ସକାଳୁ ଉଠି ଭୁଲରେ ବି ଦେଖନ୍ତୁ ନାହିଁ ଏହି ଜିନିଷ – ଏଭଳି ଲୋକଙ୍କୁ ଦେଖିଲେ ଆପଣଙ୍କ ସର୍ବନାଶ ହେଇଯିବ..

Spread the love

ଆମ ବାସ୍ତୁ ଶାସ୍ତ୍ର ଅନୁସାରେ ଏପରି ଅନେକ କଥା ରହିଛି ଯାହାକୁ ନ ମାନିବା ଫଳରେ ଆମକୁ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।ତେବେ ଆମେ ଯେତେବେଳେ ସକାଳୁ ଉଠି ଥାଉ ଯଦି ଆମର ସକାଳ ସମୟ ସଠିକ ଭାବରେ ଯାଇଥାଏ ତେବେ ଆମର ସମୂର୍ଣ୍ଣ ଦିନଟି ମଧ୍ୟ ସଠିକ ଭାବରେ ଯାଇଥାଏ।ତେବେ ଯଦି ଏପରି ନହୁଏ ତେବେ ଆମ ଦିନ ଖରାପ ହେବାର ସମ୍ଭାବନା ରହିଥାଏ।

ସେଥିପାଇଁ ଯଦି କୌଣସି କ୍ଷତି ହୁଏ ତେବେ କିଛି ଲୋକ କୁହନ୍ତି ସକାଳୁ ଉଠି କାହା ମୁହଁ ଚାହିଁଥିଲି,ଆଜି ଦିନଟି ମୋର ଖରାପ ଯାଉଛି।ନୂତନ ଦିନର ଆରମ୍ଭ ସହିତ ପ୍ରତ୍ୟେକ ବ୍ୟକ୍ତି ଶୁଭ କାର୍ଯ୍ୟ କରିବାକୁ ଚାହିଁଥାନ୍ତି।ସେଥିପାଇଁ ଯଦି ଆପଣ ସକାଳୁ ଉଠି କିଛି ଖରାପ ଜିନିଷ ଦେଖନ୍ତି ତେବେ ଆପଣଙ୍କର ସମ୍ପୂର୍ଣ୍ଣ ଦିନଟି ଅସୁଭମୟ ହୋଇଥାଏ ଓ ଆପଣଙ୍କର କୌଣସି କାର୍ଯ୍ୟ ସଠିକ ରୂପରେ ହୋଇ ନଥାଏ।

ଆପଣ ଅନେକ କାର୍ଯ୍ୟରେ ଅସଫଳତା ହାସଲ କରିଥାନ୍ତି।ସେଥିପାଇଁ କୁହା ଯାଇଛି ଆପଣ ଯଦି ସକାଳୁ ଉଠିବା ପରେ କୌଣସି ଶୁଭ କାର୍ଯ୍ୟ କରିଥାନ୍ତି ବା କୌଣସି ଶୁଭ ଜିନିଷ ଦେଖି ଥାଆନ୍ତି।ତେବେ ଆପଣଙ୍କର ସମ୍ପୂର୍ଣ୍ଣ ଦିନଟି ଶୁଭମୟ ହୋଇଥାଏ।ତେବେ ଶାସ୍ତ୍ରରେ କୁହାଯାଇଛି ସକାଳୁ ଉଠିବା ପରେ ଦର୍ପଣ ଠାରୁ ଦୂରେଇ ରଖିବା ଆବଶ୍ୟକ।

ଅର୍ଥାତ ସକାଳୁ ଉଠିବା ପରେ ଦର୍ପଣ ଦେଖିବା ଉଚିତ ନୁହେଁ।ଆପଣ ଯେଉଁ ଘରେ ସୋଉଛନ୍ତି ସେହି ଘରେ ଦର୍ପଣ ରଖନ୍ତୁ ନାହିଁ।ଏହା ସହିତ ଯଦି ଆପଣଙ୍କୁ ଦର୍ପଣ ରଖିବାକୁ ପଡୁଛି ତେବେ ଆପଣ ସକାଳୁ ଉଠିବା ପରେ ସେହି ଦର୍ପଣ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।ସର୍ବଦା ସେହି ଦର୍ପଣକୁ ଏକ କପଡା ସାହାଯ୍ୟରେ ଘୋଡାଇ ରଖନ୍ତୁ।

ସକାଳୁ ଉଠିବା ପରେ ଦର୍ପଣ ଦେଖିବା ଫଳରେ ସମ୍ପୂର୍ଣ୍ଣ ଦିନ ଅଶୁଭ ହୋଇଥାଏ।ଏହା ସହିତ ସକାଳୁ ଉଠିବା ପରେ ନିଜର ଛାଇକୁ ଦେଖିବା ଶାସ୍ତ୍ରରେ ଅଶୁଭ ବୋଲି ବିଚାର କରାଯାଇଥାଏ।ସେଥିପାଇଁ ସକାଳୁ ଉଠିବା ପରେ ନିଜର କିମ୍ବା ଅନ୍ୟ କୌଣସି ବ୍ୟକ୍ତିର ଛାଇକୁ ଦେଖିବା ଉଚିତ ନୁହେଁ।ଏହା ସହିତ ଆପଣ ଶୋଇବା ପୂର୍ବରୁ ଘରର ସମସ୍ତ ଆଲୋକ ବନ୍ଦ କରି ଶୁଅନ୍ତୁ।

ଯେପରି ଆପଣ ସକାଳୁ ଉଠିବା ପରେ ଆପଣ ନିଜର ଛାଇ ଦେଖି ପାରିବେ ନାହିଁ।ଏପରି କରିବା ଫଳରେ ଆପଣ ନିଜର ଦିନକୁ ଶୁଭମୟ କରି ପାରିବେ।ନଚେତ ଆପଣଙ୍କର ସମ୍ପୂର୍ଣ୍ଣ ଦିନଟି ଖରାପ ରହିବ।ଏହା ସହିତ ସକାଳୁ ଉଠିବା ପରେ କୌଣସି ହିଂସ୍ର ପାଶୁକୁ ଦେଖିବାରୁ ନିଜକୁ ଦୂରେଇ ରୁହନ୍ତୁ।

କାରଣ କୌଣସି ହିଂସ୍ର ପସୁକୁ ଦେଖିବା ଫଳରେ ଆପଣଙ୍କ ଦିନଟି ହିଂସାତ୍ମକ ଭବନରେ ବୁଡି ରହିବ।ସେଥିପାଇଁ ଆପଣ ସକାଳୁ ଉଠିବା ପରେ ଏହିପରି ପଶୁଙ୍କୁ ଦେଖିବାରୁ ନିଜକୁ ନିବୃତ ରଖନ୍ତୁ।ଏହା ସହିତ ଘରେ କୌଣସି ପ୍ରକାରର ହିଂସ୍ର ଜନ୍ତୁଙ୍କର ଫଟୋକୁ ଲଗାନ୍ତୁ ନାହିଁ।ଏପରି କରିବା ଫଳରେ ଆପଣଙ୍କ ଦିନଟି ଶୁଭ ଫଳ ପ୍ରଦାନ କରିବ ଓ ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ।

Leave a Reply

Your email address will not be published. Required fields are marked *