ଯେବେ ନାଗ କୁ ମାରିଦେଲେ ଗାଁ ଲୋକ ପ୍ରତିଶୋଧ ନେବା ପାଇଁ Ichadhari ନାଗୁଣୀ କରିଲା ନିଜର ଏପରି ବଦଲା,ଜାଣିବା ପରେ ଆପଣ ମଧ୍ୟ ନିଜ ବୁଦ୍ଧି ହଜେଇ ବସିବେ…

Spread the love

ତେବେ ଆମେ ସମସ୍ତେ ପ୍ରାୟ ନାଗ ଓ ନାଗୁଣୀଙ୍କ ସହିତ ଜଡିତ ଅନେକ କଥା ସମ୍ପର୍କରେ ଜାଣୁ।ତେବେ ଏହା ମଧ୍ୟ ଭଲ ଭାବରେ ଜାଣୁ ଆମେ ସେମାନଙ୍କ ମଧ୍ୟରୁ ଜଣଙ୍କୁ କାହାକୁ କ୍ଷତି ପହଞ୍ଚାଇବା ପାଇଁ ପ୍ରୟାସ କଲେ ଏହାର ଫଳ ଆମକୁ ଭୋଗିବାକୁ ନିଶ୍ଚୟ ଭାବରେ ପଡ଼ିବ।ଏହା ସହିତ ଏହି କାରଣରୁ କେହି କେବେ ସେମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ପ୍ରୟାସ କରି ନଥାନ୍ତି।ତେବେ ଆମେ ବର୍ତ୍ତମାନ ଏହି ନାଗ ଓ ନାଗୁଣୀଙ୍କ ସହିତ ଜଡିତ ଏକ କଥା ସମ୍ପର୍କରେ ଆଲୋଚନା କରିବା।

ରାଜସ୍ଥାନର ଏକ ଗ୍ରାମରେ ବିବେକ ନାମକ ଜଣେ ବ୍ୟକ୍ତି ରହୁଥିଲେ।ତେବେ ଥରେ ସେ ନିଜର ଭାଇକୁ ଗାଇ ଚରାଇବା ପାଇଁ ପଠାଇ ଥିଲେ।ତେବେ ଯେତେବେଳେ ତାଙ୍କର ଭାଇ ଗାଇ ଚରାଇ ଫେରି ଥିଲେ ସେହି ସମୟରେ ସେ ଦେଖିଲେ କି ତାଙ୍କର ଗୋଟିଏ ଗାଈ ଫେରି ନାହିଁ।ଯାହା ଫଳରେ ବିବେକ ନିଜେ ସେହି ଗାଈକୁ ଖୋଜିବା ପାଇଁ ଯାଇଥିଲେ

ତେବେ ସେଠାରେ ଯିବା ସମୟରେ ସେ ବାଟରେ ଏକ ଚମକୁ ଥିବା ବସ୍ତୁ ପଡ଼ି ଥିବାର ଦେଖିବାକୁ ପାଇଲେ।ଏହାକୁ ଆଣିବା ପାଇଁ ସେ ଏକ କାଠ ସହାୟତାରେ ଏହାକୁ କାଢିବା ପାଇଁ ପ୍ରୟାସ କଲେ।କିଛି ସମୟ ପରେ ସେ ଏହାକୁ କାଢି ଆଣିଲେ।ତେବେ ଏହି ସମୟରେ ସେ ଜାଣିବାକୁ ପାଇଲେ କି ସେହି ଚମକୁ ଥିବା ବସ୍ତୁ ହେଉଛି ଏକ ନାଗମଣି।

ଏହା ସହିତ ସେ ସେହି ନାଗର ହତ୍ୟା ମଧ୍ୟ କରି ଦେଇଥିଲେ।ଏହା ଜାଣିବା ପରେ ସେ ବହୁତ ଭୟଭୀତ ହୋଇ ଯାଇଥିଲେ।ଏହା ସହିତ ସେହି ସ୍ଥାନ ଛାଡି ଚାଲି ଯାଇଥିଲେ।ଏହା ସହିତ ଏହି ନାଗ ମଣି ଦ୍ଵାରା ସେ ଅନେକ ଧନ ମଧ୍ୟ ଅର୍ଜନ କଲେ।ଅନ୍ୟ ପଟେ ନାଗୁଣୀ ଥରେ ଏକ ସୁନ୍ଦରୀ କନ୍ୟାର ରୂପ ନେଇ ବିବେକ ସମ୍ମୁଖକୁ ଆସିଗଲେ।

ତେବେ ଏହି ସମୟରେ ବିବେକ ଦେଖିବାକୁ ପାଇଲେ କି ଜଣେ ସୁନ୍ଦରୀ ନାରୀ କୌଣସି କାରଣରୁ କାନ୍ଦୁଛନ୍ତି।ଏହା ଦେଖିବା ପରେ ସେ ମଧ୍ୟ ତା ପାଖକୁ ଯାଇ ତାର ସମସ୍ତ କଥା ପଚାରି ଥିଲେ।ତେବେ ଏହା ପରେ ବିବେକ ତାଙ୍କୁ ନେଇ ନିଜର ଘରକୁ ଚାଲିଗଲେ ହେଲେ ନାଗୁଣୀ ନିଜର ପ୍ରତିଶୋଧ ନେବା ପାଇଁ ସମୟ ଖୋଜୁଥିଲା

ତେବେ ଥରେ ସେ ବିବେକକୁ ସେହି ଚମକୁ ଥିବା ବସ୍ତୁ ବିଷୟରେ ପଚାରିଲା।ଏହା ସହିତ ଏହା ପରେ ବିବେକ ଯେତେବେଳେ ଭରସା କରି ତାକୁ ନାଗମଣୀ ଦେଇଥିଲେ ସେହି ସମୟରେ ଏକ ନାଗୁଣୀର ରୂପ ନେଇ ସେହି ଝିଅ ବିବେକର ହତ୍ୟା କରି ଦେଇଥିଲେ।

Leave a Reply

Your email address will not be published. Required fields are marked *