ସେଦିନ ଶ୍ରୀୟା ପାଇଁ kanduthile ହ୍ୟୁମାନ,ଆଉ ଆଜି ତାଙ୍କୁ କିଭଳି କନ୍ଦେଇ ପାରିଲେ ବୋଲି…

Spread the love

ଶ୍ରୀୟାଙ୍କୁ ଦିନେ ପାଗଳ ପରି ପ୍ରେମ କରୁଥିବା ହ୍ୟୁମାନ କେମିତି ବଦଳି ଗଲେ। କାହିଁକି ଦୁହିଙ୍କ ଭିତରେ ଏମିତି ଝଡ଼ ଦେଖିବାକୁ ମିଳିଲା।ଯେଉଁ ଗାୟକଙ୍କ ଗୀତରେ ଯୁବକଙ୍କ ଆଖିରୁ ଲୁହ ଗଡି ଯାଉଥିଲା ସେହି ଗାୟକ କିଭଳି ତାଙ୍କ ପ୍ରେମିକା ବା ପତ୍ନୀଙ୍କୁ କଷ୍ଟ ଦେଇ ପାରିଲେ। ତାଙ୍କ ଲୁହକୁ କିଭଳି ବୁଝି ପାରିଲେ ନାହିଁ।

ଦୁହିଁଙ୍କର ପ୍ରେମ ବିବାହ ହୋଇଥିଲେ। ଦୁହିଁଙ୍କ ବିବାଦ ଘଟଣା ସାମ୍ନାକୁ ଆସିବା ପରେ ଦୁହିଙ୍କ ଝଗଡ଼ା କେମିତି ହୋଇଥିଲା ପ୍ରେମ କେମିତି ହୋଇଥିଲା ପ୍ରଥମ ଦେଖା କେମିତି ହୋଇଥିଲା। ଏହି କଥାକୁ ନେଇ ଏବେ ବହୁତ ଆଲୋଚନା ହେଉଛି। ଶ୍ରେୟା ଥାନାରେ ଅଭିଯୋଗ କରିବା ପରେ ଏବେ ସବୁ କଥା ଉଠୁଛି।

ପୋଲିସ ଦୁହିଁଙ୍କ କଥା ଶୁଣିବା ପରେ ଦୁଇ ଜଣଙ୍କୁ କାଉନସେଲିଂ ପାଇଁ ଦୁଇ ଦିନ ସମୟ ଦେଇଛି।ଏବେ ଯେଉଁ ମନ ମିଶୁ ନାହିଁ ଦିନ ଥିଲା ଜଣେ ମନକୁ ବୁଝାଇବା ପାଇଁ ତା ମୁଣ୍ଡରେ କାନ୍ଧ ରଖି କାନ୍ଦି ପକାଉ ଥିଲା।୨୦୧୨ ମସିହାରେ ଏକ ସିଙ୍ଗିଂ ରିଆଲିଟି ଶୋରେ ଶ୍ରୀୟା ଓ ହ୍ୟୁମାନ ଦେଖା ହୋଇଥିଲେ।

ଆଉ ସେଠାରୁ ଧୀରେ ଧୀରେ ପ୍ରେମ ଆରମ୍ଭ ହୋଇଥିଲା।ଆଉ ସେଠୁ ଦୁହେଁ ଭଲ ପାଇ ବସିଥିଲେ ଦୁହିଁଙ୍କୁ।ସମୟ ଗଡିବା ସହ ସମ୍ପର୍କକୁ ମଜଭୂତ କରିବା ପାଇଁ ଜୀବନ ସାରା ଦୁହିଁଙ୍କ ହାତ ଧରିବା ପାଇଁ ସ୍ଥିର କରିଥିଲେ। ୨୦୧୭ ମସିହାରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ଶ୍ରୀୟା ଓ ହ୍ୟୁମାନ ଉଭୟ

କଣ୍ଠଶିଳ୍ପୀ ହୋଇଥିଲେ ମଧ୍ୟ ହ୍ୟୁମାନଙ୍କ ଲୋକପ୍ରିୟତା ତାଙ୍କୁ ବହୁତ ଉପରକୁ ଉଠାଇ ନେଇଛି।ହେଲେ ଦିନ ଏମିତି ଆସିବ ବୋଲି ହ୍ୟୁମାନଙ୍କ ଫ୍ୟାନ ମାନେ ପ୍ରାୟ ଅନୁମାନ କରି ନଥିଲେ।ହ୍ୟୁମାନ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଏମିତି ଆସିଯିବ କେହି ଭାବି ନଥିଲେ।ତେବେ ପତ୍ନୀ ଯାହା ଅଭିଯୋଗ କରିଛନ୍ତି ହ୍ୟୁମାନ

କୁଆଡେ ମଦ ପିଇ ପତ୍ନୀଙ୍କୁ ମାର ଧର କରୁଥିଲେ ସବୁବେଳେ।ଆଉ ଧର୍ମ ପରିବର୍ତ୍ତନକୁ ନେଇ ସବୁବେଳେ କୁଆଡେ ବାଧ୍ୟ କରୁଥିଲେ।ଯେଉଁଥିରେ ହ୍ୟୁମାନ ପତ୍ନୀଙ୍କ ଏହି ସବୁ କଥାକୁ ସତ ବୋଲି କହିଛନ୍ତି। ଆଉ ସେପଟେ ଦୁହିଁଙ୍କୁ ୨ ଦିନ ଦିଆ ଯାଇଛି ଅପଶା ବୁଝାମଣା କରିବା ପାଇଁ। ଦେଖା ଯାଉ ଆଗକୁ ସବୁ ଠିକ ହେଉଛି ନା ଏହି କାହାଣୀ କିଛି ଅଲଗା ମୋଡ଼ ନେଉଛି। ରିପୋର୍ଟକୁ ନେଇ ପ୍ରସ୍ତୁତ।

Leave a Reply

Your email address will not be published. Required fields are marked *