ନିଲାମ Auction ହେବ ଅର୍ଚ୍ଚନା ଘର,ଏତିକି ତାଙ୍କ ରେ ବିକ୍ରି ହେଇଯାଇପାରେ ଅର୍ଚନା ଙ୍କ ଘର…

Spread the love

ଦିନ କେଇଟା ପରେ ନିଲାମ ହେବ ଅର୍ଚ୍ଚନାର ବଙ୍ଗଳା। ଦାମୀ ଦାମୀ ଫର୍ଣିଚର ସାଙ୍ଗକୁ ଭଳିକି ଭଳି ବିଦେଶୀ ବ୍ରାଣ୍ଡ କାର ଆଉ ବାଇକ। ଯିଏ କିଏ ବି ଦେଖିବ ତା ଆଖି ଝଲସି ଉଠିବ। ସେହି ଅର୍ଚ୍ଚନାର ବଙ୍ଗଳା ସେହି ଉଆସ ଏବେ କୁଆଡେ ନିଲାମ ହେବାକୁ ବସିଛି।କାରଣ ଇଡି କାଲି କୋର୍ଟରେ ଚାର୍ଜ ସିଟ ଦାଖଲ କରିଛି।

ମୋଟ ୨୩୪୧ ପୃଷ୍ଠାର ଚାର୍ଜ ସିଟ ଦାଖଲ କରିଛି ଇଡି। ଅର୍ଚ୍ଚନା, ତାଙ୍କ ବନ୍ଧୁ ଜଗବନ୍ଧୁ ଓ ପାର୍ଟନର ଖଗେଶ୍ବର ପାତ୍ର ଓ ଶ୍ରଦ୍ଧାଂଜଳି ବେହେରାଙ୍କ ନାମରେ ଚାର୍ଜ ସିଟ ଦାଖଲ କରା ଯାଇଛି।ମୋଟ ୧୫ ଜଣ ସାକ୍ଷୀଙ୍କ ବୟାନ ମଧ୍ୟ ସେଥିରେ ରହିଛି। ଅର୍ଚ୍ଚନା ମାମଲାରେ ଇଡିର ଏହା ହେଉଛି ପ୍ରାଥମିକ ଚାର୍ଜ ସିଟ।

ଆଉ ଏହି ଘଟଣାର ତଦନ୍ତ ଜାରି ରଖିଛି ଇଡି। ଆସନ୍ତା ୩ ମାସ ମଧ୍ୟରେ ଦ୍ୱିତୀୟ ଚାର୍ଜ ସିଟ ଦାଖଲ କରିବାରେ ଇଡି। ଆଉ ସବୁଠାରୁ ବଡ କଥା ହେଲା ଅର୍ଚ୍ଚନାର ସତ୍ୟ ବିହାର ସ୍ଥିତ ଘର ଭଳି କୋଠାକୁ ଇଡି ଆଟାଚ କରିଛି ସେହି ଚାର୍ଜ ସିଟରେ। ଯାହାର ମୂଲ୍ୟ ହେଉଛି ୩ କୋଟି ୪୦ ଲକ୍ଷ ଟଙ୍କା।

ଅର୍ଚ୍ଚନାର ବଙ୍ଗଳାର ରେଟ ହେଉଛି ୩ କୋଟି ୪୦ ଲକ୍ଷ ଟଙ୍କା।ଆଉ କିଛି ଦିନ ତଳେ ଇଡି ସେଠାକୁ ଯାଇ ମାପ ଚୁପ କରିଥିଲା।ଯାହାକୁ ଆଟାଚ କରିଛି ସେହି ଚାର୍ଜ ସିଟରେ। ଆଉ କୁହା ଯାଉଛି କି ଅର୍ଚ୍ଚନାର କୋଠା ବା ତା ଘର ନିଲାମ ହେବାକୁ ବସିଛି

Leave a Reply

Your email address will not be published. Required fields are marked *