ଆଜି ଆମେ ଏଠାରେ ଜାଣିବା ଝାଡୁ ବିଷୟରେ,ଯଦି ଆପଣ ଘରେ ଝାଡୁ ଲଗେଇବା ସମୟରେ ଏହି ସବୁ ଭୁଲ କରୁଛନ୍ତି ତାହେଲେ ଘରକୁ ଦରିଦ୍ରତା ଅସିଥାଏ।ନିୟମିତ ଘରେ ଝାଡୁ ଲଗେଇବା ସମୟରେ କିଛି ନିୟମକୁ ପାଳନ କରିବାକୁ ପଡିଥାଏ।ଘରେ କେତେବେଳେ ଝାଡୁ ଲଗେଇବେ ଆଉ କେତେବେଳେ ଝାଡୁ ଲଗେଇବେ ନାହିଁ,ଝାଡୁ କେଉଁଠାରେ ରଖିବେ ଓ ପୁରୁଣା ଝାଡୁ କେବେ ବବଦଳାଇବେ ଆଉ ନୂଆ ଝାଡୁ କେବେ ନେବେ,ଆଉ ଏହାକୁ କେବେ ଓ କେଉଁ ସମୟରେ ବ୍ୟବହାର କରିବେ।ଆଜି ଏହି ସବୁ ନିୟମ ଏଠାରେ ଜାଣିବା।ଜ୍ୟୋତିଷ ଶାସ୍ତ୍ର ଓ ପୌରାଣିକ ମତ ଅନୁସାରେ ଝାଡୁ ଆମ ଘରର କେବଳ ମଇଳା ପରିସ୍କାର କରି ନଥାଏ ଆମ ଘରର ଦରିଦ୍ରତା ଦୁର କରିଥାଏ।ଏହି ଝାଡୁ ଆମ ଘରକୁ ସୁଖ ଓ ସଂବୃଦ୍ଧି ମଧ୍ୟ ଆଣି ଦେଇଥାଏ।
ଝାଡୁରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ ଆଉ ତାକୁ ଆଦର କଲେ ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି।ଝାଡୁକୁ ଆଦର ନକଲେ ଏହାର କୁପ୍ରଭାବ ଆମ ଘରେ ଓ ରୋଜଗାରରେ ମଧ୍ୟ ପଡିଥାଏ।ତେବେ ଚାଲନ୍ତୁ ଜାଣିବା ସେହି ସବୁ ନିୟମ ବିଷୟରେ।ଝାଡୁ ଲଗେଇବା ସମୟରେ ମୌନ ରହି ଝାଡୁ କରିବା ଉଚିତ କଥା ବାର୍ତା କରି ଝାଡୁ କଲେ ମା ଲକ୍ଷ୍ମୀ ରୁଷ୍ଠ ହୋଇଯାଆନ୍ତି।ଝାଡୁରେ ଗୋଡ଼ ବାଜିଲେ ମଧ୍ୟ ମା ଲକ୍ଷ୍ମୀ ରାଗି ଯାଇଥାନ୍ତି।ସେଥିପାଇଁ ସେଥିରେ ଯଦି ଅଜାଣତରେ ଗୋଡ଼ ବାଜୁଛି ଆପଣ ତାକୁ ମୁଣ୍ଡିଆ ମାରି ଠିକ କରି ପାରିବେ।ଆଉ ଯଦି ଝାଡୁ କଲା ବେଳେ ତା ଦେହରେ ଗୋଡ଼ ବାଜୁଛି ମା ଲକ୍ଷ୍ମୀ ରୁଷି ଚାଲି ଯାଇଥାନ୍ତି।ଆପଣ ଯଦି କଥା ବାର୍ତ୍ତା କରି ଝାଡୁ କରିବେ ତାହେଲେ କୌଣସି ଜରୁରୀ କାଗଜ ପତ୍ର ଅଜାଣତରେ ବାହାରକୁ ଚାଲି ଯାଇ ପାରେ।
