ମୁଁ ରଙ୍ଗାଧର କହୁଛି।ମୁଁ ଗୋଟିଏ ଅତୃପ୍ତ ହୋଇ ମଧ୍ୟ କାନ୍ଦୁଛି।ଯିଏ ଆଜି ନିଜର ସ୍ତ୍ରୀ ଏବଂ ତାର ପ୍ରେମିକ ଦ୍ଵାରା ହତ୍ୟାର ଶିକାର ହୋଇଛି। ଏ କୁନି ତୁ ପରା ମୋର ହାତ ଧରି ନିଆଁ ଆଗରେ ସାକ୍ଷୀ ରଖି ମତେ ବିବାହ କରିଥିଲୁ ତାହାଲେ ଏମିତି ଅଧାରେ ମୋର ହାତ ଛାଡ଼ିଦେଲୁ କେମିତି।ମୁଁ ତୋର କେଉଁ ଜିନିଷର ଅଭାବ ରଖିଥିଲି
ତୁ ଆଉ କେଉଁ ପର ପୁରୁଷ ସହ ସମ୍ପର୍କ ରଖିଲୁ ଆଉ ତା ସହ ମିଶି ମତେ ଜୀବନରୁ ମଧ୍ୟ ମାରିଦେଲୁ।ମୋ ପରି ସ୍ବାମୀ ତତେ ଆଉ କେଉଁଠି ମିଳିବେ କହ ଯିଏ ତୋର ସବୁ ଭୁଲ ସହିଯାଏ।ମୋ ସହିତ ବାହା ହୋଇ ମଧ୍ୟ ତୁ ପର ପୁରୁଷ ସହ ସମ୍ପର୍କ ରଖିଲୁ ତଥାପି ମୁଁ କିଛି କହିଲି ନାହିଁ,ମୁଁ ଥିବା ଅବସ୍ଥାରେ ମଧ୍ୟ
ତାକୁ ଘରକୁ ଡାକିଲୁ ମୁଁ କିଛି କହିଲି ନାହିଁ ତୁ ତୋ ପ୍ରେମିକ ସହ ଶାରିକ ସଂପର୍କ ରଖିଲୁ ତାକୁ ବି ମୁଁ ସହିଲୀ ଏତେ ସବୁ ସହିଲା ପରେ ମଧ୍ୟ ତୋର କି ଅସୁବିଧା ହେଲା କେଜାଣି ତୁ ତୋ ପ୍ରେମିକ ସହ ମିଶି ମୋର ହତ୍ୟା କରିଦେଲୁ।ବିବାହର ଏହି ସବୁ ବର୍ଷ ଗୁଡ଼ିକ ଭିତରେ ମୁଁ ତୋ କୋଳରେ ୪ଟି ଛୁଆ ଦେଲି
ତଥାପି ତୋର କେଉଁ ଅସୁବିଧା ରହିଲା ତୁ ମତେ ମାରିଦେଳୁ।ତୋ ଠାରୁ ଭଲ ତ ମଣିଷ ଖିଆ ଅସୁରୁଣୀ।ତୁ ନାରୀ ନୁହେଁ ତୁ ଅସୁରୁଣୀ ତୋ ଭଳି ନାରୀ ଆଉ କେତୋଟି ଏହି ସଂସାରରେ ଜନ୍ମ ନେଲେ ଏହି ସଂସାରର ବିନାଶ ସୁନିଶ୍ଚିତ। ମନେ ରଖ କୁନି ତୁ ମତେ ହତ୍ୟା କରି ତୋ ପ୍ରେମିକ ସହ କେବେ ଖୁସିରେ ରହି ପାରିବୁ ନାହିଁ।
ତୁ ଯେପରି ମୋର ୪ଟି ଛୁଆଙ୍କୁ ବାପା ଛେଉଣ୍ଡ କରିଛୁ ତତେ ବି ତୋ କଲା କର୍ମର ଫଳ ନିଶ୍ଚୟ ମିଳିବ।ଏହି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଭାମଣ୍ଡା ଗ୍ରାମରେ ଯେଉଁଠି ନିଜ ପ୍ରେମିକ ସହ ମିଶି ନିଜ ସ୍ୱାମୀର ହତ୍ୟା କରିଥିଲା ସ୍ତ୍ରୀ କୁନି । ଆଜି ତାର ସ୍ବାମୀ ମୃତ ରଙ୍ଗାଧର ର ସମସ୍ତଙ୍କ ଆଗରେ ନିଜର ମୃତ୍ୟୁର ସତ୍ୟତା ପ୍ରକାଶ କରୁଛି।