କିପରି ଲେବର କାର୍ଡ ଆବେଦନ କରିବେ?ଲେବର କାର୍ଡ ଥିଲେ ଏପରି ଲାଭ ସବୁ ପାଇ ପାରିବେ ଆପଣମାନେ..

Spread the love

ସାଙ୍ଗମାନେ ଯଦି ଆପଣ ମାନେ ଏକ ଶ୍ରମିକ ତ ଆପଣ ମାନଙ୍କ ପାଇଁ ଏକ ବଡ ଖୁସି ଖବର ଅଛି।କାରଣ ଏବେ ଚାହିଁଲେ ଆପଣ ମାନେ ଲେବର କାର୍ଡ ପାଇଁ ଆବେଦନ କରିପାରିବେ।ଆପଣ ଅଫିସିଆଲ ୱେବକୁ ଯାଇ ଦେଖିବେ ସେଠାରେ ଲେଖା ହୋଇଥିବ ନିର୍ମାଣ ଶ୍ରମିକ ଲଗିନ ଆପଣ ସେଠାରେ କ୍ଲିକ କରିବେ।ସେଠାରେ ଏକ ସୂଚନା ଦିଆ ଯାଇଥିବ ଯେ କେଉଁ ମାନେ ଏଥିପାଇଁ ଆବେଦନ କରିପାରିବେ ଆଉ କେଉଁ ମାନେ ନୁହେଁ।

ଏଥିରେ ଆପଣଙ୍କ ନ୍ୟୁନତମ ବୟସ ଓ ଯୋଗ୍ୟତା ଆଦି ବିଷୟରେ କିଛି ସୂଚନା ରହିଛି।ଆପଣ ୱେବ ସାଇଟକୁ ଯାଇ ନୂଆ ଆବେଦନକାରୀ ସ୍ଥାନରେ କ୍ଲିକ କରିବେ।ଏହାପରେ ଆପଣଙ୍କୁ କିଛି ସ୍ଥାନ ପୂରଣ କରିବା ପାଇଁ ଆସିବ।ଏଠାରେ ଆପଣ ନିଜର ନାମ,ମୋବାଇଲ ନମ୍ବର ନିଜ ଇମେଲ,ଘର ଠିକଣା,ରାଜ୍ୟ ଓ ଅନ୍ୟାନ୍ୟ ନିର୍ଦ୍ଦେଶ ପୂରଣ କରିବେ।ଆପଣ ଏହାପରେ ଏକ କୋଡ଼ ସେଥିରେ ଯାହା ଲେଖାଥିବ ତାହା ପୂରଣ କରିବେ।

ଆପଣ ଆପଣଙ୍କ ଆଇଡି ଟାଇପରେ ଆଧାର କାର୍ଡ ବା ଆପଣଙ୍କୁ ଯାହା ସୁବିଧା ଲାଗିବ ତାହା ଦେଇଦେବେ।ଏସବୁ ପୂରଣ କରିସାରିବା ପରେ ଆପଣ ରେଜିଷ୍ଟରରେ କ୍ଲିକ କରିଦେବେ।ଏହାପରେ ଆପଣଙ୍କ ପାଖକୁ ଏକ ଲଗଇନ ଆଇଡି ଆସିଯିବ।ଏହାକୁ ଆପଣ ଲେଖି କରି ରଖିବେ।ଏହାପରେ ଆପଣ ପୁଣି ଥରେ ପୂର୍ବ ପେଜକୁ ଆସିଯିବେ।

ସେଠାରେ ଆପଣ ଦେଖିବେ ଯେ ଆପଣଙ୍କୁ ଏକ ଓଟିପି ଆସିବ।ଆପଣ ସେଠାରେ ନିଜ ଲଗଇନ ଆଇଡି ଓ ଇମେଲ ଦେବେ।ଏହାପରେ ଆପଣଙ୍କ ପାଖକୁ ଏକ ପାସୱାର୍ଡ ଆସିଯିବ।ଏହି ଓଟିପି ଆପଣଙ୍କ ମୋବାଇଲ ନମ୍ବର ବା ଆପଣଙ୍କ ଇମେଲ ନମ୍ବରକୁ ଆସିଯିବ।ଆପଣ ନିଜ ପସନ୍ଦର ଏକ ପାସୱାର୍ଡ ବାଛି ସେଠାରେ ଦେଇଦେବେ।

ଏସବୁ କରି ସରିବା ପରେ ଆପଣଙ୍କୁ ଏଥିପାଇଁ ଫର୍ମ ଭରିବା ପାଇଁ ପଡିବ।ସେଥିରେ ଆପଣଙ୍କ ଜରୁରୀ ତଥ୍ୟ ସବୁ ରହିଥିବ।ଏହି ଫର୍ମରେ ଆପଣ ଆପଣଙ୍କ ନାମ,ଜିଲ୍ଲା,ୱାର୍ଡ,ଆବେଦନ କାରିଙ୍କ ବାପାଙ୍କ ନାମ,ଘର ଠିକଣା,ଆଧାର ନମ୍ବର,ଆପଣଙ୍କ ଲିଙ୍ଗ,ମୋବାଇଲ ନମ୍ବର ଆଦି ଭରିବେ।ଆପଣ ପରେ ଯେଉଁ ମାଲିକଙ୍କ ଅଧୀନରେ କାମ କରିବେ ତାଙ୍କର ମଧ୍ୟ ସଠିକ ବିବରଣୀ ଦେବେ। ସେଠାରେ ଆପଣ ଧ୍ୟାନ ରଖିବେ ଯେ ସମସ୍ତ ଡକ୍ୟୁମେଣ୍ଟ ମାନଙ୍କର ସାଇଜ ଲେଖାଥିବ।ସେହି ଅନୁସାରେ ଆପଣ ଡକ୍ୟୁମେଣ୍ଟ ଅପଲୋଡ଼ କରିବେ।

ଏସବୁ ପରେ ଶେଷରେ ଆପଣ ମାନଙ୍କୁ ଏକ ସ୍ୱ ପ୍ରମାଣ ପତ୍ର ମିଳିଯିବ।ଆପଣ ତାକୁ ନିଶ୍ଚୟ ଭରି କରିବେ।ଆପଣ ମାନଙ୍କୁ ଏହାକୁ ନିଶ୍ଚୟ ପୂରଣ କରିବାକୁ ପଡ଼ିବ।ଏହାପରେ ଆପଣ ମାନଙ୍କୁ ଘୋଷଣା ନାମାରେ କ୍ଲିକ କରିବା ପାଇଁ ପଡିବ।ଏଥିପାଇଁ ଆପଣ ମାନଙ୍କୁ ୨୦ ଟଙ୍କା ରେଜିଷ୍ଟ୍ରେସନ ଫି ଦେବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *