ଚାକିରି ବୟସ ସୀମା ୩୨ ରୁ ୩୮ ବର୍ଷ ପର୍ଯ୍ୟନ୍ତ Increased କରିଲେ ସରକାର,ଓଡ଼ିଶାରେ ସରକାରୀ ଚାକିରୀ ଆବେଦନ ପାଇଁ ବଢ଼ିଲା ବୟସ ସୀମା..ଦେଖନ୍ତୁ Video

Spread the love

ସାଙ୍ଗମାନେ ରାଜ୍ୟରେ ବଢିଲା ଚାକିରି ପାଇଁ ବୟସ ସୀମା।ଅପର ଏଜ ଲିମିଟକୁ ୩୮ ବର୍ଷ କରାଯାଇଛି। ଅର୍ଥାତ ଆସନ୍ତା ୩ ବର୍ଷ ପାଇଁ ସରକାରୀ ଚାକିରି ପାଇଁ ବୟସ ସୀମା ବୃଦ୍ଧି କରାଯାଇଛି। ଏ ସମ୍ପର୍କିତ ପ୍ରସ୍ତାବରେ ମୋହର ମାରିଚି ରାଜ୍ୟ କ୍ୟାବିନେଟ। ଏସସି ଏବଂ ଏସଟି ଓ ମହିଳା ସମେତ ମାନଙ୍କ ପାଇଁ ଚାକିରି ସମୟ ସୀମା ୪୩ ବର୍ଷକୁ ବୃଦ୍ଧି ହୋଇଚି।କୋଭିଡ ସମୟରେ ପରୀକ୍ଷା ଦେବାକୁ ବିଳମ୍ବ ହେଉଥିଲା।

ଅପର ଏଜ ଲିମିଟ ପାଇଁ ଯେଉଁ ରୁଲ ଥିଲା ଆଗରୁ ତାକୁ ରାଜ୍ୟ କ୍ୟାବିନେଟ ୩ ବର୍ଷ ପାଇଁ କୋହଳ କରିବା ପାଇଁ ନିଷ୍ପତି ନେଇଛନ୍ତି।ଆଗରୁ ଓଡ଼ିଶା ସରକାରଙ୍କ ଯେଉଁ ନିଯୁକ୍ତି ବାହାରିଥିଲା ସେଥିରେ ୩୨ ବର୍ଷ ଥିଲା ଅପର ଏଜ ଲୀମିଟ।ତାକୁ ରାଜ୍ୟ ସରକାର ୩୮ ବର୍ଷ ପର୍ଯ୍ୟନ୍ତ ବଢ଼େଇଛନ୍ତି।୨୦୨୧,୨୦୨୨,୨୦୨୩ ରେ ଯେଉଁ ନିଯୁକ୍ତି ବାହାରିବାର ଅଛି

ତା ପାଇଁ ବୟସ ସୀମା କୋହଳ କରାଯାଇଛି।ଏହାସହିତ ଏସସି, ଏସଟି ଓ ମହିଳା ମାନଙ୍କ ପାଇଁ ୪୩ ବର୍ଷ କରାଯାଇଛି।ସେଭଳି ପିଡବ୍ଲ୍ୟୁଡି କ୍ୟାଣ୍ଡିଡେଟ ମାନଙ୍କ ପାଇଁ ଆଗରୁ କୋହଳ କରାଯାଇଛି।ଏହାଦ୍ଵାରା କୋଭିଡ ସମୟରେ ଯେଉଁ ପରୀକ୍ଷା ସବୁ ଲେଟ ହେଉଥିଲା ଏବଂ ଅନେକ ପିଲା ପରୀକ୍ଷା ଦେବାରୁ ବଞ୍ଚିତ ହେଉଥିଲେ ତାଙ୍କର ଅପର ଏଜ ଲିମୀଟ ସେମାନେ କ୍ରସ କରିଯାଉଥିଲେ।

ତାହା ବର୍ତମାନ ବହୁ ମାତ୍ରାରେ ସାହାଯ୍ୟ କରିବ।ରାଜ୍ୟରେ ଚାକିରି ବୟସ ସୀମା ୩୨ ରୁ ୩୮ ବର୍ଷକୁ ବୃଦ୍ଧି କରାଯାଇଛି।ଏହା ସେଇ ଆସାର୍ଥି ମାନଙ୍କ ପାଇଁ ଏକ ଆଶ୍ୱସ୍ତି କର ଖବର ବୋଲି କୁହାଯିବ ଯେଉଁମାନେ କୋଭିଡ ସମୟରେ ତାଙ୍କ ମନରେ ଆସଙ୍କା ତିଆରି ହେଉଥିଲା ସେମାନେ ତାଙ୍କ ଏଜ ଲିମିଟ ଭିତରେ ଚାକିରି କରିପାରିବେ କି ନାହିଁ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟ କ୍ୟାବିନେଟ ଦ୍ବାରା ୧୨ ଟି ଗୁରୁତ୍ବପୁର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି।ଆପଣ ଯଦି ଆଗରୁ ଦେଖିବେ ତ ଚାକିରୀ ବୟସ ସୀମା ୩୨ ରୁ ୩୮ କୁ ବୃଦ୍ଧି କରାଯାଇଛି।ଆଗାମୀ ୨ ବର୍ଷ ପାଇଁ ଓଡ଼ିଶା ସରକାରଙ୍କ ଯେତେ ସବୁ ସୁଯୋଗ ତାହା ଠିକ ସମୟ ଭିତରେ ହେଇ ପାରିନାହିଁ।

ଯାହାଫଳରେ ଯେଉଁମାନେ ଯୋଗ୍ୟ ସେମାନେ ଏହାର ଫାଇଦା ଉଠେଇ ପାରୁନାହାନ୍ତି।କିନ୍ତୁ ଆଜି ଏକ ବଡ଼ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ।ତେବେ ଏହାଦ୍ବାରା ଲକ୍ଷ ଲକ୍ଷ ଯୁବକ ଚାକିରି ପାଇପାରିବେ।ଅପରପକ୍ଷରେ ଆପଣ ମାନ ଯଦି ଏସସି ଏସଟି ଓ ଏସସିବିସି ପାଇଁ ଯେଉଁ ଲିମିଟ ରହିଛି ତାକୁ ଯଦି ଦେଖିବେ ତାହେଲେ ସେମାନଙ୍କ ପାଇଁ ୪୩ ବର୍ଷ ରଖାଯାଇଛି।ସେହିପରି ମହିଳା ମାନଙ୍କ ପାଇଁ ମଧ୍ୟ ୪୩ ବର୍ଷ ରଖା ଯାଇଚି।ତେବେ ଏହା ଆଗାମୀ ୩ ବର୍ଷ ପାଇଁ ଲାଗୁ ହେବ।

Leave a Reply

Your email address will not be published. Required fields are marked *