ହନୁମାନଙ୍କ ଦିବ୍ୟଦର୍ଶନ – ଓଡ଼ିଶାର ଏହି ଜାଗାରେ ସ୍ୱୟଂ ଭଗବାନ ହନୁମାନ ଦେଖା ଦେଇଥିଲେ – ଆପଣ ମଧ୍ୟ ଏବେ ଦେଖି ନିୟନ୍ତୁ

Spread the love

ତେବେ ଆମ ଓଡ଼ିଶା ହେଉଛି ଏକ ଏପରି ରାଜ୍ୟ ଯେଉଁଠାରେ ସ୍ଵୟଂ ଜଗନ୍ନାଥ ରହିଥାନ୍ତି।ଏହି ରାଜ୍ୟର ଅଲୌକିକତା ସମସ୍ତଙ୍କୁ ଜଣା।ତେବେ ଆମ ଜଗତସିଂପୁର ଠାରେ ବିରିଡ଼ି ଅନ୍ତର୍ଗତ ଏକ ଗ୍ରାମ ରହିଛି ଯାହାର ନାମ ହେଉଛି ବାଲିଗୋପୀନାଥପୁର।ଏହି ଗ୍ରାମରେ ଭଗବାନ ହନୁମାନଙ୍କ ବିଶେଷ ଅବସ୍ତିତର ଲକ୍ଷଣ ରହିଛି।ତେବେ ଏହି ଠାରେ ଭଗବାନ ହନୁମାନଙ୍କର ଏକ ବିଶାଳ ମନ୍ଦିର ରହିଛି। ଏଠାରେ ମନ୍ଦିର ଗଢି ଉଠିବା ପୂର୍ବରୁ ଏହି ସ୍ଥାନରେ ଏକ ବିଶାଳ ଆମ୍ବ୍ ଗଛ ରହିଥିଲା।ତେବେ ଏହି ଆମ୍ବ ଗଛ କୌଣସି ସାଧାରଣ ଗଛ ନୁହେଁ।

ଏହି ଗଛରେ ସ୍ଵୟଂ ଭଗବାନ ହନୁମାନଙ୍କ ଅବସ୍ଥିତି ସମ୍ପର୍କରେ ଅନେକ ଲୋକ ମତ ଦେଇଥାନ୍ତି।ତେବେ ଥରେ ଜଣେ ସ୍ଥାନୀୟ ବାସିନ୍ଦା ଦିନେ ଅଧିକ ରାତ୍ରୀରେ ନିଜର କୌଣସି କାର୍ଯ୍ୟ ପାଇଁ ସେହି ମାର୍ଗରେ ଯାଉଥିଲେ କିନ୍ତୁ ସେହି ମାର୍ଗରେ ଯିବା ସମୟରେ ସେ ଅଚାନକ ଦେଖିଲେ କି ସେହି ବିଶାଳ ଆମ୍ବ ଗଛରେ ଏକ ବିଶାଳ ମାଙ୍କଡ ବସି ଛନ୍ତି।

ତେବେ ସେହି ବ୍ୟକ୍ତି ଜଣଙ୍କ କିଛି ବୁଝି ପାରି ନଥିଲେ ଓ ସେହି ସ୍ଥାନରୁ ତୁରନ୍ତ ଚାଲି ଯାଇଥିଲେ।ମାତ୍ର ସେ ସେଦିନ ଜାଣି ପାରିନଥିଲେ କି ସେ ସ୍ଵୟଂ ଭଗବାନ ହନୁମାନଙ୍କ ଦର୍ଶନ ପାଇଥିଲେ ବୋଲି।ଏହାପରେ ସେ ସେହି ଅଞ୍ଚଳର ଜଣେ ବାବାଙ୍କ ନିକଟକୁ ଯାଇଥିଲେ।ସେହି ବାବାଙ୍କ ନାମ ଥିଲା ବାବା ଉପେନ୍ଦ୍ର।ତେବେ ସେ ନିଜ ସହ ଘଟିଥିବା ସମସ୍ତ ଘଟଣା ସମ୍ପର୍କରେ ବାବାଙ୍କୁ କହିଥିଲେ।

