ପୁଣି ଓଡିଶା ଆଡକୁ ଆସିଛି ଆଉ ଏକ ବଡ଼ Batya,ମାର୍ଚ୍ଚ ରେ ଆସୁଛି ବାତ୍ୟା ର ଭୟ,ସମୁଦ୍ର ଭିତରେ ଲଘୁଚାପ ସୃଷ୍ଟି…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ାନ୍ତୁ ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣଙ୍କ ଅଞ୍ଚଳର ପାଣିପାଗର ଖବର ଆପଣଙ୍କ ପାଖରେ ନିହାତି ରହିବା ଦରକାର।ଏହାକୁ ଜାଣି ଆପଣ ଆସୁଥିବା ବିପତିର ଆପଣ ଅନୁମାନ ଲଗାଇ ପାରିବେ।

ତେବେ ବର୍ତ୍ତମାନ ସମୟରେ ପାଣିପାଗକୁ ନେଇ କିଛି ବିଶେଷ ଅପଡେଟ ସାମ୍ନାକୁ ଆସିଛି।ସେହି ଖବର ଅନୁସାରେ ପୁଣିଥରେ ବାତ୍ୟା ଆଶଙ୍କା।ପୁଣି ଡ଼ରାଇଲାଣି ବାତ୍ୟା ଆଶଙ୍କା।ଏବେ ଆସନ୍ତା ୨୨ ତାରିଖ ବେଳକୁ ବଙ୍ଗୋପ ସାଗରରେ ବାତ୍ୟା ହେବାର ନେଇ ଦାନା ବାନ୍ଧିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି।

ତେବେ ଏହାର ତୀବ୍ରତା ଏବଂ ଗତିପଥ ନେଇ ଏବେ ଠାରୁ ଆକଳନ କରିହେଉ ନଥିବା ବେଳେ ବଙ୍ଗୋପ ସାଗରରେ ବାତ୍ୟା ଗୋଟାଉଛି ବଳ।ଲଘୁଚାପ ସୃଷ୍ଟି ହେବା ବେଳେ ସେତେବେଳେର ଜଳବାୟୁ ଅନୁସାରେ ସମ୍ଭାବ୍ୟ ଗତିପଥ ଓ ତୀବ୍ରତା ଜଣାପଡିବ ବୋଲି କୁହାଯାଇଛି
ତେବେ ଏହାର ପ୍ରଭାବକୁ ନେଇ ଉପକୂଳ ଓଡିଶାରେ

ପାଗ ବଦଳିବା ନେଇ ସମ୍ଭାବନା ରହିଛି।ପାଣିପାଗ ବୈଜ୍ଞାନିକ ସୁରେନ୍ଦ୍ରନାଥ ପଶୁପାଳକ କହିବା ଅନୁସାରେ ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ବଙ୍ଗୋପ ସାଗରରେ ପହଂଚିବ।

ଏହା କେତେ ଘନୀଭୂତ ହେବ।ଗତିପଥ କଣ ରହିବ ଏବଂ କେଉଁଠାରେ ସ୍ଥଳ ଭାଗ ଛୁଇଁବ?ଏନ ସି ଫି ଏବଂ ଚି ଏଫ ଏସ ମଡେଲ କହୁଛି ଏହା ଦିଗ ବଦଳାଇ ବୁଲି ମାଧ୍ୟ ପାରେ ଏହା ଯୋଗୁ ଏହା ଭାରତୀୟ ଉପକୂଳକୁ ଛୁଇଁ ନପାରେ।କିନ୍ତୁ ଜଳବାୟୁ ପରିବର୍ତ୍ତନରେ ସମ୍ଭାବ୍ୟ ଘୁର୍ଣ୍ଣି ଝଡ଼ ଭାରତୀୟ ଉପକୂଳ ଛୁଇଁବା କଥାକୁ ସମ୍ପୂର୍ଣ୍ଣ ଭାବରେ ଏଡାଇ ଦିଆଯାଇ ନପାରେ।

ଏହା ସହିତ ପଶ୍ଚିମରୁ ପବନ ବୋହିବା ଓ ଗୁରୁଚାପ ସୃଷ୍ଟି ହେବା କାରଣରୁ ବାତ୍ୟା ଦାନା ବାନ୍ଧିବା ପାଇଁ ଅନୁକୂଳ ବତାଵରଣ ଯୋଗାଉଛି।ଆଇ ଏମ ଡି ଆକଳନ ଅନୁସାରେ ଏହା ଘନିଭୁତ ହୋଇ ବାତ୍ୟାର ରୂପ ନେଇ ପାରେ।ହେଲେ ଏହାର ସମ୍ଭାବ୍ୟ ଗତି ଉତ୍ତର ଦିଗରେ ରହିପାରେ।ଯାହାକି ମିଆଁମାର ଆଡ଼କୁ ଗତି କରିପାରେ।

ସେପଟେ ୧୭ ତାରିଖ ବେଳକୁ ବଙ୍ଗୋପସାଗରୀୟ ପବନ ପାଇଁ ସର୍ବାଧିକ ତାପମାତ୍ରା ଚାରି ଡିଗ୍ରୀ କମିପାରେ।ଏହା ସହିତ ପରବର୍ତ୍ତୀ ତିନି ଦିନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ ପାଗ।ସମ୍ଭାବ୍ୟ ବାତ୍ୟାର ପ୍ରଭାବ ସାରା ରାଜ୍ୟରେ ପଡିବ ନାହିଁ।କେବଳ ୨୨ ତାରିଖ ବେଳକୁ ଉପକୂଳ ଓଡିଶାରେ ତାପମାତ୍ରା ଖସିପାରେ।୨୨ ଓ ୨୩ରେ ସାମୁଦ୍ରିକ ପବନ ବହିବା ଯୋଗୁ ଗରମ ମଧ୍ୟ କମିବ।

Leave a Reply

Your email address will not be published. Required fields are marked *