Bhaina ହୋଟେଲ ସ୍ପେଶାଳ ମଟନ,ସାରା ଭୁବନେଶ୍ୱର ରେ ପ୍ରସିଦ୍ଧ ଅଟେ ତାଙ୍କ ମଟନ ଝୋଳ,ଖାଇଲେ ଆପଣ ଟେଷ୍ଟ ଜାଣିବେ…ଦେଖନ୍ତୁ Video

Spread the love

ଏକ ନୂଆ ତଥା ନିଆରା ହୋଟେଲ ବିଷୟରେ ଜାଣନ୍ତୁ।ଆଜି ଆମେ ବାହାରିଛୁ ଭୁବନେଶ୍ୱର ବାପୁଜୀ ନଗରର ଗୋଟିଏ ଫେମସ ମଟନ ହୋଟେଲକୁ।ତାର କୌଣସି ଇଣ୍ଟ୍ରଦକ୍ସନ ପ୍ରାୟ ଦରକାର ନାହିଁ।ହୋଟେଲ ଲୋକପ୍ରିୟ ଅଟେ ।ଆପଣ ମାନେ ପ୍ରାୟ ଜାଣି ପାରୁଥିବେ ତାହା କେତେ ଫେମସ।ଏହା ଏବେ ନୁହେଁ।ଏହା ପ୍ରାୟ ୫୦ ବର୍ଷ ହେବ ପାଖାପାଖି ଫେମସ ହୋଇ ଆସିଛି।ଆଉ ସେମିତି କ୍ୱାଲିଟି ହେଉଛି ବୋଲି ଲୋକମାନେ ପସନ୍ଦ କରୁଛନ୍ତି।ତାହା ହେଉଛି ଭାଇନା ମଟନ।

ଯାହା ହେଉଛି ବହୁତ ପୁରୁଣା।ଯେତେବେଳେ ଆମେ କିଶୋର ଭାଇନା ମଟନ ଖାଇଥିଲୁ ଓ ଭିଡିଓ ହେଇଥିଲା କି କେବେ ନା କେବେ ଯାଇ ଟ୍ରାଏ କରନ୍ତୁ ଭାଇନା ହୋଟେଲରେ।କିନ୍ତୁ ସେହି ସମୟରେ ତାଙ୍କର କେବଳ ସାଧା ହିଁ ଚାଲିଥିଲା।୧୦ରୁ ୧୫ ବର୍ଷ ହେବ ଖାଲି ସାଧା ହେଉଥିଲା।ଗତ ୬ ମାସ ହେବ ସେ ମଟନ କରୁଛନ୍ତି।

ଆଜି ଗୋଟିଏ ସୁଯୋଗ ମିଳିଛି ନିଶ୍ଚୟ ଖାଇବା।ଆଜି ଜାଣିବା କେମିତି ତାଙ୍କ ମଟନ ଲାଗୁଛି।ଏହା ହେଉଛି ଭାଇନା ହୋଟେଲ ଭୁବନେଶ୍ୱର। ଏଇଠି ଅନେକ ପ୍ରକାର ମିଲ ମିଳିଥାଏ।ସବୁ ପ୍ରକାରର ସାଧା ଓ ଆମିଷ ଖାଦ୍ୟ। ଆମିଶରେ ଚିକେନ,ମଟନ,ମାଛ ଏମିତି ସବୁ ମିଳେ।ଏହି ଜାଗାରେ ୨୫ ବର୍ଷ ହେବ ଖାଦ୍ୟ ପ୍ରସ୍ତୁତ ହେଉଛି।

ହୋଟେଲର ନାମ ପ୍ରାୟ ୫୦ ବର୍ଷ ହେବ ରହିଛି। ଏଠାକାର ସବୁଠାରୁ ଅଧିକ ମଟନ ହିଁ ଲୋକମାନେ ଖାଇଥାନ୍ତି। ମଟନର ଫୁଲ ପ୍ଲେଟ ହେଉଛି ୩୦୦ ଟଙ୍କା।ଯେଉଁଥିରେ ମଟନ ୮ ପିସ ରହୁଛି।ସାଧା ମିଲ ୫୦ ଟଙ୍କା।ଏହା ସହ ଅନ୍ୟ କିଛି ନେଲେ ୧୦୦ ଟଙ୍କା।ଆପଣ ଯେଉଁଠାକୁ ଯିବେ ଦେଖିବେ ଲୋକମାନେ ବେଶି କୁହନ୍ତି

କି ମଟନ ଯଦି ଟିକେ ଭଲ ହୋଇଥିବ ଖାଇବାକୁ।ଏହା ବ୍ୟତୀତ ଚିକେନ ଓ ଅନ୍ୟ ଆଇଟମ ଆପଣ ସବୁ ଆଡେ ପାଇବେ। ମଟନର ଯଦି ଟେଷ୍ଟ ଟିକିଏ ଭଲ ରହେ ଲୋକମାନେ ଅଧିକ ପସନ୍ଦ କରନ୍ତି।ମଟନ ଟେଷ୍ଟ ମଧ୍ୟ ଭଲ ରହୁଛି ପଇସା ହିସାବରେ।ଆଜି କାଲି ମଟନ କେଜିର ଦାମ ୭୦୦ରୁ ୮୦୦ ଟଙ୍କା ହେଲାଣି।

ସବୁ ଜାଗାରେ ପ୍ରାୟ ମଟନ ପ୍ଲେଟ ଏମିତି ହିଁ ଅଛି।ଆଉ ୩୦୦ ଟଙ୍କା ପ୍ଲେଟରେ ସେ ୮ ପିସ ଦେଉଛନ୍ତି ମାନେ ଏହା ବହୁତ ଭଲ।ଗୋଟିଏ ଗୋଟିଏ ଜାଗାରେ ଏତିକି ପାଇଁ ୪୦୦ରୁ ୫୦୦ ଟଙ୍କା ନିଅନ୍ତି।କିଛି ଲୋକ କୁହନ୍ତି ଏହି ପଇସାରେ ଅଲଗା ବି ଖାଇବାକୁ ମିଳିବ।ତେବେ ଏହା ମଧ୍ୟରେ ଭିନ୍ନ କଣ।

ପ୍ରଥମ କଥା ହେଲା ଏଠାରେ ମଟନ ବହୁତ ଭଲ ଅଛି।ନା ବେଶି ତେଲ ଅଛି ନା ବେଶି ମସଲା। ମଟନରେ ପ୍ରାୟ ତ ତେଲ ଥାଏ ଟିକିଏ ଅଧିକ।କିନ୍ତୁ ଏଠାରେ ଏତେ ନାହିଁ।ପୁରା ଘର ପ୍ରସ୍ତୁତ ଖାଦ୍ୟ ଭଳି ଲାଗୁଛି। ମଟନର ଏମିତି ବାସ୍ନା ହୁଏ କି ନ ଖାଇଲେ ମଧ୍ୟ କହି ହେବ କି ମଟନ ବହୁତ ବଢିଆ ହୋଇଛି।ସାଧା ମିଲ ମଧ୍ୟ ସେହି ଭଳି।

Leave a Reply

Your email address will not be published. Required fields are marked *