ଦୁବ ଘାସ (DUBAGHASA) ୧୦୦ଟି ରୋଗକୁ କରିଥାଏ ମୂଳରୁ ନାଶ,କେବଳ ଏହାର ବ୍ୟବହାର କରିବା ଉପାୟ ଜାଣିଥିବା ଦରକାର..

Spread the love

ଆଜି ଆମେ ବିଜ୍ଞାନ ମଧ୍ୟରେ ଜାଣୁଛେ କି ବୃକ୍ଷ ଲତାଙ୍କ ପାଇଁ ଜୀବନ ତିଷ୍ଠି ରହିଛି।ବୃକ୍ଷଲତା ଅନ୍ୟ ସମସ୍ତ ପ୍ରାଣୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥାଏ।କାରଣ ଏହି ମାନେ ହିଁ କେବଳ ଶର୍କରା ପ୍ରସ୍ତୁତ କରନ୍ତି।ବୃକ୍ଷଲତାମାନେ ବାୟୁମଣ୍ଡଳରୁ ଅମ୍ଳଜାନ ପରିମାଣକୁ ସନ୍ତୁଳିତ ରଖନ୍ତି।ଏହି ମାନେ ହିଁ ଜମିକୁ ରଖିବା ସହ ଭୁଗର୍ଭରେ ଜଳକୁ ସଞ୍ଚୟ କରିବା ପାଇଁ ସାହାଯ୍ୟ କରନ୍ତି।

ବୃକ୍ଷଲତାମାନଙ୍କୁ ଆମେ ବହୁତ କାମରେ ଲଗାଇ ଥାଉ।ତେବେ କେତେ ବୃକ୍ଷ ଆମକୁ ଅନେକ ରୋଗରୁ ରକ୍ଷା କରିଥାନ୍ତି।ଆଉ କେତେକ ବୃକ୍ଷଲତା ମଧ୍ୟ ଆମର ଜୀବନ ନେଇ ଥାଆନ୍ତି।ଆୟୁର୍ବେଦ ମାଧ୍ୟମରେ ଆମେ ବୃକ୍ଷଲତାରୁ ଔଷଧ ପ୍ରସ୍ତୁତ କରିଥାଉ।ତେବେ ଏ ସବୁକୁ ବାଦ ଦେଲେ ଏମାଙ୍କର ଅନେକ ଚମତ୍କାରୀ ଗୁଣ ରହିଛି ଯାହାକୁ ମୁନି ଋଷିମାନେ ଉଦ୍ଭାବନ କରିଥିଲେ।

ଏହି ସବୁ ଗୁଣକୁ ଆଜି ପର୍ଯ୍ୟନ୍ତ ବିଜ୍ଞାନ ପୂରଣ କରି ପାରି ନାହିଁ।ଆଜି ଆମେ ସେଗୁଡିକ ବିଷୟରେ ଜାଣିବା।ଯେଉଁ ବୃକ୍ଷଲତାର ଚେର,ମୂଳ,କାଣ୍ଡ,ଫୁଲ,ଫଳ,ପତ୍ର ଆଦି ସଂଗ୍ରହ କରିବାକୁ ହେବ।ସଂଗ୍ରହ କରିବା ପୂର୍ବ ଦିନ ସେହି ଗଛ ମୂଳରେ ଗୋଟିଏ ଗୋଟା ଗୁଆ ଓ ମୁଠାଏ ଅରୁଆ ଚାଉଳ ଓ କଞ୍ଚା କ୍ଷୀର ଦେଇ ନିମନ୍ତ୍ରଣ କରି ଆସିବ।

ଦୁବ ଘାସର ଚମତ୍କାରି ଓ ଆଧ୍ୟାତ୍ମିକ ଗୁଣ କଣ କଣ। ଶନି କିମ୍ୱା ରବିବର ଦିନ ଦିପ୍ରହର ସମୟରେ ଏହି ଦୁବକୁ ସଂଗ୍ରହ କରି ଅଣ୍ଟାରେ ଧାରଣ କଲେ ସବୁ ସ୍ଥାନରେ ଯଶ ମିଳେ।ଶନିବାର କିମ୍ୱା ରବିବାର ଦିନ ଅଧୁଆ ମୁଁହରେ ଶ୍ୱେତ ଦୁବ ସଂଗ୍ରହ କରି ଶୁଖାଇ ଗୁଣ୍ଡ କରିବେ।ଏହି ଗୁଣ୍ଡରୁ ଅଳ୍ପ ନେଇ ପାନରସ ସହ ମିଶାଇ ଜର ହେଉଥିବା ବ୍ୟକ୍ତିଙ୍କୁ ଖୁଆଇଲେ ଜର ଭଲ ହୋଇଥାଏ।

ଏହା ସହ ମଙ୍ଗଳବାର ଦିନ ଏହି ଦୁବ ସଂଗ୍ରହ କରି ଏକ ସର୍ବ ରୋଗ ଦୂର ମନ୍ତ୍ରକୁ ୯ ଥର ପଢ଼ି ୯ ଥର ଫୁଙ୍କି ଆପଣ ରୋଗୀକୁ ଝାଡି ଦେବେ।ଏହା ଦ୍ବାରା ସମସ୍ତ ରୋଗ ଭଲ ହୋଇଯାଏ।ପୁଷ୍ୟା ନକ୍ଷତ୍ର ଶନି କିମ୍ୱା ରବିବାର ଦିନ ଗୁପ୍ତରେ ଶ୍ୱେତ ଦୁବ ସଂଗ୍ରହ କରି ୨୧ ଖିଅ ଲାଲ ସୂତାରେ ଶିଶୁର ଗଳାରେ ପିନ୍ଧାଇ ଦେଲେ ପିଲାର ରୋଗ ଭଲ ହୁଏ।

୭ ବିଡା ଦୁବ ଧରି ପାଳି ଜର ହେଉଥିବା ଲୋକଙ୍କୁ ଶିବଙ୍କ ନାମରେ ଝାଡି ଦେଲେ ଓ ମୁଣ୍ଡ ଉପର ଦେଇ ଦୂବକୁ ଫୋପାଡି ଦେଲେ ପାଳି ଜର ଭଲ ହୁଏ।୨୧ ଘେରା ଶ୍ୱେତ ଦୁବ ସଂଗ୍ରହ କରି ଦାଣ୍ଡ ଓ ବାଡି ଘରେ ଟାଙ୍ଗି ଦେଲେ ଭୂତ ପ୍ରେତ ଉପଦ୍ର୍ୟବ୍ୟରୁ ଘରକୁ ରକ୍ଷା କରି ପାରିବେ।

Leave a Reply

Your email address will not be published. Required fields are marked *