ଏବେ ଜାଣିବା ଝାଡୁ ଲଗେଇବାର ସମୟ,ସୁର୍ଯ୍ୟ ଉଦୟ ପୂର୍ବରୁ କିମ୍ବା ସୁର୍ଯ୍ୟ ଉଦୟ ସମୟରେ ଆପଣ ଝାଡୁ କରିପାରିବେ।ଆଉ ସୁର୍ଯ୍ୟ ଉଦୟ ପୂର୍ବରୁ ଆପଣ ଝାଡୁ ଲଗେଇଲେ ମା ଲକ୍ଷ୍ମୀ ରାଗି ଚାଲି ଯାଆନ୍ତି।ଆଉ ସନ୍ଧ୍ୟା ସମୟରେ ସୁର୍ଯ୍ୟାସ୍ତ ପୂର୍ବରୁ ବା ସୁର୍ଯ୍ୟାସ୍ତର ୧୦ ମିନିଟ ଭିତରେ ଝାଡୁ ଲଗେଇବା ବିଧି ଅଛି।ଭୁଲରେବି ସନ୍ଧ୍ୟା ପରେ ବା ରାତିରେ ଝାଡୁ ଲଗାନ୍ତୁ ନାହିଁ।ଏହାର କାରଣ ହେଲା ଏହି ସମୟରେ ଝାଡୁ କରିବାଟା ବହୁତ କ୍ଷତିକାରକ ହୋଇଥାଏ।ଯଦି କୌଣସି କାରଣରୁ ରାତିରେ ଝାଡୁ କରିବାକୁ ପଡେ ତାହେଲେ ଘରର କୌଣସି କୋଣରେ ଘରର ଅଳିଆ ଗୁଡିକ ରଖି ଦିଅନ୍ତୁ।ଆଉ ତାର ପରଦିନ ସକାଲେ ବାହାରକୁ ପକାଇଆ ଦିଅନ୍ତୁ।ଆପଣ ଚାହୁଁଛନ୍ତିତ ଘରକୁ ପୋଛି ପାରିବେ କିନ୍ତୁ ଝାଡୁ କରିବେ ନାହିଁ।
ଏବେ ଜାଣିବା ଘରେ କେତେବେଳେ ଝାଡୁ କରିବା ନାହିଁ।ଆପଣ ଘରେ ସନ୍ଧ୍ୟା ଦେବା ପରେ ଓ ଘରେ କୌଣସି ପୂଜା ହେଇ ସାରିବା ପରେ,ଖାଦ୍ୟ ଗ୍ରହଣ କରି ସାରିବା ପରେ।ଘରେ ଲୋକେ କର୍ମକୁ ଯିବାର କିଛି ସମୟ ପରେ ଝାଡୁ ଲଗାନ୍ତୁ ନାହିଁ କାରଣ ସେମାନଙ୍କ କାମ ଅସଫଳ ହେବାର ସମ୍ଭାବନା ଥାଏ।ଯଦି ନିହାତି ଆବଶ୍ୟକ ତାହେଲେ ଘର ଲୋକ ବାହାରକୁ ଯିବାର ଦୁଇରୁ ତିନି ଘଣ୍ଟା ପରେ ଝାଡୁ ଲଗେଇବା ଉଚିତ।ଆଉ ଘରକୁ ଆସିଥିବା କୁଣିଆ ଯିବା ପରେ ପରେ ତୁରନ୍ତ ଝାଡୁ କରନ୍ତୁ ନାହିଁ।ଘରେ କେହି ଛିଙ୍କିଲେ କିମ୍ବା କାନ୍ଦୁଥିଲେ ଓ ରାଗରେ ଚିଲ୍ଲଉ ଥିବା ସମୟରେ ଝାଡୁ କରନ୍ତୁ ନାହିଁ।ଏବେ ଜାଣିବା ଘରର କେଉଁ ଦିଗରୁ ପ୍ରଥମେ ଝାଡୁ ଆରମ୍ଭ କରିବେ,ଘରର ଐସାନ୍ୟ କୋଣରୁ ପ୍ରଥମେ ଝାଫୁ ଆରମ୍ଭ କରନ୍ତୁ ଆଉ ତାକୁ ନେଇ ଉତ୍ତର କୋଣରେ ସମାପ୍ତ କରନ୍ତୁ।ଝାଡୁ କେଉଁଠି ଓ କିପରି ରଖିବେ ?
