କାଲି Aggression ରେ ବାଥ ରୁମକୁ ଡାକିଲେ ହୁମାନ ସାଗର ଆଉ ଆଜି ଭୁଲ ମାଗିଲେ,ଆଉ ତାପରେ ଯାହା ହେଲା ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ…

Spread the love

କାଲି ଡ଼ାକି ଥିଲେ ବାଥ ରୁମ ଭିତରକୁ ଆସ ଆଉ ଭୁଲ ମାଗୁଛନ୍ତି ହ୍ୟୁମାନ ସାଗର। କାଲି କହିଥିଲେ ମୁଁ କିଏ ଜାଣିନ ମୋ ନାଁ କଣ ଶୁଣିନ। ସେହି ହ୍ୟୁମାନ ସାଗର ଭୁଲ ମାଗୁଛନ୍ତି। ସାମ୍ୱାଦିକଙ୍କୁ ଅପମାନିତ କରିଥିବା ହ୍ୟୁମାନ ସାଗର ସାମ୍ବାଦିକଙ୍କୁ ମାଗିଛନ୍ତି ଭୁଲ।କହିଛନ୍ତି କାଲି ମୁଁ ଟିକିଏ ଅଗ୍ରେସିଭ ହୋଇଗଲି।ଘଟଣା ହେଉଛି

ହ୍ୟୁମାନ ସାଗରଙ୍କ ନାମରେ ତାଙ୍କ ପତ୍ନୀ ଅଭିଯୋଗ ଆଣିବା ପରେ ତାଙ୍କୁ କଟକ ମହିଳା ଥାନାକୁ ଡକା ଯାଇଥିଲା।ଆଉ ସେଠାରେ ଯେତେବେଳେ ହ୍ୟୁମାନ ପହଞ୍ଚି ଥିଲେ ସେଠାର ସାମ୍ୱାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ବିରକ୍ତ ହୋଇ ଉଠି ଥିଲେ।କହିଥିଲେ ମୁଁ କଣ ମୋର ସବୁ ବ୍ୟକ୍ତିଗତ କଥା

ଖୋଲି କହିବି।ଯଦି ସେମିତି ଚାହୁଁଛ ତାହେଲେ ମୋ ବାଥରୁମ ଭିତରକୁ ଆସୁନ।କିଛି ଏହି ଭଳି ଢ଼ଙ୍ଗରେ ସାମ୍ବାଦିକ ମାନଙ୍କୁ ବ୍ଯବହାର କରିଥିଲେ ହ୍ୟୁମାନ ସାଗର।ଆଉ ତାଙ୍କର ଏହି ଭଳି ଆଚରଣ ସାମ୍ୱାଦିକ ମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା।କାରଣ ହ୍ୟୁମାନ ସାଗର ଜଣେ ଗାୟକ ହୋଇଥିବା ବେଳେ ତାଙ୍କ ଠାରୁ

ଏହି ଭଳି ବ୍ୟବହାର କେହି ଅନୁମାନ କରି ନଥିଲେ। କିନ୍ତୁ ସେ ସାମ୍ବାଦିକ ମାନଙ୍କୁ ବାଥରୁମକୁ ଆସୁନ କହି ଆକ୍ଷେପ କରିଥିଲେ।ତେବେ କିନ୍ତୁ ତାଙ୍କର ବଦଳି ଯାଇଛି।ଗତ କାଲିର ତାଙ୍କ ବ୍ୟବହାର ସମ୍ପର୍କରେ ସେ କହିଛନ୍ତି କାଲି ମୁଁ ଟିକିଏ ଅଗ୍ରେଶିଭ ହୋଇଗଲି।ଯାହା ହେଉ ଡେରିରେ ହେଉ ପଛେ ସେ ନିଜ

ଭୁଲ ବୁଝିଛନ୍ତି।କିନ୍ତୁ ଏମିତି ହୋଇପାରେ କି ସେ ଚାପରେ ଥିବା ପାଇଁ ସେ ଏହି କଥା କହୁଛନ୍ତି।ପ୍ରକୃତ କଥା କଣ ସେ ହିଁ ଜାଣିଥିବେ।ସେ ତାଙ୍କ ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ନି- ର୍ଯା- ତ- ନା ଦେଉଥିଲେ ହ୍ୟୁମାନ ସାଗର। ସ୍ୱାମୀର କଷ୍ଟ ଅସହ୍ୟ ହେବାରୁ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ ଶ୍ରୀୟା। ବିବାହ

ପରେ ସେ ଶ୍ରୀୟାଙ୍କୁ ଯୌତୁକ ମାଗିବା ସହ ସେ ତାଙ୍କୁ ଧମକ ଦେଇଥିଲେ। ଆଉ ଯାହାକୁ ନେଇ ହ୍ୟୁମାନଙ୍କ ସ୍ତ୍ରୀ ଶ୍ରୀୟା ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି।ଆଉ ହ୍ୟୁମାନ ସାଗରଙ୍କ ନାମରେ ଆଣିଛନ୍ତି ଅଭିଯୋଗ। ରିପୋର୍ଟକୁ ନେଇ ପ୍ରସ୍ତୁତ।

Leave a Reply

Your email address will not be published. Required fields are marked *