ପେଟ ଯନ୍ତ୍ରଣା (Abdominal) କାହିଁକି ହୁଏ?ଏହାର ଲକ୍ଷଣ କ’ଣ ହୋଇପାରେ? ପେଟ ଯନ୍ତ୍ରଣାକୁ ରୋକିବେ କିପରି – ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆମେ ଜାଣିବା ପେଟ ଯନ୍ତ୍ରଣା କମିବା ପାଇଁ ଆପଣଙ୍କୁ କଣ କରିବା ଉଚିତ।ଆମ ଛାତି ତଳ ଯେଉଁ ହାଡ଼ ଅଛି ସେହି ହାଡ଼ ଏବଂ ତଳ ହାଡ଼ ମଝିରେ ଯାହା ସବୁ ହାଡ଼ ଅଛି ତାକୁ ଆବଡୋମେନ କୁହାଯାଏ।

ସେହି ଜାଗାରେ ଦରଜ ହେବାକୁ ଆବଡୋମିନାଲ ପେନ କହିଥାଉ।ପ୍ରଥମେ ଆମକୁ ଦେଖିବା ଦରକାର ଏଜି ଦରଜ କେଉଁଠାରୁ ଆରମ୍ଭ ହୋଇଛି।ଏହାର ଅନେକ କାରଣ ରହିପାରେ।କୌଣସି ବାୟାମ କରିବା ଦ୍ୱାରା ହେଉ କିମ୍ବା ଭିତରର କୌଣସି ଅଙ୍ଗ ଦ୍ୱାରା ହେଉ ଏହି ଦରଜ ହୋଇପାରେ।

ପେଟ ଭିତରେ ଯେଉଁ ଅଙ୍ଗ ରହିଛି ତାହା ଦୁଇ ପ୍ରକାରର ଥାଏ।ପେଟ ଭିତରେ ଅନେକ ନଳୀ ଥାଏ।ଏହି ନଳୀ କାରଣରୁ ମଧ୍ୟ ଏହା ହୋଇଥାଇ ପାରେ।ଆମର ଯେଉଁ ଆବଡୋମିନ ଅଛି ତାହାକୁ ଆମେ ଦୁଇ ଭାଗରେ ବାଣ୍ଟି ପାରିବା।ନାଭି ଉପରକୁ ଏବଂ ନାଭି ତଳକୁ।ନାଭି ପାଖରେ ଯଦି ଦରଜ ହୁଏ ତେବେ ଏହାର କାରଣ ବଡ଼ କିମ୍ବା ଛୋଟ ଖାଦ୍ୟନଳୀ ହୋଇଥାଇପାରେ।

ନାଭିର ଦୁଇ ପାର୍ଶ୍ୱରେ ଯଦି ଦରଜ ହେଉଛି ତେବେ କିଡନି ସାକାଶେ ଏହାର କାରଣ ରହିଥାଇପାରେ।ଡାକ୍ତରଙ୍କ ପାଖକୁ ଗଲେ ସେମାନେ ପ୍ରଥମେ ଦେଖିଥାନ୍ତି କେଉଁ କାରଣରୁ ଦରଜ ହେଉଛି ଏବଂ ଏହାକୁ ମେଡିସିନ ଦରକାର କିମ୍ବା ସରଜରି ଦରକାର।ତେବେ ଏହା ମଧ୍ୟ ପଚରା ଯାଏ ଯେ କେବେଠାରୁ ଦରଜ ହେଉଛି କେତେ ଦିନ ହୋଇଗଲାଣି

ଏବଂ କଣ କାରଣ ରହିଛି।ରହି ରହି ଦରଜ ହେଉଛି କିମ୍ବା ସବୁବେଳେ ଦରଜ ହେଉଛି।ଏହି ଦରଜ ଖାଲି ଏହି ଜାଗାରେ ରହୁଛି କିମ୍ବା ଅନ୍ୟ କେଉଁ ଜାଗାରେ ରହୁଛି ଏହା ମଧ୍ୟ ପଚାରାଯାଏ ଯେ ଏହି ଦରଜ କଣ ଖାଇଲେ କିମ୍ବା ନଖାଇଲେ ବଢୁଛି।କେଉଁଭଳି ଏହା କମୁଛି ତାହା ମଧ୍ୟ ଦେଖାଯାଇଥାଏ ନଇଁକରି ଏହା କମି ଯାଉଛି

କିମ୍ବା ଅଳ୍ପ ସମୟ ବସିଲେ ଏହା କମୁଛି।ଏହାପରେ ରୋଗୀର ପେଟକୁ ଦେଖାଯାଇଥାଏ।ବାନ୍ତି ହେବା ପେଟ ଫୁଲିଯିବା ଏହିସବୁ ଲକ୍ଷଣ ମଧ୍ୟ ଦେଖାଦେଇଥାଏ।ଏହି ଅନୁସାରେ ଦରଜଲାଗୁଚିର କାରଣ ଦେଖାଯାଇଥାଏ।ରକ୍ତ ଏବଂ ମୂତ୍ର ପରୀକ୍ଷା କରାଯାଇଥାଏ ଏବଂ ଅନେକ ସମୟରେ ଅଲ୍ଟ୍ରାସାଉଣ୍ଡ ମଧ୍ୟ ହୋଇଥର।

ଯଦି ଆପଣଙ୍କୁ ଅଳ୍ପ ଦରଜ ରହୁଛି ଏବଂ ୧୫ରୁ ୨୦ ମିନିଟ ଭିତରେ ପଳେଇ ଯାଉଛି ତେବେ ତା ପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ।କିନ୍ତୁ ଯଦି ଅଧିକ ଦରଜ ହେଉଛି ବାନ୍ତି ହେଉଛି ତଳୁ ଗ୍ୟାସ ପାସ ହେଉ ନାହିଁ ତେବେ ଆପଣଙ୍କୁ ତୁରନ୍ତ ଡାକ୍ତରଖାନା ଯିବା ଦରକାର।

Leave a Reply

Your email address will not be published. Required fields are marked *