ଥରେ ପଢ଼ିଲେ ସବୁ ପାଠ (Study) ମନେ ରହିବ,ଛାତ୍ରଛାତ୍ରୀ ମାନେ ଏହି ଉପାୟ ଗୁଡିକ ରଖିକି ସବୁବେଳେ ପାଠ ପଢିବା ନିହାତି ଦରକାର…

Spread the love

ସାଧାରଣ ଭାବରେ ଆଜି କାଲି ପିଲାମାନେ ପାଠ ପଢ଼ାରେ ନିଜର ମନ ନିବେଶ କରୁ ନାହାନ୍ତି ଏହା ସହିତ ଅନେକ ପିଲା ଏପରି ମଧ୍ୟ ଅଛନ୍ତି ଯେଉଁମାନେ ପାଠ ପଢ଼ିବା ପରେ ମଧ୍ୟ ସେମାନଙ୍କର ପାଠ ଭଲ ଭାବରେ ମନେ ରହି ନଥାଏ।ତେବେ ଆମେ ବର୍ତ୍ତମାନ ଏପରି କିଛି କଥା ସମ୍ପର୍କରେ ଆଲୋଚନା କରିବା ଯାହା ଏହି ପାଠ ପଢା ସହିତ ବହୁତ ଅଧିକ ଭାବରେ ଜଡ଼ିତ ହୋଇ ରହି ଥାଏ।

ତେବେ ଆମେ ସ୍ବାମୀ ବିବେକାନନ୍ଦଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ଜଣେ ଏପରି ଛାତ୍ର ଥିଲେ ଯିଏକି ଥରେ କୌଣସି କଥାକୁ ଶୁଣିବା ପରେ ତାଙ୍କର ସେହି କଥା ସବୁଦିନ ପାଇଁ ମନେ ରହି ଯାଇଥାଏ।ତେବେ ସେ ନିଜର ମସ୍ତିଷ୍କର ଅଳ୍ପ ପ୍ରତିଶତ ବ୍ୟବହାର କରି ଏହି ସମସ୍ତ ଜିନିଷ ମନେ ରଖିବାରେ ସଫଳ ହୋଇ ପାରିଥିଲେ।

ତେବେ ସେ ଯଦି ନିଜର ମସ୍ତିଷ୍କର ସମସ୍ତ ପ୍ରତିଶତ ବ୍ୟବହାର କରି ଥାନ୍ତେ ତେବେ ସେ ଏହି ଦୁନିଆରେ କିଛି ମଧ୍ୟ କରି ପାରି ଥାଆନ୍ତେ।ତେବେ ଆମେ ତାଙ୍କ ସହିତ ଜଡ଼ିତ ଏକ କାହାଣୀ ସମ୍ପର୍କରେ ବର୍ତ୍ତମାନ ଆଲୋଚନା କରିବା।ତେବେ ସେ ପିଲା ଥିବା ସମୟରେ ଥରେ ଏକ ପାଠାଗାର ଯାଇ ସେଠାରେ କିଛି ପୁସ୍ତକ ଆଣି ପଢ଼ିବା ଆରମ୍ଭ କରିଥିଲେ।

ତେବେ ସେ ଯେଉଁଦିନ ପୁସ୍ତକ ଆଣିଥିଲେ ସେହି ଦିନର ସନ୍ଧ୍ୟା ସମୟରେ ସେ ନିଜର ପୁସ୍ତକ ନେଇ ଫେରାଇ ଦେଇଥିଲେ।ତେବେ ସେହି ପାଠାଗାରର ଶିକ୍ଷକ ଜଣକ କହିଲେ ତୁମେ କଣ ଏହି ସମସ୍ତ ପୁସ୍ତକ ପଢ଼ି ଦେଇଚ।ଏହାର ଉତ୍ତରରେ ସେ କହିଥିଲେ କି ଆପଣ ଚାହିଁଲେ ପରୀକ୍ଷା କରି ପାରନ୍ତି।

ତେବେ ଯେତେବେଳେ ସେହି ଶିକ୍ଷକ ଜଣକ ତାଙ୍କୁ କିଛି ପ୍ରଶ୍ନ ପଚାରି ଥିଲେ ସେ ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେଇ ଥିଲେ।ଏହା ଦେଖି ସାଧାରଣ ଭାବରେ ସେହି ବ୍ୟକ୍ତି ଜଣଙ୍କ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଏହା ସହିତ ସେ ଏହା ଜାଣିବାକୁ ଚେଷ୍ଟା କରିଥିଲେ କି ଜଣେ ପିଲା ମାତ୍ର ଏତିକି ସମୟରେ କିପରି ଭାବରେ ଏତେ ବହି ପଢ଼ି ପାରିଲା।

ଏହା ଦେଖି ସେ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ତେବେ ପାଠ ପଢିବା ସମୟରେ ନିଜର ମନ ଓ ମସ୍ତିସ୍କକୁ ସ୍ଥିର ରଖିବା ନିହାତି ଭାବରେ ଆବଶ୍ୟକ।ନଚେତ ପାଠ କେବେ ମଧ୍ୟ ସଠିକ ଭାବରେ ମନେ ରହିବ ନାହିଁ।ଏହା ସହିତ ପାଠ ପଢ଼ିବାର କିଛି ନୂତନ ନିୟମ ନିଜେ ପ୍ରସ୍ତୁତ କରିବା ଆବଶ୍ୟକ।

ଏହା ସହିତ ନିଜର ମସ୍ତିସ୍କକୁ ସବୁବେଳେ ସ୍ଥିର ରଖିବା ସହିତ ପାଠ ପଢ଼ାରେ ନିଜର ମନ ନିବେଶ କରିବା ଆବଶ୍ୟକ।ଯାହା ଫଳରେ ପାଠ ଭଲ ଭାବରେ ମନେ ରହିବ।ଏହା ସହିତ ବ୍ରାହ୍ମ ମୁହୂର୍ତ୍ତରେ ପାଠ ପଢିବା ପାଇଁ ପ୍ରୟାସ କରନ୍ତୁ।ଯାହା ଫଳରେ ଆପଣଙ୍କ ପାଠ ବହୁତ ଭଲ ଭାବରେ ମନେ ରହି ପାରିବ।

Leave a Reply

Your email address will not be published. Required fields are marked *