ରିଷଭ ପନ୍ତଙ୍କୁ ଉଦ୍ଧାର କରିଥିବା ବସ ଚାଳକ ଦେଲେ ବୟାନ। ମୁଁ କ୍ରିକେଟ ଦେଖେ ନାହିଁ, ରିଷଭ ପନ୍ତଙ୍କୁ ଚିହ୍ନି ପାରିଲିନି। ବସ ଡ୍ରାଇଭର ଓ କଣ୍ଡକ୍ଟରକୁ ସମ୍ମାନିତ କଲେ ସରକାର।ଦୁର୍ଘଟଣାରେ ଆହତ ଭାରତୀୟ କ୍ରିକେଟ ଖେଳାଳି ରିଷଭ ପନ୍ତ ତୁରନ୍ତ ଉଦ୍ଧାର କରି ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିବା ହରିଆଣା ରୋଡୱେଜର ବସ ଡ୍ରାଇଭର ସୁଶିଲ
ମନ ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ କ୍ରିକେଟ ଖେଳ ଦେଖେନାଇ।ତେଣୁ ରିଷଭ ପନ୍ତ କିଏ ମୁଁ ଜାଣିନଥିଲି।କିନ୍ତୁ ବସ ରେ ଥିବା ଅନ୍ୟ ଲୋକ ତାଙ୍କୁ ଚିହ୍ନି ପାରିଥିଲେ।ରିଷଭ ପନ୍ତଙ୍କୁ ବାହାର କରିବା ପରେ କାରରେ ଅନ୍ୟ କିଏ ଅଛନ୍ତି କି ନାଇ ତୁରନ୍ତ କାର ଭିତରେ ଖୋଜି ପକାଇଲି।କାର ରେ ଅନ୍ୟ କେହି ନଥିଲେ କିନ୍ତୁ ଗୋଟିଏ
ନୀଳ ବ୍ୟାଗ ପାଇଲି ସେଥିରେ ସାତରୁ ଆଠ ହଜାର ଟଙ୍କା ଥିଲା ତାପରେ ସେ ଟଙ୍କାକୁ ମୁଁ ରିଷଭ ପନ୍ତଙ୍କୁ ଆମ୍ବୁଲାନ୍ସ ଭିତରେ ଦେଇଥିଲି।ବସ ଡ୍ରାଇଭର ସୁଶିଲ ଓ କଣ୍ଡକ୍ଟର ପରମଜିତଙ୍କୁ ହରିଆଣା ରୋଡୱେଜ ସମ୍ମାନିତ କରିଛି।ହରିଆଣା ରୋଡୱେଜ ବସ ଚାଳକ ସୁଶିଲ କୁମାର ଓ ତାଙ୍କ କଣ୍ଡକ୍ଟର ପରମଜିତଙ୍କୁ
ପ୍ରଶଂସାପତ୍ର ଓ ଫଳକ ପ୍ରଦାନ କରିଥିବା ବେଳେ ରାଜ୍ୟ ସରକାର ମଧ୍ୟ ଦୁଁହିକୁ ସମ୍ମାନିତ କରିବେ ବୋଲି ସୂଚନା ମିଳିଛି।ହରିଆଣା ରୋଡୱେଜରେ ପାନିପତ ଡିପୋଟ ଜେନେରାଲ ମ୍ୟାନେଜର କୁଲଦୀପ ଜଙ୍ଗରା ପି.ଟି.ଆଇ ଙ୍କୁ କହିଛନ୍ତି ସେମାନେ ପାନିପତକୁ ଫେରିବା ପରେ ଆମ ଅଫିସରେ ତାଙ୍କୁ
ପ୍ରଶଂସା ପତ୍ର ଓ ଫଳକ ପ୍ରଦାନ କରିଛୁ। ହରିଆଣା ପରିବହନ ମନ୍ତ୍ରୀ ମୁଲଚାନ୍ଦ ଶର୍ମା କହିଛନ୍ତି ରିଷଭ ପନ୍ତଙ୍କୁ ତୁରନ୍ତ ସାହାଯ୍ୟ କରି ଦୁହେଁ ମାନବତାର ବଡ଼ ଦୃଷ୍ଟାନ୍ତ ପ୍ରଦର୍ଶନ କରିଛନ୍ତି।ଋଷଭ ପନ୍ତ ଜଣେ ଜବରଦସ୍ତ ଖେଳାଳି। ସେ ଅନେକ ମ୍ୟାଚ ଖେଳିଛନ୍ତି। ସେ ଅନେକ ମ୍ୟାଚ ବିଜୟୀ ପାରି ଖେଳିଛନ୍ତି।
ସେ ଆଇ ପି ଏଲ ରେ ଦିଲ୍ଲୀ କ୍ୟାପିଟାଲସ୍ ର ଅଧିନାୟକ ଅଟନ୍ତି। ସେ ଅନେକ ମ୍ୟାଚ ବିଜୟୀ ପାରି ଖେଳିଛନ୍ତି। ସେ ଅନେକ ମ୍ୟାଚ ଖେଳିଛନ୍ତି। ସେ ଅନେକ ପ୍ରକାରର ବ୍ୟାଟିଂ କରିବାରେ ମାହିର ଅଟନ୍ତି। ସେ ଅନେକ ଆଇ ପି ଏଲ ମ୍ୟାଚରେ ଜବରଦସ୍ତ ଖେଳର ପ୍ରଦର୍ଶନ କରିଛନ୍ତି।