ମୋ ସ୍ୱାମୀ ମୋ ପ୍ରେମକୁ Padare ଆଡେଇ ଅନ୍ୟ ଝିଅ ସହ ବୁଲୁଚି,ଆଉ ତାକୁ ରାତିରେ ନେଇକି ସେ…ଦେଖନ୍ତୁ Video

Spread the love

ଶାରୀରିକ ସଂପର୍କ ରଖିଲାବେଳେ କେଉଁଠି ଥିଲା ଝିଅର ଜାତି?ଅଜାତି ଝିଅର ପ୍ରେମ ମିଠା ଲାଗୁଥିଲା କେମିତି?ମନ ଭରିଗଲା ପରେ ଝିଅ ହେଇଗଲା ଛୋଟ ଜାତି।କୁଆଡେ ଗଲା ସେ ରସିକ ନାଗର ସ୍ୱାମୀର ଅଢେଇ ଦିନିଆ ପ୍ରେମ?ସବୁକିଛି ଲୁଟି ନେଲା ପରେ କେମିତି ବଦଳି ଗଲା ଧୋକେବାଜ ସ୍ୱାମୀର ମନ।

ନୂଆ ନୂଆ ପ୍ରେମ ଲାଗୁଥିଲା କନ କନ,ପ୍ରେମରେ ଉବୁଟୁବୁ ହୋଇ ନିଜକୁ ହଜାଇ ଦେଇଥିଲେ ପ୍ରେମୀ ଯୁଗଳ।ପ୍ରେମରେ ହଜି ଯାଇ ଭୁଲି ଯାଇଥିଲେ ଜାତି ପ୍ରଥା ପରମ୍ପରା।ପ୍ରେମର ଅସୁମାରୀ ଢେଉ ସତେ ଯେମିତି ଦିଜଣଙ୍କୁ ପୁରା ହଜେଇ ଦେଇଥିଲା।ଶେଷରେ ଦୁହେଁ ଦୁହିଁଙ୍କର ବନି ଗଲେ ଜୀବନ ସାଥି।

ସାତ କଳସ ୮ଦୀପକୁ ସାକ୍ଷୀ ରାଖୀ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ଝିଅ ଅଜାତି ବୋଲି ଜାଣି ମଧ୍ୟ ପ୍ରେମିକାକୁ ଗ୍ରହଣ କଲା ନିଜର ସ୍ତ୍ରୀ ରୂପରେ ରୋମିଅ ପ୍ରେମିକ।ବାହାଘରର କିଛି ଦିନ ଦୁହେଁ ବହୁତ ଖୁସିରେ ରହିବା ସହ ଅତି ରୋମାଣ୍ଟିକ ଅନ୍ଦାଜରେ ଉପଭୋଗ କରୁଥିଲେ ନିଜ ଜୀବନକୁ।

ଏହାରି ଭିତରେ ଦୁନିଆକୁ ଆସିଲା ଦୁହିଁଙ୍କର ପ୍ରେମର ସମ୍ପଦ।ବାପା ମା ପୁଅକୁ ନେଇ ଠିକ ଠାକ ଚାଲିଥିଲା ପରିବାର,ଏହାରି ଭିତରେ ପ୍ରବେଶ କରେ ଗୋଟେ ନୂଆ ଚରିତ୍ର ଆଉ ତାପରେ ବଦଳିଯାଏ ପୁରା କାହାଣୀର ମୋଡ଼ ଆଜ୍ଞା।ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୁଏ ଝଡ଼,ଏହା ପରେ ସ୍ୱାମୀର ଉତୁରି ଗଲା ସ୍ତ୍ରୀ ପାଖରୁ ପ୍ରେମ ନିଶା।ଆଉ ସ୍ତ୍ରୀର ପ୍ରେମ ସ୍ବାମୀଙ୍କୁ ଲାଗୁ ନଥିଲା ମିଠା।

ସ୍ବାମୀ ଖୋଜୁଥିଲା ନୂଆ ନୂଆ ଦେହ ଆଉ ଶାଶୁ ଘର ଲୋକଙ୍କୁ ଦରକାର ଥିଲା ମୋଟ ଅଙ୍କର ଟଙ୍କା।ତେଣୁ ଆରମ୍ଭ ହୋଇଥିଲା ସ୍ତ୍ରୀ ଉପରେ ଶାରୀରିକ ଆଉ ମାନସିକ ।ଶେଷରେ ସ୍ତ୍ରୀ ସହି ନପାରି ଘରକୁ ଯାଇଥିବା ବେଳେ ଶାଶୁଘର ଲୋକ ସ୍ୱାମୀର ବିବାହ ଜଣେ ବିବାହିତ ମହିଳା ସହ କରି ଦେଇଥିଲେ।

ଏନେଇ ସ୍ତ୍ରୀ ବିରୋଧ କରିବାରୁ,ସ୍ବାମୀ ଓ ଶାଶୂ ଘରର ଲୋକ ବହୁ ଅଜାତି ଘରର ଆଉ ଟଙ୍କା ନ ଆଣିଲେ ଘରେ ପୁରେଇଦେବୁ ନାହିଁ ବୋଲି ସିଧା ସିଧା କହି ଦେଇଥିଲେ।ହଁ ଦର୍ଶକ ବନ୍ଧୁ ଏପରି ଏକ ସଙ୍ଗିନୀ ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲ୍ଲାର ଅଡ଼ସ ଗାଁର ଶିବରାମ ମଲ୍ଲିକଙ୍କ ଝିଅ ବର୍ଷା ମଲ୍ଲିକ।

ହେରୋଷମା ଗାଁର ପ୍ରତାପ ବାରିକ ଙ୍କୁ ପ୍ରେମ ବିବାହ କରିଥିଲେ।ହେଲେ ବିବାହକୁ ୪ବର୍ଷ ବିତିଗଲା ପରେ ସ୍ତ୍ରୀର ପ୍ରେମକୁ ତୁଚ୍ଛ କରି ଓ ନିଜ ଛୁଆକୁ ଛାଡ଼ି ୪ମାସ ହେବ ଜଣେ ବିବାହିତ ମହିଳାଙ୍କ ସହିତ ଫେରାର ହେଇ ଯାଇଛି।
ଆଉ ଏନେଇ ବର୍ଷା ହେରୋଷମା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି,ଅଭିଯୋଗକୁ ଆଧାର କରି ପୋଲିସ ପରିବାରର ଲୋକଙ୍କୁ ଡକାଇ ପଚାର ଉଚରା କରୁଛି।

Leave a Reply

Your email address will not be published. Required fields are marked *