କାନ୍ଦି କାନ୍ଦି ଲୋକ ଜଣକ କହୁଛନ୍ତି,ଏତେ ଭଲ ପାଇଥିଲି ଭାଇ ତାକୁ ଆଉ ସେ ପିଲାର ସୁନ୍ଦରତା ତଥା ପଇସା ଦେଖି ପଳେଇଲା ସେ।ମୋ ପିଲା ମୋତେ ନ ଦେଖିଲେ ରହି ପାରିବେନି।ଯୁଆଡେ ବି ଦେଖିଲେ ବାପା ବାପା ବୋଲି କହି କହି ମୋ ପକେଟରୁ ପଇସା କାଢି ନେଇ ପଳେଇବ।ମୋ ପିଲା ଏବେ କଣ କରିବେ ଆଜ୍ଞା।ମୁଁ ଏତେ ଭଲ ପାଇଥିଲି ତାକୁ କି ମୋ
ବାପା ମାଙ୍କ ସହ ବି କଥା ବାର୍ତ୍ତା ବନ୍ଦ କରି ଦେଇଥିଲି।ଗାଁକୁ ଜମା ବି ଆସିବି ନାହିଁ ବୋଲି କହିଥିଲି। ମୋ ବାପା ମାଙ୍କ ସହ କଥା ନହେଇ ମୁଁ ବହୁତ ବଡ଼ ଭୁଲ କଲି ଆଜ୍ଞା।ମୁଁ ଏହି ଭୁଲର ଅନୁତାପ ଏବେ ହି କରୁଛି।ମୁଁ ତ ଭଲ ପାଇଥିଲି ଆଉ କୋର୍ଟ ମ୍ୟାରେଜ କରିଥିଲି। ଏହାପରେ ଆମେ ଭୁବନେଶ୍ବର ଚାଲି ଯାଇଥିଲୁ
ଆଉ ସେଠାରେ ସୁଖ ସଂସାର କରୁଥିଲୁ।ଭଲରେ ଭଲରେ ଆମେ ଦୁଃଖ ସଂସାର ଦେଢ଼ ବର୍ଷ କଲୁ ଆଉ ତାହା ପରେ ସେ ସେହି ପୁଅ ସହ ଫୋନରେ କଥା ବାର୍ତ୍ତା କରିବା ଯୋଗୁଁ ମୁଁ ତାକୁ ତାଗିଦ କରି ଗାଁକୁ ପଠେଇ ଦେଇଥିଲି।ଗାଁରେ ରହିବା ପରେ ମୋର ଝିଅ ଟିଏ ହେଲା ଆଉ ତାର ଭଲ ମନ୍ଦ ସବୁ ଆମେ
ପାଳିଲୁ ଆଉ ପାଳିବା ପରେ ତାକୁ ଛାଡିଲୁ।ଯାଇକି ସେଠି ପୁଣି ରହିବା ପରେ ଏକ ମାସ ପରେ ମୋତେ କଲ କଲା ଆଉ କହିଲା କି ତୁମେ ଆସ ନହେଲେ ମୁଁ ଅଘଟଣ କରିବି।ତେବେ ମୁଁ ଗଲି ତାହା ପାଖକୁ।ତାକୁ ମୁଁ କହିଲି କି ତୁ ଆଗରୁ ଏମିତି କେସ କରିଛୁ ଆଉ ମୁଁ ତୋତେ ନେଇକି ଆଉ ଆସିବି ନାହିଁ।
ସେ କହିଲା କି ମୁଁ ଆଉ ଏମିତି କରିବି ନାହିଁ କାରଣ ମୋର ଛୁଆ ଗୋଟେ ଏକ ବର୍ଷର ହେଲାଣି ଆଉ ତାହା ଶୁଣିବା ପରେ ମୁଁ ତାକୁ ନେଇକି ଆସିଲି ପୁଣି ଭୁବନେଶ୍ୱର।ସେଠାରେ ସେହି ପିଲାର ସାଙ୍ଗ ମାନେ ଯେଉଁ ବ୍ୟାଚେଲର ମାନେ ଆସନ୍ତି ଆଉ ସେ ମଧ୍ୟ ଆସେ।ତେବେ ସେହିଠାରେ ତାଙ୍କର ଦେଖା ହେଲା
ଆଉ ସେ ସେହିଠାରେ ପୁଣି ଏମିତି କଲା ଆଜ୍ଞା।ଏମିତି ସେ କଲା ଏବେ ମୋ ପିଲାମାନେ କଣ କରିବେ ମୁଁ ଜାଣିନି ଆଜ୍ଞା।ମୋ ପିଲାମାନେ ଏବେ କଣ କରିବେ ଆଜ୍ଞା।”