ଚେନ୍ନାଇ ରେ କେଉଁଠି ଏବେ ରହିଛନ୍ତି ପ୍ରେମିକ Prabara ବାବୁସାନ,କାହିଁକି ଚେନ୍ନାଇ ରେ କାହାକୁ ଦେଖା ଦେଲେ ନାହିଁ ବାବୁସାନ,ଅସଲ ଘଟଣା ଆସିଲା ସାମ୍ନାକୁ…

Spread the love

ଚେନ୍ନାଇ ରେ ନା ଆଉ କୋଉଠି ଅଛନ୍ତି? ବାବୁଶାନ ଏବଂ ତୃପ୍ତି ଙ୍କ ର ଘଟଣା ବଳିସାମ୍ନା କୁ ଆସିଛି।ଉଭୟ କ୍ଷେତ୍ରର ମାମଲା ସରୁ ନାହିଁ।ପ୍ରକୃତି ପକ୍ଷରୁ ବିବାଦ ଥମୁ ନାହିଁ।ଏତେ ସବୁ ପରେ କେଉଁଠି ବାବୁଶାନଏବଂ ପ୍ରକୃତି ଖୋଜା ଚାଲିଛି। ଚେନ୍ନାଇ ଉତ୍କଳ ସମାଜ ରେ ଭାଗ ନେବାକୁ ଯାଇ ସେଠାରେ ଭାଗ ନେଲେ ନାହିଁ।ଯୋଗ ଦେଲେ ନାହିଁ। ଏଥିପାଇଁ ଭିଡିଓ ମଧ୍ୟ ଜାରି କରିଛନ୍ତି। ଏବଂ ନିଜ ଫିଲ୍ମ ର ପ୍ରମୋସନ କରିଛନ୍ତି।

ଚେନ୍ନାଇ ରେ ଥାଇ ମଧ୍ୟ ଫିଲ୍ମ ର ପ୍ରମୋସନରେ କାହିଁକି ଗଲେ ନାହିଁ।ପ୍ରଶ୍ନ ଉଠୁଛି।ସେପଟେ ପ୍ରକୃତି ଙ୍କ ବାପା ଏବଂ ମା ମଧ୍ୟ ଚେନ୍ନାଇ ରେ ପହଞ୍ଚି ଛନ୍ତି।ବାବୁଶାନ ଓ ପ୍ରକୃତି ରହୁଥିବା ହୋଟେଲ କୁ ମଧ୍ୟ ଯାଇଛନ୍ତି।ବାପା ଓ ମାଆ ତାଙ୍କ ସହ ଫେରିଆସିବାକୁ କହି ଥିବାରୁ ଏଥିରେ ରାଜି ହୋଇନଥିଲେ ପ୍ରକୃତି।

ସେପଟେ ଫିଲ୍ମ ର ପ୍ରମୋସନ ରେ ନ ଯିବାକୁ ବାବୁଶାନ ଙ୍କୁ ଅନୁରୋଧ କରିଥିଲେ ପ୍ରକୃତି।ସେ ନଯାଉଥିବାରୁ ବାବୁଶାନ ଙ୍କୁ ମଧ୍ୟ ମନା କରିଛନ୍ତି ପ୍ରକୃତି।ଗତ କାଲି ରାତି ୧୦ ଟା ରେ କିନ୍ତୁ ହୋଟେଲ ଛାଡ଼ିଛନ୍ତି ବାବୁଶାନ ଓ ପ୍ରକୃତି।ତେବେ ହୋଟେଲ ଛାଡ଼ି ଗଲେ କୁଆଡେ।ଉଭୟ ମୁମ୍ବାଇ ଚାଲିଯାଇଥିବା ଅନୁମାନ କରାଯାଉଛି।କିନ୍ତୁ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ।ଜାଣନ୍ତୁ ହେମନ୍ତ କଣ କହୁଛନ୍ତି ଏହି ବିଷୟରେ?

ସାମ୍ବାଦିକ :- ହେମନ୍ତ , ସେମାନେ ଅନ୍ୟ କୌଣସି ଜାଗାକୁ ଯାଇଛନ୍ତି ନା କେଉଁଠି ଅଛନ୍ତି ଏହି ସବୁ ବିଷୟରେ ଆପଣ ଙ୍କୁ କିଛି ତଥ୍ୟ ମିଳିଥିବ।ହେମନ୍ତ:- ଦେଖନ୍ତୁ ଗତ କାଲି ୧୦ ଟା ରାତିରେ ରୁମ ନମ୍ବର ୨୦୭ ରେ ବୁକ କରିଥିଲେ।ସେମାନେ ଏବେ କେଉଁଠି ଅଛନ୍ତି ସେ ବିଷୟରେ କିଛି ତଥ୍ୟ ମିଳୁନାହିଁ।ତେବେ ସେମାନେ ଅନ୍ୟ କେଉଁଠି ଥିବେ।

