ବର୍ତମାନେ ଆମେ ଅଛୁ ମାଲିକରେ ବର୍ଣ୍ଣିତ ସେହି ଜାଗା।ଏହା ହେଉଛି ମଣି ନାଗ ଗୁମ୍ଫା।ବାବା ବୈକୁଣ୍ଠନାଥ ବାବାଙ୍କ ପୀଠ।ବାବା ଏହି ଗୁମ୍ଫାରେ ଦୀର୍ଘ ୧୨ ବର୍ଷ ଯାଏ ସାଧନାରତ ଥିଲେ। ସିଦ୍ଧି ପ୍ରାପ୍ତ ମଧ୍ୟ କରିଥିଲେ। ରାମଚନ୍ଦ୍ର ତ୍ରେତୟା ଯୁଗରେ ଏହି ଗୁମ୍ଫାରେ ଖେଳୁଥିଲେ।ଏହି ମଣିନାଗ ଗୁମ୍ଫାରେ ବାବା ବୈକୁଣ୍ଠନାଥ ସାଧନା କରୁଥିଲେ।ବାବା ଯେତେବେଳେ ପ୍ରଥମେ ଆସି ଏଇଠି ରହିଲେ କିଛି ନଥିଲା। ଏ ଘର ଦ୍ବାରା କିଛି ନଥିଲା।ସେହି ସମୟରେ ଖାଲି ଏ ଗୁମ୍ଫା ଥିଲା।
ଏ ଯେଉଁ ଗୁମ୍ଫାରେ ଲୋକଙ୍କର ଏ ସବୁ ପ୍ରତେଖ୍ୟ ଠାକୁର ବୋଲି ବିଶ୍ୱାସ।ଭକ୍ତ ମାନଙ୍କ ମନସ୍କାମନା ପୂର୍ଣ୍ଣ ପାଇଁ ଏଇଠି ଦୀପ ଜଳାଇ ଅଛି।ଏ ନାଗ ସବୁ ମଧ୍ୟ ସେମାନେ ବସାଇଛନ୍ତି।ଏ ନାଗ ମଧ୍ୟ ସବୁ ଭକ୍ତ ମନେ ଦେଇଛନ୍ତି। ଏ ଯେଉଁ ପଥର ଦିଆ ହେଇଛି ସେଠି ମଣି ନାଗ ବାହାରୁଥିଲେ।ବାବା ଦେଉଥିଲେ ପାଣି ପିଇବାକୁ ଓ ପୁଣି ଆସି ସେଠି ପ୍ରବେଶ କରୁଥିଲେ।
ଆମ ପୂର୍ବ ପୁରୁଷ ଯେତେ ସବୁ ସେ ବାବାଙ୍କ ବିଷୟରେ ଆମକୁ କୁହନ୍ତି ଆମେ ସୁଣିଛୁ।କିନ୍ତୁ ଆମେ ଦର୍ଶନ ପାଇ ନାହୁଁ। ଏ ହେଉଛି ଅଖଣ୍ଡ ଦୀପ। ଭକ୍ତମାନେ ଯେତେବେଳେ ମାନସିକ ରଖନ୍ତି ତାଙ୍କର ମାନସିକ ପୂର୍ଣ୍ଣ ହୁଏ।ଏହା ସହ ମାଳିକାରେ ଯାହା ସବୁ ଲେଖା ଥିଲା ତାହା ସବୁ ସତ୍ୟ ହେଉଛି।
ବାବା ଯେତେବେଳେ ଏହି ସ୍ଥାନକୁ ସାଧନା କରିବାକୁ ଆସିଲେ ଏହି ବଟ ବୃକ୍ଷ ବହୁତ ଆଗରୁ ଥିଲା।ଆଉ ବାତ୍ୟାରେ ସବୁ ଗଛ ଭାଙ୍ଗି ଯାଇଥିଲା କିନ୍ତୁ ଏ ଗଛ ଭାଙ୍ଗି ନଥିଲା।ଆଉ କେତେବେଳେ ବି ଏହି ବୃକ୍ଷ ନଣ୍ଡା ହୁଏ ନାହିଁ।ଯଦି ଗୋଟିଏ ଡାଳ ଗଲା ଆଉ ଗୋଟିଏ ଡାଳ ସାଙ୍ଗେ ସାଙ୍ଗେ ଆସେ। ଏଇଠି ଅଛନ୍ତି ପତିତପାବନ ଓ ରାଧା କୃଷ୍ଣ।
ଏହି ପାହାଡ଼ରେ ଟୋଟାଲ ୭୫୨ ଗୁମ୍ଫା ଅଛି। ଏଇଠି ମୁଖ୍ୟ ଦୁଇଟି ଗୁମ୍ଫା ଅଛି।ଅନ୍ୟ ଗୁମ୍ଫାରେ ମହତ୍ତ୍ଵ କଣ କଣ ଅଛି ତାହା ଆମେ ଭଲରେ ଜାଣି ନାହୁଁ।ଅନେକ ଗୁମ୍ଫା ଅଦୃଶ୍ୟ ହୋଇ ଅଛି।ଆଉ ଏହି ପାଖରେ ଅଛି ନଳୀ ଗୁମ୍ଫା।ତାହା ମଧ୍ୟ ମାଳିକାରେ ବର୍ଣ୍ଣିତ ଅଛି।ଆଉ ମାଳିକାରେ ଯାହା ଲେଖା ହୋଇଛି ତାହା କଣ ସବୁ ହେଉଛି।
ଯାହା ଲେଖା ଅଛି ତାହା ହେଉଛି ଆଉ ହେବ ମଧ୍ଯ। ସଂସାର ଯେମିତି ଚାଲିବା କଥା ମାଳିକାରେ ଯାହା ବର୍ଣ୍ଣିତ ଅଛି ତାହା ଚାଲିଛି ଆଉ ଚାଲିବ ମଧ୍ଯ।ବର୍ତ୍ତମାନ ସ୍ପଷ୍ଟ ଭାବେ ଜଣା ପଡ଼ୁଛି କି ବାବା ଆମ ପାଖକୁ ଗୁରୁ ରୂପରେ ଆସିଥିଲେ।ବାବା ୨୦୦୧ରେ ଇହଲୀଳା ସମ୍ବରଣ କରିଥିଲେ।ତାଙ୍କର ସମାଧି ପୀଠ ମଧ୍ୟ ଅଛି।ଏହା ସହ ମଣି ନାଗ ମଧ୍ୟ ବାହାରନ୍ତି।ବାହାରେ ବୁଲନ୍ତି।ଏହା ସହ ଶୁଣିଛି କି ପାହାଡ଼ ଉପରେ ଏକ ପୋଖରୀରେ ପଦ୍ମ ଫୁଲ ଅଛି।