍ତ୍ତନ ନଚେତ ହୋଇପାରେ କ୍ଷତି।ତେବେ ଯଦି ଆପଣ ଜଣେ ରାସନ କାର୍ଡ ଧାରି ଓ ବିବାହିତ ତେବେ ଏହା ଜାଣିବା ଆପଣ ନିହାତି ଆବଶ୍ୟକ।ରାସନ କାର୍ଡରେ ଆପଣ ନିଜର ଘରର ସମସ୍ତ ଲୋକଙ୍କ ନାମ ରଖିଛନ୍ତି ତେବେ ଏହା ପରେ ଯଦି ଆପଣ ବିବାହିତ ଅଟନ୍ତି ଓ ଜଣେ ନୂତନ ସଦସ୍ୟ ଆପଣଙ୍କ ଘରକୁ ଆସିଛନ୍ତି ତେବେ ଆପଣ ତାଙ୍କ ନାମ

ଏଥିରେ ରଖିବା ନିହାତି ଭାବରେ ଆବଶ୍ୟକ ଅଟେ।ତେବେ ଏହା ଆପଣ କିପରି କରିବେ ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।ତେବେ ଯଦି ଆପଣ ବିବାହିତ ଅଟନ୍ତି ତେବେ ସର୍ବ ପ୍ରଥମେ ଆପଣ ନିଜର ଆଧାର କାର୍ଡ ଅପଡେଟ କରିବା ଆବଶ୍ୟକ।ଏହା ବ୍ୟତୀତ ସେହି ମହିଳାଙ୍କ ଆଧାର କାର୍ଡରେ

ପିତାଙ୍କ ନାମ ବଦଳରେ ପତିଙ୍କ ନାମ ଲେଖିବା ଆବଶ୍ୟକ ଅଟେ।ଏହା ବ୍ୟତୀତ ଯଦି କୌଣସି ଛୋଟ ପିଲା ଜନ୍ମ ହୋଇଛନ୍ତି ତେବେ ତାଙ୍କର ଆଧାର କାର୍ଡରେ ପିତାଙ୍କ ନାମ ଲେଖିବା ଆବଶ୍ୟକ।ଏହା ପରେ ଏହି ଆଧାର କାର୍ଡର ଏକ କପି ଆପଣ ଖାଦ୍ୟ ଯୋଗାଣ ଅଧିକାରୀ ଙ୍କ ପାଖକୁ ନିଜର ଆଧାର କାର୍ଡ

ସହିତ ଯୋଡ଼ିବା ପାଇଁ ଆବେଦନ କରି ପାରିବେ ଏହାକୁ ଆପଣ ନିଜର ଘରେ ବସି ମଧ୍ୟ ଆବେଦନ କରି ପାରିବେ।ତେବେ ଆପଣ ଖାଦ୍ୟ ଯୋଗାଣ ୱେବସାଇଟ ଯାଇ ସେଠାରେ ମଧ୍ୟ ଆବେଦନ କରି ନୂତନ ସଦସ୍ୟଙ୍କ ନାମ ଯୋଡ଼ି ପାରିବେ।ଏହା ବ୍ୟତୀତ ଯଦି ଆପଣ କୌଣସି ଛୋଟ ପିଲାଙ୍କ ନାମ

ଯୋଡିବା ପାଇଁ ଚାହୁଁଛନ୍ତି ତେବେ ଆପଣ ସର୍ବ ପ୍ରଥମେ ତାଙ୍କର ଆଧାର କାର୍ଡ ତିଆରି କରିବା ଆବଶ୍ୟକ।ଏହା ପରେ ଏହାକୁ ନେଇ ଆପଣ ଆବେଦନ କରି ତାଙ୍କର ନାମ ଯୋଡ଼ି ପାରିବେ।ଏବେ ଅନେକ ରାଜ୍ୟରେ ଅନଲାଇନ ମାଧ୍ୟମରେ ସହଜରେ ନୂତନ ସଦସ୍ୟଙ୍କ ନାମ ଯୋଡା ଯାଇ ପାରୁଚି କିନ୍ତୁ ଓଡ଼ିଶାରେ

ଏହା ବିଶେଷ ଭାବରେ ଆରମ୍ଭ ହୋଇ ନାହିଁ।ଆପଣ ଏହାକୁ ଅଫଲାଇନ ଦ୍ଵାରା ମଧ୍ୟ କରି ପାରିବେ।ତେବେ ଆମେ ଭିନ୍ନ ଭିନ୍ନ ପ୍ରଶ୍ନ ସହ ଉତ୍ତର ବି କେତେବେଳେ କେମିତି ନେଇକି ଆସୁ, ତେବେ ପ୍ରଶ୍ନ ଓ ଉତ୍ତର ବିଷୟବସ୍ତୁ ଆପଣଂକୁ କିପରି ଲାଗେ କମେଣ୍ଟ ରେ ଜଣେଇ ପାରିବେ।

Leave a Reply

Your email address will not be published. Required fields are marked *