କୋଇଲା ଟ୍ରକ୍ ଛାଡ଼ିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଢେଙ୍କାନାଳ ଦବଙ୍ଗ ପୋଲିସ ଅଫିସର Abhinav Dalua,ସବୁ ଲୋକ ତାଙ୍କୁ ଡରୁଥିଲେ କିନ୍ତୁ…

Spread the love

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଜିଲ୍ଲା ଡିଏସପି ଅଭିନବ ଡ଼ାଳୁଆ।କୋଇଲା ଟ୍ରକ୍ ଛାଡ଼ିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରା ପଡିଛନ୍ତି ଢେଙ୍କାନାଳ ଜିଲ୍ଲା ଡିଏସପି।ଗତ ୨୪ ତାରିଖ ଦିନ ଗୋଟିଏ ଟ୍ରକ୍ ଛାଡ଼ିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ ଏବଂ ପରେ ଆଉ ଦୁଇଟି କୋଇଲା ବୋଝେଇ ଟ୍ରକ୍ ଛାଡ଼ିବା ପାଇଁ ଆହୁରି ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ସେଥି ପାଇଁ ଟ୍ରକ୍ ମାଲିକ ଭିଜିଲାନ୍ସ ବିଭାଗ ଆଗରେ ଅଭିଯୋଗ କରିଥିଲେ ଅଭିଯୋଗ କରିବା ପରେ ଭିଜିଲାନ୍ସ ଅଧିକାରୀଙ୍କ ଦ୍ବାରା ଧରା ପଡିଛନ୍ତି ଡିଏସପି ଅଭିନବ ଡ଼ାଳୁଆ।ଡିଏସପି ଅଭିନବ ଡ଼ାଳୁଆ ଢେଙ୍କାନାଳ ସଦର ଥାନା ଆଈଏସି ଦାୟିତ୍ୱରେ ଥିଲେ।ଡିଏସପି ଅଭିନବ ଡ଼ାଳୁଆ କହିଛନ୍ତି କି ପୂର୍ବରୁ

ବି ତାଙ୍କ ବିରୁଦ୍ଧରେ ଏହି ଭଳି ଷଡ଼ଯନ୍ତ୍ର ହୋଇଥିଲା ଏବେ ମଧ୍ୟ ସେହି ପରି ଷଡ଼ଯନ୍ତ୍ର ହୋଇଛି ତେବେ ଏହି ଘଟଣାର ସତ୍ୟାସତ୍ୟ କେତେ ତାହା ତଦନ୍ତ ପରେ ଜଣା ପଡ଼ିବ।ଭିଜିଲାନ୍ସ ଅଫିସର ପ୍ରବୀଣ କୁମାର ତ୍ରିବେଦି ଙ୍କ ଅଧ୍ୟକ୍ଷତା ରେ ଏହି ତଦନ୍ତ ହୋଇଥିଲା ଏବଂ ଢେଙ୍କାନାଳ ସଦର ଥାନା ଡିଏସପି ଅଭିନବ ଡ଼ାଳୁଆ

ଙ୍କୁ କୋଇଲା ବୋଝେଇ ଟ୍ରକ ଛାଡ଼ିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବାଲା ଧରିଥିଲେ।ବର୍ତ୍ତମାନ ଆହୁରି ୮ଟି ସ୍ଥାନରେ ରେଡ ଚାଲିଛି।ଢେଙ୍କାନାଳ ସଦର ଥାନା ସହିତ ଅମଳପଡ଼ା ସ୍ଥିତ ସରକାରୀ ବାସ ଭବନରେ ୧୨ ଜଣିଆ ଭିଜିଲାନ୍ସ ଟିମ୍ ଚଢାଉ କରିଛି।ଆହୁରି ୮ଟି ସ୍ଥାନରେ

ମଧ୍ୟ ଚଢାଇ ହେଉଛି।ସେ କୋଇଲା ବୋଝେଇ ଟ୍ରକ ଛାଡ଼ିବା ପାଇଁ ଲାଞ୍ଚ ମାଗିଥିଲେ ଏବଂ ସେମାନଙ୍କୁ ଧମକାଇ ମଧ୍ୟ ଥିଲେ।ସେ କୋଇଲା ବୋଝେଇ ଟ୍ରକ କାରବାର ପାଇଁ ୪୫ ହଜାର ଟଙ୍କା ମାଗିଥିଲେ ଏବଂ ପ୍ରଥମ ଟ୍ରକ୍ ଛାଡ଼ିବା ପାଇଁ ୧୫ ହଜାର ଟଙ୍କା ନେଇଥିଲେ ଏବଂ ଆଜି ଆଉ ବାକି ପଇସା ନେବାର ସମୟ ଥିଲା।

ଏହି ସମୟରେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲା ଏବଂ ବର୍ତ୍ତମାନ ତାଙ୍କୁ କଟକ ନିଆ ଯାଇଛି ସେହିଠାରେ ତାଙ୍କୁ ପଚରା ଉଚରା କରାଯିବ।ବର୍ତ୍ତମାନ ଭିଜିଲାନ୍ସର ତିନୋଟି ଦଳ ତାଙ୍କର ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଛନ୍ତି।ବର୍ତ୍ତମାନ ବଳରାମ ମନ୍ଦିର,ଅମଳପଡ଼ା ଘରେ ଏବଂ ଦୁର୍ଗା ବଜାର ସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଚାଲିଛି ଏବଂ ତାଙ୍କର ଶଶୁର ଘରେ ମଧ୍ୟ ଚଢ଼ାଉ ହେବାର ଅଛି।

Leave a Reply

Your email address will not be published. Required fields are marked *