କମ୍‌ ଖାଉଛନ୍ତି, କିନ୍ତୁ ମୋଟା ହୋଇଯାଉଛନ୍ତି,ତେବେ ଏହା କାହିଁକି ହେଉଛି ଏବଂ ଏହାର ଉପଚାର ବିଷୟରେ କ’ଣ କହୁଛନ୍ତି ଡାଏଟିସିଆନ୍‌ Mousumi Mishra, ଆସନ୍ତୁ ଜାଣିବା

Spread the love

ଆଜି କାଲି କିଏ ବ୍ୟସ୍ତ ରହୁନି।ଯଦି ବି ଆମେ ଆଜି ବ୍ୟସ୍ତତା ପଇସା କମେଇବା ପାଇଁ କରୁଛନ୍ତି ଏହା ସହ ଦେହର ମଧ୍ୟ ଯତ୍ନ ନିଅନ୍ତୁ।ଦେହର କୌଣସି ଅନ୍ୟାୟ କରନ୍ତୁ ନାହିଁ।ସକାଳୁ ଉଠିବା ପରେ ଯେତେ କାମ ବି ଥାଉ ସାଧାରଣତଃ ବୋହୁ ମାନେ ସମସ୍ତଙ୍କୁ ଖାଇବାକୁ ଦେଇ ସାରିଥିବା ହେଲେ ନିଜେ ଖାଇବେ ୧୨ଟା ବେଳକୁ।ନା ସେଟା ବ୍ରେକଫାଷ୍ଟରେ ଯିବ ନା ସେଟା ଲଞ୍ଚରେ ଯିବ।

ବହୁତ ମହିଳା ମୋ ପାଖରେ ଆସି କୁହନ୍ତି କି ଆମେ ତ ବେଶି ଖାଉ ନାହୁଁ କିନ୍ତୁ ମୋଟା ହୋଇ ଯାଉଛୁ।୩୦ ବର୍ଷ ପର୍ଯ୍ୟନ୍ତ ସବୁ ଜିନିଷ ଠିକ ଚାଲିଥାଏ।ଯେତେ ବି ଏପଟ ସେପଟ କରିବେ ଶରୀର କିଛି ଭି ହୁଏ ନାହିଁ।କିନ୍ତୁ ଯେତେବେଳେ ଜଣେ ମହିଳା ୩୫ ବର୍ଷ ଉପରେ ହେଉଛି ଆଉ ଗୋଟିଏ ପୁରୁଷ ୪୦ ବର୍ଷ ଉପରେ ହେଉଛି।

ସବୁ ରୋଗ ଅପେକ୍ଷା କରିଥାନ୍ତି ଆପଣଙ୍କ ବୟସକୁ।ସବୁ ଖାଦ୍ୟ ଆପଣଙ୍କର ହଜମ ହୋଇ ଯାଉଥିବ କିନ୍ତୁ ୪୦ ବର୍ଷ ପରେ କିଛି ହଜମ ହେବ ନାହିଁ।ଆପଣ ହଠାତ ଭାବିବେ କି ଆରେ ୪ଟା ସିଙ୍ଗଡ଼ା ଖାଇ ଦେଉଥିଲି ଆଜି କାଇଁ ଖାଇ ପାରୁନି।ସେତେବେଳେ ଆପଣଙ୍କ ଶରୀର ଏହାକୁ ସପୋର୍ଟ କରୁଥିଲା।

ତେଣୁ ସବୁବେଳେ ମନେ ରଖିବେ କି ସେ ଛୋଟ ଛୁଆଟେ ବି ହେଉ ନା କାହିଁକି ସେ ଯେତେବେଳେ ଖାଇବାକୁ ବାଧ୍ୟ କରେ ତେବେ ତାକୁ ତାର ପୋଷକର ପରିମାଣ କୁହନ୍ତୁ।ସେ ଯେତେବେଳେ ନିଜର ଜାଣିବ ଏ ବିଷୟରେ ଆଉ ଖାଇବ ନାହିଁ।ଖାଦ୍ୟରେ ସବୁବେଳେ ଦୁଇ ଚାରିଟା ଜିନିଷ ରଖନ୍ତୁ ଯେଉଁଟା ରେଗୁଲାର ଭାବେ ଆପଣଙ୍କ ଖାଦ୍ୟରେ ରହିବ।ଗୋଟିଏ ହେଲା ଦହି।

ପ୍ରତେକ ଜିନିଷ ଦହିରେ ହିଁ ଅଛି।ଦହି ପାଣିରେ ପ୍ରାୟ ୧ ଲକ୍ଷ ପ୍ରୋ ବାୟୋଟିକ ରହିଛି।ପ୍ରତେକ ଦିନ ଦହି ଖାଆନ୍ତୁ।ପ୍ରତେକ ଦିନ ଶାଗ ଖାଆନ୍ତୁ।ସବୁଜ ପନିପରିବା ଖାଆନ୍ତୁ।ପିଲାଙ୍କୁ ଦିଅନ୍ତୁ ନିଜେ ମଧ୍ୟ ଖାଆନ୍ତୁ। କାରଣ ଛୁଆ ବେଳୁ ତାଙ୍କର ଏହା ଅଭ୍ୟାସ ହୋଇଗଲେ ତାହା ସବୁବେଳେ ରହିବ।ଏହା ସହ ପ୍ରତେକ ଦିନ ଆପଣ ସାଲାଡ଼ ଖାଆନ୍ତୁ।

ଯେଉଁଠି ଗାଜର ଅଛି ବିଟ ଅଛି କାକୁଡି ଅଛି।ବେଶି ରାଗ ନଥିବା ଲଙ୍କା ଗୁଡ଼ିକ ଆପଣ ସେଥିରେ ପକେଇ ଖାଇ ପାରିବେ। ସାଲାଡ଼ ଜାତୀୟ ଖାଦ୍ୟ ବହୁତ ଭଲ।ଯଦି ଆପଣଙ୍କର ଓଜନ ଅଧିକ ହେଉଛି ଆପଣ ଏହା କମେଇବା ଚାହୁଁଛନ୍ତି ତେବେ ଆପଣ ରାତିରେ ସାଲାଡ଼ ଖାଇ ପାରିବେ।ଏହା ସହ ଫଳକୁ ନେଇ ଏକ ସାଲାଡ଼ ପ୍ରସ୍ତୁତ କରି ଖାଆନ୍ତୁ।ଫଳ ରସକୁ ନ ଖାଇ ଖାଲି ଫଳ ଖାଇବାକୁ ଚେଷ୍ଟା କରନ୍ତୁ।ଆଉ ଖାଦ୍ୟ ଖାଇବା ବେଳେ ସବୁବେଳେ ଦାନ୍ତର ଵ୍ୟବହାର କରନ୍ତୁ। ପ୍ରତେକ ଖାଦ୍ୟକୁ ଚୋବେଇ ଖାଆନ୍ତୁ।

Leave a Reply

Your email address will not be published. Required fields are marked *