ସେମାନେ ତାଙ୍କର ନୂଆ ଫିଲ୍ମ ତମନା ପାଇଁ ପ୍ରକୃତି ଏବଂ ବାବୁ ଦୁଇଜଣ ଙ୍କୁ ଡକା ଯାଇଛି।କିନ୍ତୁ ସେମାନେ କେବଳ ବାବୁଶାନ ଙ୍କୁ ଡାକିଥିଲେ। ଏବଂ ଏହି ସବୁ ବିବାଦ ଶୁଣିବା ପରେ ପ୍ରକୃତି ମିଶ୍ର ଙ୍କୁ ସେହି ଜାଗା କୁ ଡକାଯାଇନଥିଲା କିନ୍ତୁ ପ୍ରକୃତି ତାଙ୍କୁ ବାଧ୍ୟ କରିଥିଲେ ନ ଯିବା ପାଇଁ।ତେଣୁ ସେ ବାବୁଶାନଙ୍କ ଉପରେ ଚାପ ପକାଉଛନ୍ତି

ଏବଂ ତାଙ୍କୁ ଯିବା ପାଇଁ ମନା କରିଥିଲେ। ଏବଂ ପ୍ରକୃତି ଙ୍କ ବାପା ମା ତାଙ୍କୁ ଡାକିବା ଫଳରେ ସେ ତାଙ୍କ ସହ ସେହି ଜାଗା ଛାଡି ଆସିନଥିଲେ।ଏବେ ଯେତେବେଳେ ପୋଲିସ ପାଖକୁ କଥା ଗଲାଣି ଆପଣ ସଠିକ ଜାଣିବା ପାଇଁ ଚାହୁଁଛନ୍ତି।ସେମାନେ ମଧ୍ୟ ଇନଭେଷ୍ଟିଗେଟ କରନ୍ତୁ।ତେବେ ବାବୁଶାନ ର ନମ୍ୱରଟି ମଧ୍ୟ ସ୍ୱିଚଡ ଅଫ ରହିଛି।

ଆପଣ ଦେଖୁ ଥିବେ ଯେ ଅପରାଜିତା ବହୁତ କଷ୍ଟ କରି କହିଛନ୍ତି ଯେ ତାଙ୍କ ବାପା ମାଆ ଏବଂ ସ୍ତ୍ରୀ ପାଖକୁ ଫେରିଆସେ। ଏବଂ ତାଙ୍କର ଅନେକ ଦର୍ଶକ ମାନେ ମଧ୍ୟ ଚାହିଁ ବସିଛନ୍ତି ଯେ ସେ କେବେ ଫେରି ଆସିବେ।ତାଙ୍କ ପରିବାର ପାଖକୁ ଏବଂ ତାଙ୍କ ପରିବାର ଉପରେ ଧ୍ୟାନ ଦିଅନ୍ତୁ।କିନ୍ତୁ ଏବେ ଯେଉଁ ସୂଚନା ରହୁଚି ସେ ଏତେ ଜଲଦି ମଧ୍ୟ ଫେରି ଆସି ନ ପାରନ୍ତି।

ସାମ୍ବାଦିକ:- ଏବେ ଯେଉଁ ପରିସ୍ଥିତି ହେଲାଣି କାଳେ ସେ ହୋଟେଲରେ ଲୋକ ଆସି ତାଙ୍କୁ ସବୁ ପଚାରିବେ ବୋଲି ସେ ସେଠୀକୁ ଆସୁନାହାନ୍ତି।ଏହା ମଧ୍ୟ ଏକ ଦିଗ ହୋଇପାରେ।ହେମନ୍ତ:- ଆପଣ କହିଲା ଭଳି ମଧ୍ୟ ହୋଇପାରେ।ଏହା ଭିତରେ ଆଉ ଏକ କଥା ଆସୁଛି।ଯେ ଗତ କାଲି ଯେତେବେଳେ ଏହି କାର୍ଯ୍ୟକ୍ରମ ଚାଲିଥିଲା ସମୟରେ

ସେମାନେ ତାଙ୍କର ପ୍ରୋଡ୍ୟୁସର ଙ୍କୁ ମଧ୍ୟ ନ ଜଣାଇ ସେଠୁ ଚାଲିଯାଇଥାଆନ୍ତି।କିନ୍ତୁ ତାଙ୍କର ଅଲଗା ଆକ୍ଟର ମାନେ କାଲି ଷ୍ଟେଜ କୁ ଯାଇଥିଲେ।ସାମ୍ବାଦିକ: ପୋଲିସ ମଧ୍ୟ କଥା କୁ ଆଗକୁ ବଢ଼ାଇଛି ତାହା ଭିତରେ ସବୁ ସାମ୍ନା କୁ ଆସିଥିଲା।ଏମାନେ ପ୍ରକୃତରେ କେଉଁଠି ଅଛନ୍ତି ସେହି ଉପରେ ସମସ୍ତ ଙ୍କ ର ବଡ ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *