ଯେକୌଣସି ଭିକାରୀକୁ ଦେଖିଲେ ଆମ ମନରେ ଦୟା ଆସେ। ସେମାନେ କାହିଁକି ଏହି ଜାଗାକୁ ଆସିଲେ କାହିଁକି ସେ ଏମିତି କର୍ମ କରିବାକୁ ଚାହୁଁଛନ୍ତି। ଜଣେ ଭଉଣୀ ଦେଖା ହେଲେ ତାଙ୍କ କାହାଣୀ ସେ ଆମକୁ ଜଣାଇଲେ।ତାଙ୍କ କାହାଣୀ ଶୁଣି ଆମ ଆଖିରେ ଲୁହ ଆସିଗଲା।ତାଙ୍କ କହିବା କଥା ତାଙ୍କ ପାଖରେ କୌଣସି ରୋଜଗାର କରିବାର ଉପାୟ ନଥିବାରୁ ସେ ଆସି ଏହି କାମ କରୁଛନ୍ତି।ସେ ବାଲେଶ୍ବରରୁ ଆସିଛନ୍ତି।ତାଙ୍କ ମୁହଁରେ ଥିବା ହସ ହିଁ ବୟାନ କରୁଛି ତାଙ୍କ ମନରେ କେତେ ଦୁଃଖ ଭରି ରହିଛି।ଜାଣିବା ସେ କାହିଁକି ଆଜି ଭିକ୍ଷା ବୃତ୍ତି କରୁଛନ୍ତି।
ସେ କହିଲେ କି, ମୋର ନାମ ସସ୍ମିତା ଜେନା ମୁଁ ବାଲେଶ୍ବରରୁ ଆସିଛି।ଆପଣଙ୍କ ପାଖରେ ଛୋଟିଆ ଝିଅ ଟିଏ ବି ଅଛି। ବହୁତ କଷ୍ଟ ଲାଗୁଥିବ କାହିଁକି ନା କେହି ଖୁସିରେ ଭିକ ମାଗନ୍ତି ନାହିଁ। ପରିସ୍ଥିତି ପଡ଼ିଲେ ଭିକ ମାଗିବାକୁ ପଡ଼େ।ସେମିତି ଆମ ଘରର ପରିସ୍ଥିତି ଅଛି।ମା ଘରେ ଅଛନ୍ତି ଆଉ ୫ ଜଣ ଭଉଣୀ।୩ ଜଣ ଲୋକଙ୍କ ଘରେ ରହି କାମ କରୁଛନ୍ତି।ମୁଁ ବାହା ହେବା ପରେ ମଧ୍ୟ ଘରେ ରହିଥିଲି।
ମୋ ସ୍ବାମୀ କ୍ରିମିନାଲ ଟାଇପର।ତାକୁ ମୁଁ ଛାଡ଼ି ଦେଇ ଆସି ବାପ ଘରେ ରହିଲି।ତା ପରେ ଏହି ପିଲା ଜନ୍ମ ହେଲା।ଆଉ ଏହା ପରେ ମା ବି ମତେ ପୋଷି ପାରିଲେ ନାହିଁ।କହିଲେ ଯୋଉଠି ହେଉଛି କାମ କର।ମୁଁ ଭାବିଲି ଛୋଟ ପିଲାଟାକୁ ନେଇ କୋଉଠି କାମ କରିବି।
ମତେ କାମ କରିବାକୁ ଦେବେ ନାହିଁ ବୋଲି ମନା କଲେ।କହିଲେ ତମେ ଭିକ ମାଗିକି ହେଉ ପିଲାଟାକୁ ବଡ କର। ବଡ ହେବା ପରେ କଣ କାମ କରି ପାରିବ ସେ।ବାଧ୍ୟ ହେଇକି ଏଥିକି ଆସି ଭିକ ମାଗିକି ପଇସା ନେଇକି ଯାଏ ତା କାମରେ ଲଗାଏ।କେତେ କଷ୍ଟ ଭିତରେ ବି ଆପଣ ସୁନ୍ଦର ହସୁଛନ୍ତି।
କେତେବେଳେ ଆପଣଙ୍କୁ ଲାଗୁନି କି ଆପଣ ଝିଅ ବଡ ହେଲେ ଏହି କାମ କରିବ ତାକୁ ସୁନ୍ଦର ଭାବେ ପାଠ ପଢେଇବେ ଏମିତି କିଛି ସ୍ଵପ୍ନ।ଝିଅ ପାଇଁ ଏହି ଭୁବନେଶ୍ଵରରେ ପାଠ ପଢିବା ବ୍ୟବସ୍ଥା କରିବି।ସେହି ପଇସା ନେଇ କିଛି ବ୍ୟାଙ୍କରେ ରଖେ ଆଉ କିଛି ଖର୍ଚ୍ଚ କରେ।ହଷ୍ଟେଲ ବି ବୁଝିଛି ପଟିଆରେ।ସେ ବଡ ହେଲେ ତାଙ୍କୁ ପଟିଆରେ ରଖେଇବି ଅନୁମାନ ଅଛି। ଏଇଠୁ ୧୦୦୦ରୁ ୧୫୦୦ ଟଙ୍କା ଭିତରେ ହେଉଛି।୧୦୦୦ ଟଙ୍କା ରଖି ୫୦୦ ଟଙ୍କାରେ ଖାଉଛୁ। ରିପୋର୍ଟକୁ ନେଇ ପ୍ରସ୍ତୁତ।