ସୁମିତ ତପସ୍ୱିନୀ ଙ୍କ ମାମଲାରେ Latest Update – ତପସ୍ୱିନୀଙ୍କ ସାଙ୍ଗରେ ରହିବା ଅସମ୍ଭବ କାରଣ ସେ ସବୁବେଳେ..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ସୁମିତ ଏବଂ ତପସ୍ୱିନୀଙ୍କ ବିଷୟରେ କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶ ଅନୁସାରେ ସଫା ଚାଲିଛି ତପସ୍ୱିନୀଙ୍କ ଶ୍ୱଶୁର ଘରର ଉପର ରୁମ।ତାହାର ଭିଡିଓ ମଧ୍ୟ ଆଜିକାଲି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଆପଣ ସେହି ଭିଡିଓରେ ଦେଖିପାରିବେ ଯେ ଦୁଇ ଜଣ ସଫେଇ ଲୋକ ପୁରା ଦମରେ ଲାଗିଯାଇଛନ୍ତି ସଫା ସୁତରା କାମରେ।ତପସ୍ୱିନୀ ତାଙ୍କ ଶ୍ୱଶୁର ଘରେ ପରିବାର ସାଙ୍ଗରେ ରହିବେ ବୋଲି କୋର୍ଟ ଅର୍ଡର ଦେଇଛନ୍ତି।କୁକୁରକୁ ବେଡ଼ରୁମରେ ରଖିବାକୁ ଦେଉଛନ୍ତି କିନ୍ତୁ ମତେ ଦେଉନାହାନ୍ତି।ମୁଁ ଆସିଥିଲି ବୋହୁର ଅଧିକାର ପାଇଁ।ମୁଁ କଣ ମୋର ବେଡ଼ ରୁମରେ ରହିପାରିବିନି?

ଏଭଳି କିଛି କହି ସମ୍ପୁର୍ଣ୍ଣ ଜିଦରେ ଅଛନ୍ତି ତପସ୍ୱିନୀ।ତପସ୍ୱିନୀ କହିଛନ୍ତି ଯେ ମୋର ଘର ଯେଉଁଟା ଯେଉଁଠି ସେମାନେ ରହୁଛନ୍ତି ସେମାନଙ୍କ ସହିତ ମୁଁ ରହିବି। କୌଣସି ପ୍ରକାର ଅସୁବିଧା ମୁଁ କରିବିନି କିମ୍ବା କୌଣସି ପ୍ରକାର ଅସୁବିଧା ସେମାନେ କରିବେନି।ସେମାନେ ଆପଣଙ୍କୁ ଖାଲି ଏହି ଘର ଦେଖାଉଛନ୍ତି।

ଆର ପଟ ଘର ଖୋଲି ଆପଣଙ୍କୁ ଦେଖାଉନାହାନ୍ତି କାରଣ ମୁଁ କହିଛି ବନ୍ଦୀ କରି ମତେ ଏହି ଘରେ ରଖିଥିଲେ।ଯଦି ଆପଣଙ୍କ ଆଗରେ ତାହା ଖୋଲିଦେବେ ତେବେ ମିଡ଼ିଆ ସାମ୍ନାକୁ ପଳେଇଆସିବ ତାହା କେଉଁଭଳି ଘର।ବୋହୁ ସହିତ ପେସେଣ୍ଟ ମାନଙ୍କ କଣ ଅସୁବିଧା।ମୁଁ ତ ଏଠାକୁ ଆସିଥିଲି ବୋହୂର ଅଧିକାର ପାଇବା ପାଇଁ।

ମାନ୍ୟବର ନ୍ୟାଳୟ ଜଜ ସାହେବ ଏହିପରି ଅର୍ଡର କରିଛନ୍ତି।କିନ୍ତୁ ସେ ଅର୍ଡରକୁ ନମାନି କାହିଁକି ଏପରି କରୁଛନ୍ତି।ଅନ୍ୟପଟେ ତପସ୍ୱିନୀଙ୍କ ଶ୍ୱଶୁର ଘର ଲୋକେ କୋର୍ଟଙ୍କ ଅର୍ଡର ଅନୁସାରେ ତପସ୍ୱିନୀ ଯେଉଁ ଘରେ ରହୁଥିଲେ ତାକୁ ସଫା କରିବାରେ ଲାଗିଛନ୍ତି।ତାଙ୍କର ତଦାରଖରେ ସମ୍ପୁର୍ଣ୍ଣ ସଫାକାମ ଚାଲିଛି।

ଆମେ ତଳ ଘରେ ରାହୁଚୁ।ଛୋଟ ଘର କିନ୍ତୁ ଟିକେ ଅଧିକ ଲୋକ ରହୁଛନ୍ତି।ଆଗରୁ ତପସ୍ୱିନୀ ଯେଉଁ ଘରେ ରହୁଥିଲେ ମୁଁ ସେହି ଘରେ ହିଁ ରହିବା କଥା କହୁଛି ବୋଲି ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ କହିଛନ୍ତି।କୁକୁର ତ ମୋ ଘରେ ଦଶ ବର୍ଷ ହେଲା ରହୁଛି।କିନ୍ତୁ ତପସ୍ୱିନୀ ତ ଏବେ ଆସିଛି।ଆମ ସହ ତପସ୍ୱିନୀଙ୍କୁ ରଖିବା ଅସମ୍ଭବ।ସେ ଆମ ନାଁରେ ମିଥ୍ୟା ଅଭିଯୋଗ ଆଣିଛି।ମାମଲା ମଧ୍ୟ ଆଣିଛନ୍ତି ଏବଂ କିଭଳି ଆମ ସହ ରହିବେ ବୋଲି ପ୍ରମୋଦ ପ୍ରଶ୍ନ କରିଛନ୍ତି।ତପସ୍ୱିନୀ ଆମ ସହ ରହିଲେ ଜୀବନ ବିପଦ ହୋଇ ପଡିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *