କେଦାରନାଥ ର ଏହି ରହସ୍ୟକୁ କାହିଁକି ବୈଜ୍ଞାନିକ ମାନେ ସମାଧାନ କରିପାରୁ ନାହାନ୍ତି,Kedarnath ବିଷୟରେ ଏହି ସବୁ କଥା ଜାଣିରଖନ୍ତୁ…

Spread the love

ଭାରତର ପ୍ରସିଦ୍ଧ କେଦାର ନାଥ ମନ୍ଦିର ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ଏହି ମନ୍ଦିରର ଏପରି ଅନେକ ରହସ୍ୟ ରହିଛି ଯାହା ସମସ୍ତଙ୍କୁ ଚକିତ କରିଥାଏ।ଏହା ସହିତ ଏହି ମନ୍ଦିରର ରହସ୍ୟ ଜାଣିବା ପାଇଁ ଅନେକ ଲୋକ ପ୍ରୟାସ କରିଛନ୍ତି କିନ୍ତୁ କେହି ମଧ୍ୟ ଏହି ମନ୍ଦିରର ରହସ୍ୟ ସମ୍ପର୍କରେ ଭଲ ଭାବରେ ଅବଗତ ହୋଇ ପାରି ନାହାଁନ୍ତି।ଆଉ କିଛି ଲୋକ ଏହି ମନ୍ଦିରର ନିର୍ମାଣ ସମ୍ପର୍କରେ ମଧ୍ୟ ଅନେକ କଥା କହି ଥାଆନ୍ତି।

ତେବେ କିଛି ଲୋକଙ୍କ କହିବା ଅନୁସାରେ ଏହି ମନ୍ଦିରର ନିର୍ମାଣ ପଞ୍ଚୁ ପାଣ୍ଡବ କରିଥିଲେ।ତେବେ ସେହିପରି ଭାବରେ ଆଉ କିଛି ଲୋକଙ୍କ କହିବା ଅନୁସାରେ ଏହି ମନ୍ଦିରର ନିର୍ମାଣ ଶଙ୍କରାଚାର୍ଯ୍ୟ କରିଥିଲେ।ତେବେ ଏହି ମନ୍ଦିରର ନିର୍ମାଣ ସମ୍ପର୍କରେ ଅନେକ ଲୋକ ଅନେକ କଥା କହି ଥାଆନ୍ତି।ତେବେ ଏହା ପରେ ମଧ୍ୟ କେହି ଆଜିଯାଏ ସଠିକ ଭାବରେ ଏହି ମନ୍ଦିର ଉପରେ କହି ପାରି ନାହାଁନ୍ତି।

ଏହା ସହିତ ଅନେକ ଲୋକ ଏହା ମଧ୍ୟ କହି ଥାଆନ୍ତି କି ଏହି ମନ୍ଦିରର ନିର୍ମାଣ ହେବା ପରେ ପ୍ରାୟ ୪୦୦ ବର୍ଷ ଧରି ଏହା ବରଫ ତଳେ ରହିଥିଲା।ଏହା ପରେ ମଧ୍ୟ ଏହି ମନ୍ଦିରର କିଛି କ୍ଷତି ହୋଇ ନାହିଁ।ଏହା ସହିତ ଏହାକୁ ପ୍ରାୟ ୧୨୦୦ ବର୍ଷ ହୋଇ ଯାଇଥିଲେ ମଧ୍ୟ ଏହା ଭାରତର ସବୁଠାରୁ ସୁରକ୍ଷିତ ମନ୍ଦିର ମଧ୍ୟରେ ଆଜି ଯାଏ ମଧ୍ୟ ନିଜକୁ ରଖି ପାରିଛି।

ତେବେ ୨୦୧୩ ମସିହାରେ କେଦାରନାଥ ଠାରେ ଯେଉଁ ଭୟଙ୍କର ବନ୍ୟା ଆସିଥିଲା ଏହା ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ତେବେ ଏହି ବନ୍ୟା ଅନେକ।ଲୋକଙ୍କ ଜୀବନ ପରିବର୍ତ୍ତନ କରି ଦେଇଥିଲା।ଏହା ସହିତ ଅନେକ ଲୋକ ଏହି ବନ୍ୟାରେ ନିଜର ଜୀବନ ହରାଇ ଦେଇଥିଲେ।

ତେବେ ଅନେକ ଲୋକଙ୍କ ଘର ମଧ୍ୟ ଏହି ବନ୍ୟାରେ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇ ଯାଇଥିଲା।ଏହା ସହିତ ଅନେକ କିଛି ଏହି ବନ୍ୟାରେ ନଷ୍ଟ ହୋଇ ଯାଇଥିଲେ।ତେବେ ଏହା ପରେ ମଧ୍ୟ ଏହି ମନ୍ଦିରର କୌଣସି କ୍ଷତି ହୋଇ ନଥିଲା।ଯାହା ସବୁଠାରୁ ଅଧିକ ଆଶ୍ଚର୍ଯ୍ୟର କଥା ଥିଲା।ତେବେ ଏହି ବନ୍ୟା ସମୟରେ ଏକ ବିଶାଳ ପଥର ଆସି ମନ୍ଦିର ସମ୍ମୁଖରେ ରହି ଯାଇଥିଲା।ଯାହା ସେହି ପାଣିର ଶ୍ରୋତକୁ ମନ୍ଦିର ପାଖକୁ ଆସିବାରୁ ରୋକି ରଖି ଥିଲା।

ତେବେ ଏହି ପଥର କେଉଁ ସ୍ଥାନରୁ ଆସିଲା ଏହା ସମ୍ପର୍କରେ କେହି ମଧ୍ୟ ସଠିକ ଭାବରେ କିଛି କହି ପାରୁ ନାହାଁନ୍ତି।ଏହା ସହିତ ଏତେ ଦୂରରୁ ଆସିବା ପରେ କିପରି ଭାବରେ ଏହା ଠିକ ମନ୍ଦିର ସମ୍ମୁଖରେ ଆସି ରହି ଯାଇଥିଲା।ଏହା ସମସ୍ତଙ୍କ ଚକିତ କରି ଦେଇଥିଲା।ତେବେ ଏହାକୁ ବର୍ତ୍ତମାନ ଲୋକମାନେ ଭୀମ ଶିଳା ଭାବରେ ପୂଜା କରିବା ଆରମ୍ଭ କରି ଦେଇଛନ୍ତି।ଏହା ସହିତ ଆଜି ମଧ୍ୟ ଲୋକମାନେ ଏହି ମନ୍ଦିରର ସମ୍ପୂର୍ଣ୍ଣ ରହସ୍ୟ ଜାଣିବା ପାଇଁ ସମ୍ପୂର୍ଣ୍ଣ ଭାବରେ ଅସମର୍ଥ।

Leave a Reply

Your email address will not be published. Required fields are marked *