କଥା ବାର୍ତା ଏମିତି କର ଯେମିତି ନିଜର Value ବଢିବ,ଏହିପରି ଭାବେ ଶିଖନ୍ତୁ କିଭଳି କାହାକୁ କଥାବାର୍ତା କରିବେ…

Spread the love

ଶବ୍ଦ ହେଉଛି ମଣିଷର ସବୁଠାରୁ ବଡ଼ ଜିନିଷ।ଆପଣଙ୍କ ଆନ୍ତରିକ କଥାକୁ ପ୍ରକଟ କରିବାର ବଡ଼ ଅସ୍ତ୍ର ହେଉଛି ଶବ୍ଦ।କିଛି ଲୋକଙ୍କ ସହ କଥା ବାର୍ତା କଲେ ତାଙ୍କ ସହ ଆଉ ଥରେ ଦେଖା କରିବା ପାଇଁ ଇଚ୍ଛା ହୁଏ।ଶବ୍ଦ ହେଉଛି ବହୁତ ଗୁରୁତ୍ତ୍ୱପୂର୍ଣ ଜିନିଷ। କଥାବାର୍ତ୍ତା କରିବାର ଶୈଳୀ ହେଉଛି ମଣିଷ ଜୀବନର ସବୁଠାରୁ ବଡ କୌଶଳ।ଆପଣ କୌଣସି ବି ସ୍ଥାନରେ ଥାଆନ୍ତୁ ଯଦି ଆପଣଙ୍କ ଜୀବନରେ ସଫଳତା ଚାହୁଁଛନ୍ତି ତେବେ ଆପଣ କଥା ବାର୍ତ୍ତା କରିବାର ଶୈଳୀ ଜାଣନ୍ତୁ।

ଯଦି ଆପଣ ଏହା ଜାଣି ପାରିଲେ ତେବେ ପ୍ରତେକ ମଣିଷକୁ ଆପଣ ବାନ୍ଧି ରଖି ପାରିବେ।ମଣିଷ ଗୋଟିଏ ସାମାଜିକ ପ୍ରାଣୀ।ତାକୁ ଯଦି ସଂସାରରେ ରହିବାର ଅଛି ସେ ସମସ୍ତଙ୍କ ସହ ସମ୍ପର୍କ ଯୋଡି ପାରିବା ଦରକାର।କଥାବାର୍ତ୍ତା କରିବାର ୯୦ ସେକେଣ୍ଡ ମଧ୍ୟରେ ସାମ୍ନାବାଲା ଠିକ କରି ନିଏ ଆପଣଙ୍କ ସହ ସଂପର୍କ ଯୋଡ଼ିବ କି ନାହିଁ।

ଜଣେ ଯୁବକ ଥିଲା ସେ ଏମିତି କିଛି କର୍ମ କରିଥିଲା ଯାହା ପାଇଁ ତାକୁ ଫାଶୀ ଦଣ୍ଡ ମିଳିଥିଲା।ତାକୁ ଫସି ଦେବା ସମୟରେ ତାକୁ ଯେଉଁ ରଶିରେ ଝୁଲା ଗଲା ସେ ରଶି ଛିଡି ଗଲା।ନିୟମ ଅନୁସାରେ ଯଦି ଏହି ଭଳି ଜଣେ ବଞ୍ଚିଗଲା ତାର ସବୁ ଭୁଲ ମାଫ କରାଗଲା। ଯୁବକଟି ଆସି କହିଲା ଏମାନେ ମତେ ମୃତ୍ୟୁ ଦଣ୍ଡ ଦେବେ

ଯେଉଁମାନେ ଠିକରେ ରଶୀ ତିଆରି କରି ପାରୁ ନାହାନ୍ତି। ସରକାର ତାକୁ ପୁଣି ଥରେ ଫାଶୀ ଦଣ୍ଡ ଦେଲେ ଓ ସେ ମୃତ୍ୟୁ ବରଣ କଲା। ତା ପାଖରେ ଜୀବନ ବଞ୍ଚିବାର ସୁଯୋଗ ଥିଲା କିନ୍ତୁ ସେ ତାର କଥାବାର୍ତ୍ତା ପାଇଁ ମୃତ୍ୟବରଣ କଲା। ଆବଶ୍ୟକ ଠାରୁ ଅଧିକ ଗପିବା ଓ ଭୁଲ ଉପାୟରେ ଗପିବା ମଣିଷର ଓଜନ କମାଏ।

ଦୀର୍ଘ ବର୍ଷ ଯେତେ ହେବ ମିଶନ୍ତୁ ଗୋଟିଏ ଲିମିଟରେ ମିଶନ୍ତୁ।ଏତିକି ଯାଏ ମୁଁ ତା ସହ ମିଶିବି।ଯଦି ସମ୍ପର୍କ ରଖିବାର ଅଛି ଆନ୍ତରିକତାର ସହ ମିଶନ୍ତୁ। ପ୍ରତେକ କ୍ଷେତ୍ରରେ ସମସ୍ତଙ୍କ ସହ ଅଧିକ ମିଶିବା ଭଲ ନୁହେଁ।କାହା ସହ କଥାବାର୍ତ୍ତା କରିବା ସମୟରେ ପ୍ରଥମ ଦେଖାରେ ତାର ପରିବାର କଥା,ତାର ଚାକିରୀ କଥା ତାର ସମ୍ପର୍କ କଥା ତୁରନ୍ତ ପଚାରିବେ ନାହିଁ।

ସମସ୍ତଙ୍କୁ ଅନ୍ତରରୁ ଭଲ ପାଇବେ।ନିଜର ବଡପଣ ନୁହେଁ ନିଜର ନମ୍ରଭାବ ଦେଖାଇବେ।ଯଦି ଆମେ କୌଣସି ଗୋଟିଏ ଲୋକକୁ ଏହି ଭଳି ଖୁସି କରେଇ ପାରନ୍ତି ଦରକାର ପଡିଲେ ସେ ଆମ ପାଇଁ ଜୀବନ ଦେଇ ଦେବ।ଯଦି ଆପଣ କାହା ସହ ସମ୍ପର୍କ ବଢ଼ାଇବା ପାଇଁ ଚାହୁଁଛନ୍ତି ତେବେ ତା ସହ ଅନ୍ତର ସହ ଯୋଡ଼ି ହୁଅନ୍ତୁ।

ତାର ଅସୁବିଧା ବେଳେ କାମରେ ଆସନ୍ତୁ।ନିଜର ଭଲ କଥା ନିଜେ କହିବା ଠିକ ନୁହେଁ।ତାହା ଅନ୍ୟ ଲୋକ କହିବେ ଆପଣ କଣ।ଲୋକ ଯେତେବେଳେ ଆମକୁ ପସନ୍ଦ କରିବେ ନାହିଁ ସେ ଆମ ଠାରୁ ଦୂରେଇ ଯିବେ। ସଦା ସର୍ବଦା ଏହି କଥାକୁ ମନେ ରଖିବେ।

Leave a Reply

Your email address will not be published. Required fields are marked *