ପେଚା ଓ କାଉ ଦେଇଥାନ୍ତି ଏହି ଶୁଭ ଓ ଭୟଙ୍କର ଅସୁଭ ସଙ୍କେତ – ଯଦି ଆପଣଙ୍କ ଘରେ ଏହା ଦେଖୁଛନ୍ତି ତେବେ ସତର୍କ ହୋଇଯାଆନ୍ତୁ

Spread the love

ସାଙ୍ଗମାନେ ହିନ୍ଦୁ ଧର୍ମରେ ଶୁଭ ଅସୁଭର ମାନ୍ୟତା କାହିଁ କେଉଁ ଆଦିମ କାଳରୁ ଚାଲି ଆସିଛି।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରହିଥିବା ଏହି ବିଶ୍ୱାସ ଆଖ ପାଖରେ ଥିବା ଯିବ ଜନ୍ତୁକୁ ନେଇ ଚାଲିଥାଏ।କାଉ ଓ ପେଚାକୁ ନେଇ ଏମିତି ଅନେକ ଶୁଭ ଅସୁଭଃ କଥା ଆମ ସମାଜରେ ପ୍ରଚଳିତ।ଦିନରେ ପ୍ରାୟ ଜାଗାରେ କାଉ ଦେଖିବାକୁ ମିଳୁଥିବା ବେଳେ କେବଳ ରାତିର ନିର୍ଦ୍ଦିଷ୍ଟ ଜାଗାରେ ପେଚା ଦେଖା ଯାଆନ୍ତି।

କାଁ ଭାଁ କେଉଁଠି କେମିତି ଦେଖିବାକୁ ମିଳୁଥିବା ଏହି ଜୀବକୁ ନେଇ ମଧ୍ୟ ରହିଛି ଶୁଭ ଓ ଅସୁଭଃ କଥା।ଶାସ୍ତ୍ର ମୁତାବକ କାଉ ଓ ପେଚାଙ୍କ କେତେକ ସଙ୍କେତ ଆମପାଇଁ ଆମପାଇଁ ଶୁଭ ହୋଇଥାଏ।ସେହିପରି କିଛି ଅସୁଭ ମଧ୍ୟ ହୋଇଥାଏ।ତେବେ ଆମେ ଏହି ଆର୍ଟିକିଲରେ ଜାଣିବା କାଉ ଓ ପେଚାଙ୍କ ସହିତ ଜଡିତ କେତେକ ଶୁଭ ଓ ଅସୁଭଃ ସଂକେତ।

ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କରେ।ଆସନ୍ତୁ ପ୍ରଥମେ ଜାଣିବା କାଉ ସହିତ ଜଡିତ ଶୁଭ ଓ ଅସୁଭଃ କଥା।ପ୍ରଥମେ ରହିଛି ଯଦି ଏକାଧିକ କାଉ କୌଣସି ସହର କିମ୍ବା ଗ୍ରାମ ରେ ପଶି ବୋବାଉ ଥାନ୍ତି ତେବେ ସେହି ଅଂଚଳ ପ୍ରତି ବିପଦ ଆସିପାରେ।

ସେହିପରି କୌଣସି ଘର ଉପରେ କାଉ ମାନେ ପଶି ରାବିଲେ ଘରର ମାଲିକଙ୍କ ଉପରେ ବିପଦ ମାଡି ଆସେ।ଯଦି କୌଣସି ଲୋକ ଉପରେ କାଉ ବସିଯାଏ ତେବେ ତାଙ୍କ ଧନ ଓ ସ୍ନମାନ ହାନି ହେବାର ଆଶଙ୍କା ରହିଛି।ଏହାପରେ ରହିଛି ଯଦି ଆପଣ କୌଣସି ଶୁଭ କାମରେ ଘରୁ ବାହାରୁଥାନ୍ତି ତେବେ ଯଦି କାଉ ଆସି ଆପଣଙ୍କ ସାମ୍ନାରେ ଧୀରେ ଧୀରେ କା କା ରାଵ କରେ ତେବେ ଆପଣଙ୍କ ଯାତ୍ରା ଫଳପ୍ରଦ ହେବାର ସୂଚନା ମିଳେ।

ଚତୁର୍ଥରେ ପାଣି ଭର୍ତ୍ତି ମାଠିଆ ଉପରେ କାଉ ବସିବା ଦ୍ୱାରା ଧନ ଧନ୍ୟ ବୃଦ୍ଧି ହୋଇଥାଏ ପଞ୍ଚମରେ କାଉ ଥଣ୍ଟରେ ରୁଟି କିମ୍ବା ମାଂସ ଖଣ୍ଡ ଆଣୁଥିବା ବେଳେ ଯଦି ଆପଣ ଦେଖନ୍ତି ତେବେ ଆପଣଙ୍କ ମନର ଇଚ୍ଛା ପୂର୍ଣ ହୋଇଥାଏ।କାଉ ଉପରକୁ ମୁହଁ କରି ଡେଣା ଝାଡ଼ି ଝାଡ଼ି ରାବୁଥିଲେ ଏହା ମୃତ୍ୟୁର ସୂଚନା ଦେଇଥାଏ।

ଏହାପରେ ଯଦି କାଉ କାହା ମୁଣ୍ଡ ଉପରେ ବସିବା ସହ ଖାଉଥିବା ହାଡ଼ ଆଦି ପକାଇଦିଏ ତେବେ ସେହି ବ୍ୟକ୍ତିଙ୍କ ଜୀବନରେ ଗମ୍ଭୀର ସମସ୍ୟା ଆସିପାରେ।ତେବେ ଆସନ୍ତୁ ଜାଣିବା ପେଚା ସହିତ ଜଡିତ ଶୁଭ ଓ ଅସୁଭ ସଙ୍କେତ।ପ୍ରଥମରେ ଯଦି ପେଚା ସବୁବେଳେ କାହା ଘର ଉପରେ ବସୁଛି ତେବେ ସେହି ଘରର ଅନିଷ୍ଠ ହୋଇଥାଏ।

ଦକ୍ଷିଣ ଆଫ୍ରିକାରେ ପେଚାର ସ୍ୱରକୁ ମୃତ୍ୟର ଶବ୍ଦ ବୋଲି କୁହାଯାଇଥାଏ।ତୃତୀୟରେ ଯଦି କାହା ଘରର କବାଟ ନିକଟରେ ତିନି ଦିନ ଧରି ଯଦି କୌଣସି ପେଚା ବୋବାଉ ଥାଏ ତେବେ ତାଙ୍କ ଘରେ ଚୋରି ଡକାୟତି ହେବାର ସମ୍ଭାବନା ରହିଛି।ଶାସ୍ତ୍ର ମୁତାବକ ପେଚାକୁ ବାମ ପଟେ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ।

କିନ୍ତୁ ଡାହାଣ ପଟେ ଦେଖିବା ଅତ୍ୟନ୍ତ ଅସୁଭଃ ହୋଇଥାଏ।ଅତିଥିଙ୍କ ପଛ ପାଖରେ ପେଚା ଦେଖିଲେ କାମରେ ସଫଳତା ମିଳିବାର ଯୋଗ ବଢେ।ଯଦି ଆପଣ କୌଣସି ଜାଗାରେ ଧଳା ପେଚାକୁ ଦେଖୁଛନ୍ତି ତେବେ ଅତ୍ୟନ୍ତ ଶୁଭ ହୋଇଥାଏ।

Leave a Reply

Your email address will not be published. Required fields are marked *