ତେବେ ବାବାଙ୍କ କହିବା ଅନୁସାରେ ସେ ଯେଉଁ ମାଙ୍କଡଙ୍କ କଥା କହୁଛନ୍ତି ସେ କୌଣସି ସାଧାରଣ ମାଙ୍କଡ ନଥିଲେ।ସେ ହେଉଛନ୍ତି ସ୍ଵୟଂ ଭକ୍ତବିର ମହାବଳି ହନୁମାନ।ଏହାପରେ ସେହି ବାବା ଜଣଙ୍କ ପୂର୍ବାନୁମାନ କଲେ କି ଖୁବ କମ ସମୟ ମଧ୍ୟରେ ଏହି ସ୍ଥାନରେ ଏକ ବିଶାଳ ମନ୍ଦିର ଗଢି ଉଠିବ ଓ ସ୍ଵୟଂ ପଞ୍ଚମୁଖୀ ହନୁମାନ ଏଠାରେ ପୂଜା ପାଇବେ।

ଏହାର ଠିକ ୨୦ ବର୍ଷ ପରେ ସେହି ସ୍ଥାନରେ ବର୍ତ୍ତମାନ ଏକ ବିଶାଳ ମନ୍ଦିର ଠିଆ ହୋଇଛି।ତେବେ ସେହି ବାବାଙ୍କ କଥା ସମ୍ପୂର୍ଣ୍ଣ ରୂପରେ ସତ୍ୟ ହୋଇଛି।ବର୍ତ୍ତମାନ ସେହି ଅଞ୍ଚଳର ଲୋକମାନେ ଭଗବାନ ହନୁମାନଙ୍କ ପ୍ରତିଦିନ ଅନେକ ଭକ୍ତି ମନରେ ପୂଜା ଅର୍ଚ୍ଚନା କରିଥାନ୍ତି।ତେବେ ମାଳିକା ଅନୁସାରେ ଅନେକ ଭକ୍ତ ମାନେ ରହିଛନ୍ତି ଯେଉଁମାନେ ପୂର୍ବାନୁମାନ କରି ପାରନ୍ତି।

ତେବେ ସେହି ବାବା ଜଣଙ୍କ ଥିଲେ ସେମାନଙ୍କ ମଧ୍ୟରୁ ଜଣେ ଓ ସେ ହନୁମାନଙ୍କ ଅବସ୍ଥିତି ସମ୍ପର୍କରେ ପୂର୍ବରୁ ଅନୁମାନ କରି ସାରିଥିଲେ।ତେବେ ଭଗବାନ ହନୁମାନ ବର୍ତ୍ତମାନ ସେହି ସ୍ଥାନରେ ସ୍ଥାପନ ହୋଇ ଅନେକ ଦିନ ହେଲା ପୂଜା ପାଇ ଆସୁଛନ୍ତି।ଏହା ସହିତ ଏହି ସ୍ଥାନକୁ ଯେଉଁ ଭକ୍ତ ନିଜର ଶୁଦ୍ଧ ମନରେ ଆସିଥାଏ ଓ ନିଜର ସମସ୍ତ ଭକ୍ତି ସହିତ ଭଗବାନ ହନୁମାନଙ୍କୁ ସ୍ମରଣ କରିଥାଏ

ତେବେ ଭଗବାନ ତାଙ୍କର ସମସ୍ତ ଇଚ୍ଛା ପୁରଣ କରିଥାନ୍ତି।ଏହା ସହିତ ଭଗବାନ ଏହି ସ୍ଥାନରେ ନିଜର ଅବସ୍ଥିତି ସମ୍ପର୍କରେ ଯେଉଁ ପୂର୍ବାଭାସ ଦେଇଥିଲେ ତାହା ଆଜି ସମସ୍ତ ଲୋକଙ୍କ ସମ୍ମୁଖରେ ଉପସ୍ଥିତ ଅଛି।ତେବେ ଭଗବାନ ହନୁମାନଙ୍କ ସହିତ ଏହି ସ୍ଥାନରେ ବର୍ତ୍ତମାନ ରଘୁନାଥ ଜୀଉ ମଧ୍ୟ ପୂଜା ପାଉଛନ୍ତି।

Leave a Reply

Your email address will not be published. Required fields are marked *