ପ୍ରଧାନମନ୍ତ୍ରୀ ଉଜ୍ଜଳ ଯୋଜନା ଆପ୍ଲାଏ ୨୦୨୧ – ଏହି ଉପାୟ ଗୁଡିକ କରିଲେ ମାଗଣାରେ ଗ୍ୟାସ ମିଳିବ..

Spread the love

ସାଙ୍ଗମାନେ ଯଦି ଆପଣ ପ୍ରଧାନମନ୍ତ୍ରୀ ଉଜ୍ଜଳ ଯୋଜନାରେ ଗ୍ୟାସ ପାଇନାହାନ୍ତି କିମ୍ବା ଏଥିପାଇଁ ପଞ୍ଜୀକୃତ କରିନାହାନ୍ତି ତ ଏହା ଆପଣ ମାନଙ୍କ ପାଇଁ ବୋଧେ ଶେଷ ସୁଯୋଗ।ପରବର୍ତ୍ତୀ ସମୟରେ ଆପଣ ମାନଙ୍କୁ ଏପରି ସୁଯୋଗ ବୋଧେ ନ ମିଳିପାରେ।ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ଏଥିପାଇଁ ଆପଣ କିପରି ଭାବେ ପଂଜିକୃତ କରିବେ ବା ଏଥିପାଇଁ କଣ ସବୁ ସର୍ତ୍ତ ରହିଛି ଓ ଏଥିପାଇଁ ଆପଣଙ୍କୁ କିଛି ପଇସା ଦେବାକୁ ପଡ଼ିବ କି ନାହିଁ।

ସାଙ୍ଗମାନେ ଏହି ଯୋଜନା ଆଣିବାର ମୂଳ ଲକ୍ଷ୍ୟ ହେଉଛି ଯେହେତୁ ଭାରତର ଅଧିକାଂଶ ଭାଗ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି ଓ ସେମାନେ ଜାଳେଣି ବ୍ୟବହାର କରିଥାନ୍ତି।ଏଥିପାଇଁ ପରିବେଶ ପ୍ରଦୂଷିତ ହୋଇଥାଏ।ସରକାରଙ୍କ ପକ୍ଷରୁ ଏକ ଯୋଜନା କରା ଯାଇଥିଲା ଯେ ଲୋକମାନେ କିପରି ମାଗଣା ଗ୍ୟାସ ସୁବିଧା ପାଇପାରିବେ ଓ ଜାଳେଣି ବ୍ୟବହାରରୁ ମୁକ୍ତି ପାଇପାରିବେ।ଏହାଦ୍ବାରା ପରିବେଶ ପ୍ରଦୂଷଣକୁ କିଛି ମାତ୍ରାରେ କମା ଯାଇପାରିବ।ଏହା କେବଳ ଗରୀବ ଶ୍ରେଣୀ ଲୋକମାନଙ୍କ ପାଇଁ ଉଦ୍ଧିଷ୍ଟ।

ଏହାର ସର୍ତ୍ତ ହେଉଛି ଘରର ମୁଖ୍ୟ ମହିଳାଙ୍କ ନାମରେ ଏହା କରାଯିବ।ମହିଳାଙ୍କ ବୟସ ୧୮ ବର୍ଷରୁ ଉର୍ଦ୍ଧ ହୋଇଥିବା ଆବଶ୍ୟକ ଓ ସେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଆବଶ୍ୟକ।ଏଥିପାଇଁ ପ୍ରଥମ ଡକ୍ୟୁମେଣ୍ଟ ହେଉଛି ରାସନ କାର୍ଡ।ସେହି କାର୍ଡ଼ରେ ଯେତେ ଜଣ ଲୋକ ଅଛନ୍ତି ସେମାନଙ୍କର ଆଧାର କାର୍ଡ ଜେରକ୍ସ।ତାଙ୍କର ବ୍ୟାଙ୍କ ପାସବୁକର ଜେରକ୍ସ କାରଣ ଏଥିରେ ତାଙ୍କର ସବସିଡି ଆସିବ ଓ ଏହା ସହିତ ଏକ ପାସପୋର୍ଟ ସାଇଜ ଫଟୋ।

ଆପଣ ଚାହିଁଲେ ଅନଲାଇନରୁ କେୱାଈସି ଫର୍ମ ନେଇକରି ତାକୁ ପୁରାଣ କରି ସବୁ ଡକ୍ୟୁମେଣ୍ଟ ସହିତ ଆପଣଙ୍କ ପାଖ ଗ୍ୟାସ ପଏଣ୍ଟ ରେ ଜମା କରିପାରିବେ।ଅଥବା ଆପଣ ସମସ୍ତ ଡକ୍ୟୁମେଣ୍ଟ ନେଇ ଆପଣଙ୍କ ପାଖ ଗ୍ୟାସ ଷ୍ଟେସନରେ ତାକୁ ଜମା କରି ସେଠାରୁ କେୱାଈସି ଫର୍ମ ଆଣିପାରିବେ।ଆପଣ ମାନେ ଯଦି ପାଠ ପଢା ଜାଣିନଥିବେ ବା ସ୍ୱାକ୍ଷର ହୋଇ ନଥିବେ ତ ଏହି କ୍ଷେତ୍ରରେ ସେଠାରେ ଉପସ୍ଥିତ କର୍ମଚାରୀ ମାନେ ଆପଣଙ୍କ ଫର୍ମ ପୁରଣ କରିଦେବେ।

ଏହାକୁ ଆବେଦନ କରିବା ପାଇଁ ଆପଣଙ୍କୁ କେହି ବି ପଇସା ମାଗିବେ ନାହିଁ।ଏହାକୁ ଆପଣ ପୁରା ମାଗଣା ଆବେଦନ କରିପାରିବେ।ଆପଣଙ୍କ ନାମରେ ଯେତେବେଳେ ଗ୍ୟାସ ଆସିବ ତ ଆପଣଙ୍କୁ ଗ୍ୟାସ ସିଲିଣ୍ଡର ପାଇଁ କିଛି ପଇସା ଦେବାକୁ ପଡ଼ିବ ନାହିଁ କିନ୍ତୁ ଚୁଲା ବାବଦରେ ଆପଣକୁ କିଛି ଅର୍ଥ ଦେବାକୁ ପଡ଼ିବ।ଆପଣ ମାନେ ଏହି ମାସର ୨୦ ତାରିଖ ଯାଏ ଆବେଦନ କରିପାରିବେ।ଏହାପରେ ହୁଏତ ତାରିଖ ଘୁଞ୍ଚିପାରେ।କିନ୍ତୁ ଏହାକୁ ଆପଣ ଅପେକ୍ଷା କରିବେ ନାହିଁ।ଆପଣ ଯେତେଶୀଘ୍ର ସମ୍ଭବ ସେତେଶୀଘ୍ର ଯାଇ ଆବେଦନ କରନ୍ତୁ।

Leave a Reply

Your email address will not be published. Required fields are marked *