ତପସ୍ୱିନୀ ସୁମିତ ମାମଲା ଏବେ High କୋର୍ଟରେ,ଏହି କାରଣ ପାଇଁ ଆବେଦନ କରିଛନ୍ତି ଡାକ୍ତର ଙ୍କ ପରିବାର…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ଆପଣମାନେ ତ ନିହାତି ଭାବରେ ସୁମିତ ଏବଂ ତପସ୍ୱିନୀଙ୍କ ମଧ୍ୟରେ ଚାଲିଥିବା ବିବାଦ ବିଷୟରେ ଜାଣିଥିବେ।ତେବେ ବର୍ତ୍ତମାନ ସମୟରେ ଏହି ବିବାଦ ଥମିବାର ନାଁ ଧରୁନାହିଁ।

ତେବେ ଏହାକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହେଲେ ସୁମିତଙ୍କ ବାପା ପ୍ରମୋଦ କୁମାର ସାହୁ।ନିଜର ଏବଂ ନିଜ ପରିବାରର ସୁରକ୍ଷା ଲୋଡି ମାମଲା ଦାୟର କରିଛନ୍ତି ସୁମିତଙ୍କ ବାପା।ତାଙ୍କ ଏତଲା ଧାରାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ କରିଛନ୍ତି।ଗତ ମାସରେ ପ୍ରମୋଦଙ୍କ ଘରେ ୩୦ରୁ ଅଧିକ ମହିଳା ଧସେଇ ପଶିଥିଲେ।

ଯେଉଁଥିରେ ବୋହୁ ତପସ୍ୱିନୀ ଏବଂ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଥିଲେ।ପରିବାରର ସୁରକ୍ଷା ପାଇଁ ହାଇକୋର୍ଟରେ ଦାୟର କଲେ ପ୍ରିଟିସନ।ତେବେ ପ୍ରମୋଦ କୁମାର ସାହୁ କୋର୍ଟଙ୍କର ଦୃଷ୍ଟି ଆକର୍ଷଣ କରୁଥିବା କଥା ମଧ୍ୟ ସାମ୍ନାକୁ ଆସିଛି।ସେ ଏବେ ଏହା କହୁଛନ୍ତି ଯେ ସେ ଏବଂ ତାଙ୍କ ପରିବାର ଉଭୟ ଅସୁରକ୍ଷିତ।

ଗୋଟିଏ କଥା ସେ କହୁଛନ୍ତି ଯେ ସେ ଯେଉଁ ଏତଲା ଦାୟର କରିଥିଲେ ସେହି ଏତଲା ଆଧାରରେ ପୋଲିସ ତାର କାର୍ଯ୍ୟ କରୁନାହିଁ।ତେଣୁ ଦୁଇଟି ଯାକ ଯେଉଁ ଆବେଦନ ରହିଛି ତାହା ଅତ୍ୟନ୍ତ ଗମ୍ଭୀର କିନ୍ତୁ ଏହାକୁ କୋର୍ଟ କେତେଦୂର ଗ୍ରହଣ କରୁଛନ୍ତି କେଉଁ ଆଧାରରେ ଗ୍ରହଣ କରୁଛନ୍ତି ଏବଂ ଏହାର କଣ ଜବାବ ରଖୁଛନ୍ତି ପୋଲିସ ପ୍ରଶାସନ ତାହା ହେଉଛି ବିଶେଷ କଥା।

ଯାହା ପ୍ରିଟିସନରେ ସେ ଉଲେଖ କରିଛନ୍ତି ଯେ ଗତ ମାସ ୨୦ ତାରିଖରେ ୩୦ରୁ ଉର୍ଦ୍ଧ୍ବ ମହିଳା ତାଙ୍କ ଘରେ ଧସେଇ ପଶିଥିଲେ।ତାଙ୍କ ଗେଟକୁ ଠେଲା ପେଲା କରିଥିଲେ।ତାଙ୍କ ଗେଟ ଭାଙ୍ଗିଛନ୍ତି ଏବଂ ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଥିବା କଥା ସେ ଉଲେଖ କରିଛନ୍ତି।ଯେଉଁଥିରେ ତାଙ୍କର ବୋହୁ ତପସ୍ୱିନୀ ଏବଂ ପ୍ରମିଳା ତ୍ରିପାଠୀ ମଧ୍ୟ ସେଥିରେ ସମ୍ପୃକ୍ତ ଥିଲେ।

ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିଲା।ସେ ଯେହେତୁ ଜଣେ ବରିଷ୍ଠ ନାଗରିକ ସେ ଭୟରେ ରହିଥିଲେ।ଏବେ ମଧ୍ୟ ସେ ତାଙ୍କ ପରିବାରର ଜୀବନକୁ ସେ ବିପଦ ପୂର୍ଣ୍ଣ ବୋଲି ମନେ କରୁଛନ୍ତି।ସେ ଦୃଷ୍ଟିରୁ ମଧ୍ୟ ସେ କୋର୍ଟଙ୍କର ଦ୍ୱାରସ୍ଥ ହୋଇଛନ୍ତି।ଦ୍ୱିତୀୟ କଥା ଦେ କହିଛନ୍ତି ଏହି ଯେଉଁ ଘଟଣା ଡିସେମ୍ବର ୨୦ ତାରିଖରେ ଘଟିଥିଲା ତାକୁ ଆଧାର କରି ଯେଉଁ ଏତଲା ପୋଲିସ ନିକଟରେ ଦାୟର କରିଥିଲେ ପୋଲିସ ବର୍ତ୍ତମାନ ସୁଦ୍ଧା ତାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ।ଏଥିପାଇଁ ପ୍ରମୋଦ ସାହୁ ସିଧାସଳଖ ହାଇ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

Leave a Reply

Your email address will not be published. Required fields are marked *