ତେବେ ବହୁତ ଗୁଡ଼ିଏ ଗଣ ମାଧ୍ୟମରେ ମୁଁ ଯେତେବେଳେ ଶୁଭମର ନିଉଜ ଦେଖିଲି।ବୟସ ମାତ୍ର ୨୦ ବର୍ଷ।ଆଗକୁ ଗୋଟିଏ ଲମ୍ବା ଜୀବନ ଚାହିଁଲେ ସେ ବଞ୍ଚି ପାରିବ।ଯେହେତୁ ତାର ଗୋଟିଏ ବୋଲି ପୁଅ ଭାଇ ନାହାନ୍ତି ତାର ଗୋଟିଏ ପୁଅକୁ ହରାଇବାର କଷ୍ଟ ମୁଁ ବହୁତ ପାଖରୁ ଦେଖିଛି।ପାଖରୁ ଅନୁଭବ କରିଛି।ମୋ ସ୍ବାମୀଙ୍କ ପରେ ମୋ ଶାଶୁ ଶଶୁର କେମିତି ବଞ୍ଚିଛନ୍ତି ସେଇ କଷ୍ଟ ମୁଁ ଜାଣି ପାରୁଛି।
ତାଙ୍କ ଖବର ଯେତେବେଳେ ଦେଖିଲି ୩ କିମି ଚାଲି କରି ଯିବା ଅସମ୍ଭବ ହୋଇ ଯାଉଛି କିନ୍ତୁ ସେ ୩୦ କିମି ଆଣ୍ଠେଇ ଆଣ୍ଠେଇ ମୁଣ୍ଡିଆ ମାରି ମାରି ମନ୍ଦିର ପର୍ଯ୍ୟନ୍ତ ଯାଇଛନ୍ତି।ସେ ଦୃଶ୍ୟ ଯିଏ ବି ଆପଣ ମାନଙ୍କ ଭିତରୁ ଦେଖିଥିବେ।ଏହା ସବୁ ଗଣ ମାଧ୍ୟମରେ ପ୍ରାୟତଃ ପ୍ରକାଶ ପାଇଥିଲା ଆଖିରୁ ଲୁହ ତ ନିଶ୍ଚୟ ଝରି ଆସିଥିବ।
ତେଣୁ ଆମକୁ ତ କାହା ଜୀବନ ବଞ୍ଚାଇବା ପାଇଁ ସୁଯୋଗ ଭଗଵାନ ଦେଇ ନାହାନ୍ତି କିନ୍ତୁ ଗୋଟିଏ ଯଦି ସୁଯୋଗ ମିଳୁଛି କି ମୁଁ ଚାହିଁଲି କାହାର ଜୀବନ ବଞ୍ଚାଇ ଦେଇ ପାରିବି।ସେଥି ପାଇଁ ମୁଁ ନିଶ୍ଚିନ୍ତ ମୋ ତରଫରୁ ଚେଷ୍ଟା କରିବି କି ହଁ ପିଲାଟି ପାଇଁ ମୁଁ କିଛି କରି ପାରିବି।ସେଥି ପାଇଁ ମୁଁ କିଡନୀ ଦାନ କରିବାର ନିଷ୍ପତି ନେଇଛି।
ଏବେ ହସ୍ପିଟାଲ ଯାଇଥିଲି।ପିଲାଟିର ଅବସ୍ଥା ଦେଖିଲି।ଅବସ୍ଥା ବର୍ତ୍ତମାନ ବହୁତ ସିରିଅସ ରହିଛି।ପରିସ୍ରା ବନ୍ଦ ହୋଇ ଯାଇଛି।ଖାଇବା ପିଇବାରେ ବହୁତ ନିୟମ।ତେବେ ପାଣି ପିଇବାରେ ନିୟମ।ଆମେ ଦିନକୁ ଦୁଇ ତିନି ଲିଟର ପାଣି ପିଇ ଦେଉଛେ।ହେଲେ ତାକୁ ସମ୍ପୁର୍ଣ୍ଣ ରୂପେ ପାଣି ପିଇବା ପାଇଁ ମନା ହେଇଛି।
ସେ ଦିନକୁ ମାତ୍ର ୫୦୦ ଏମ ଏଲ ପିଇପାରିବ।ଏତିକି ବୟସରୁ ପ୍ରତିଦିନ କେତେ କଷ୍ଟ ତାକୁ ସହିବାକୁ ପଡ଼ୁଛି।ଘରୁ ବାହାରିବନି।ଭଲ ସେ ଖାଦ୍ୟ ମଧ୍ୟ ଖାଇ ପାରିବ ନାହିଁ।ଯଦି ମୋର କିଡନୀ ମ୍ୟାଚ ହୋଇ ଯାଉଛି ମୁଁ ବିନା ପଇସାରେ ଦାନ କରି ଦେବି।ତେବେ ଯଦି ମ୍ୟାଚ ନ ହେବ ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି କି ଟିକେ ଚେଷ୍ଟା କରନ୍ତୁ ତାକୁ ସାହାର୍ଯ୍ୟ କରିବା ପାଇଁ।
ତାର କେମିତି ଟ୍ରିଟମେଣ୍ଟ ହୋଇ ପାରିବ ସେଥି ପାଇଁ ମଧ୍ୟ ଚେଷ୍ଟା କରୁଛି।ଯଦି ମୋର ମ୍ୟାଚ ହେଉ ନାହିଁ ଆପଣଙ୍କ ମଧ୍ୟରୁ କାହାର ମ୍ୟାଚ କରିପାରେ।ଆଉ ଗୋଟିଏ ଜିନିଷ କିଡନୀ ଆରେଞ୍ଜ ହୋଇଗଲେ ବି ତା ଘରର ଆର୍ଥିକ ଅବସ୍ଥା ବହୁତ ଖରାପ ରହିଛି।ତେବେ ତାକୁ ଆର୍ଥିକ ସହାୟତା ଟିକେ ଅଧିକ ମାତ୍ରାରେ ଦରକାର।