ମୁଁ ତୁମ ଫେସବୁକ୍ Friend, ଓଡ଼ିଶା ପୋଲିସରେ କାମ କରୁଛି, ଥରୁଟେ ମୋ ସହ କାରରେ ପୁରୀ ଚାଲ ତୋ ମୋବାଇଲ ଦେବି..ଦେଖନ୍ତୁ Video

Spread the love

ତ ମୁଁ ସେ ପିଲାକୁ ଜାଣିନି କି ଚିହ୍ନିନି।ନୂଆବର୍ଷ ଦିନ ହିଁ ମୁଁ ତାର ଫ୍ରେଣ୍ଡ ରିକ୍ୱେଷ୍ଟ ଆସେପ୍ଟ କଲି।ସେ ମତେ ନୂଆବର୍ଷ ୱିଶ କରିଥିଲା ମୁଁ ମଧ୍ୟ କରିଥିଲି।ତା ଛଡ଼ା ମୁଁ ତାକୁ ଚିହ୍ନିନି କି ଜାଣିନି।ଝିଅ ମାନେ ସାବଧାନ ହୋଇଯାଆନ୍ତୁ। ଫେସବୁକରେ ବୁଲୁଛନ୍ତି ଷ୍ଟକର।ନିଜ ପ୍ରୋଫାଇଲ ଲକ କରି ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଉଛନ୍ତି।ଆଉ ତାପରେ ହାବ ଭାବ ଦେଖି ଫଲୋ କରନ୍ତି।ଏକୁଟିଆ ଜାଗା ଦେଖି ହାରାସମେଣ୍ଟ କରୁଛନ୍ତି।

ହା-ରା-ସ-ମେ-ଣ୍ଟର ଶିକାର ହୋଇଛନ୍ତି ଜଣେ ଯୁବତୀ ଜଣକ।ଆଉ ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ ଜଣକ।ମୁଁ ସନ୍ଧ୍ୟା ୭ ଟାରେ ଡ଼ିଉଟି ସାରିକି ଯାଉଥିଲି।ମୁଁ ଡାହାଣ ହାତରେ ମୋ ଫୋନଟା ଧରିଥିଲି।ସେମାନେ ହଠାତ ଆସି ବାଇକରେ ମୋ ଫୋନ ଛଡେଇ ନେଇଗଲେ।ମୁଁ ଚିଲେଇଲି ସେ ବାଇକ ବାଲା ତ ପଳେଇଲା।

ନମ୍ୱର ଲଗେଇଲା ବେଳକୁ ମୋ ଫୋନ ସୁଇଚ ଅଫ ଦେଖେଇଲା।ତାପରେ ଆଜି ସକାଳେ ଯେତେବେଳେ ମୁଁ ମୋ ନମ୍ବର ଲଗେଇଲି ମୋ ଫୋନ ରିଙ୍ଗ ହେଲା।ତାପରେ ଗୋଟିଏ ପୁଅଟିଏ ଫୋନ ଉଠେଇଲା ମତେ କହିଲା ମୁଁ କିଏ ତୁ ଜାଣି ପାରୁଚୁ।ମୁଁ କହିଲି ନା।ସେ କହିଲା ମୁଁ ତୋ ଫେସବୁକ ସାଙ୍ଗ ଜିତୁ ଦାସ କହୁଚି।

ମୁଁ ଓଡ଼ିଶା ପୋଲିସରେ ଅଛି। କାଲି ଯେତେବେଳେ ସେ ମୋତେ ଏମିତି କହିଲା ମୁ କହିଲି ଭାଇ ମୋ ଫୋନଟା କଣ ନେଇଗଲ। ତ ସେ କହିଲା ମୋ ସହିତ ପୁରୀ ଗଲେ ମୋ ଫୋନ ଦେଇଦବ।ମୁଁ ମୋ ଫୋନ ପାଇବା ପାଇଁ ମଧ୍ୟ ରାଜି ହୋଇଗଲି।ମୁଁ କହିଲି ପଳାସୁଣୀକୁ ଆସ।ସେ ମଧ୍ୟ ବିଶ୍ଵାସ କରି ପଳେଇ ଆସିଲା।

ମୁଁ ଯେଉଁ ରୁମରେ ରହୁଚି ତାର ଓନରଙ୍କୁ ଜଣାଇଲି ଯେ ଭାଇ ଏମିତି ଏମିତି କଥା ହେଇଚି ଆଉ ସେ ପୁଅ କହୁଛି କି ଯଦି ତୁ ମୋ ସହ ପୁରୀ ଯିବୁ ତାହେଲେ ମୁଁ ତୋ ଫୋନ ଦେବି।ତେବେ ଜିତୁ ଦାସ ନାମକ ବ୍ୟକ୍ତି ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ।ଆଉ ନୂଆବର୍ଷରେ ୱିସ ବି କରିଥିଲେ।ଆଉ ଏହା ପରେ ମାର୍କେଟ ଅଞ୍ଚଳରେ ଝିଅଟି ଥିବା ବେଳେ ତାଙ୍କ ଫୋନଟିକୁ ନେଇ ଯାଇଥିଲେ କୌଶଳ କ୍ରମେ।

ଆଉ ତାପରେ ଦେଇଥିଲେ ପ୍ରପୋଜାଲ। ଅର୍ଥାତ ପୁରୀକୁ ବୁଲିବା ପାଇଁ ଡ଼ାକିଥିଲେ।ତାର ଉଦ୍ଦେଶ୍ୟ କଣ ଥିଲା ତାହା ଆପଣ ଝିଅଙ୍କ କଥାରୁ ଜାଣି ପାରୁଥିବେ।ଏଭଳି ପୁଅମାନେ କିଭଳି ଝିଅ ମାନଙ୍କୁ ତାଙ୍କ ଚାଲରେ ଫସେଇ ଶୋଷଣ କରିବା ପାଇଁ ନୂଆ ନୂଆ ଫନ୍ଦି କରନ୍ତି ତାହା ଏଥିରୁ ହିଁ ଜଣା ପଡ଼ୁଛି।ତେବେ ଯୁବକ ଜଣକ ଓଡ଼ିଶା ପୋଲିସର ବୋଲି ପରିଚୟ ଦେଇଥିଲେ ଯୁବତୀ ଜଣଙ୍କୁ।ଆଉ ତାଙ୍କ ପ୍ରୋଫାଇଲ ପିକ୍ଚରରେ ମଧ୍ୟ ସେହିପରି କିଛି ଫଟୋ ଅଛି।ଘଟଣା ସତ ହୋଇଥିଲେ ସାଙ୍ଘାତିକ।

Leave a Reply

Your email address will not be published. Required fields are marked *