ଝାଡୁକୁ ସର୍ବଦା ଲୁଚେଇକି ରଖନ୍ତୁ ଯେମିତି ନିଜର ନଜର ଓ ଘରକୁ ଆସିଥିବା କୁଣିଆଙ୍କ ନଜର ନପଡ଼େ।ଝାଡୁକୁ ଐସାନ୍ୟ କୌଣରେ ରଖନ୍ତୁ ନାହିଁ,ଝାଡୁ ରଖିବାର ଉଚିତ ସ୍ଥାନ ହେଉଛି ଦକ୍ଷିଣ କୋଣ।ଝାଡୁକୁ ଶୋଇବା ଘରେ କିମ୍ବା ରୋଷେଇଘରେ ଓ ଜୋତାରଖିବା ସ୍ଥାନରେ ରଖନ୍ତୁ କିମ୍ବା ମୁଖ୍ୟଦ୍ୱାର ଆଗରେ ରଖନ୍ତୁ କି ଛାତ ଉପରେ ମଧ୍ୟ ରଖନ୍ତୁ ଣ ନାହିଁ।ଝାଡୁକୁ ଠିଆ କରି ରଖିବା ପରିବର୍ତ୍ତେ ତାକୁ ସୁଏଇ ରଖନ୍ତୁ।ଝାଡୁ ଓ ଅଳିଆ କଢ଼ା ଏକାଠି ରଖନ୍ତୁ ନାହିଁ।ଝାଡୁ ଓଦା ହୋଇଥିଲେ ତାକୁ ସୁଖେଇ ଲୁଚେଇ ରଖନ୍ତୁ।ଏବେ ଜାଣିବା ଝାଡୁ କେବେ କିଣିବା ଓ କେବେ ବଦଳାଇବା।ଝାଡୁ ଗୋଟେ କିମ୍ବା ଦୁଇଟି କିଣନ୍ତୁ ନାହିଁ ଏକାଥରେ ୩ ଟି ଝାଡୁ କିଣନ୍ତୁ।ନୂଆ ଝାଡୁର ବ୍ୟବହାର ଶନିବାର ଦିନ କରିବାର ଉଚିତ।ଝାଡୁକୁ ଶନିବାର କିମ୍ବା ଶୁକ୍ଳପକ୍ଷରେ କିଣନ୍ତୁ ନାହିଁ,ଝାଡୁକୁ କୃଷ୍ଣ ପକ୍ଷରେ କିଣନ୍ତୁ।ଆଉ ଝାଡୁ ଯଦି ପୁରୁଣା ହେଲାଣି ଆପଣ ତାହେଲେ ତାକୁ ଶନିବାର ଦିନ ପରିବର୍ତ୍ତନ କରାନ୍ତୁ।ନୂଆ ଘର ନେବା ସମୟରେ ଝାଡୁକୁ ପୁରୁଣା ଘରେ ଛାଡିକି ଆସନ୍ତୁ ନାହିଁ।ଏମିତି କରିବା ଦ୍ୱରା ଲକ୍ଷ୍ମୀ ଚାଲି ଯାଆନ୍ତି ଆଉ ଦୁର୍ଦ୍ଦଶା ମାଡ଼ିଆସେ।ଝାଡୁରେ କାହାକୁ ମାରନ୍ତୁ ନାହିଁ,ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ କୌଣସି ମନ୍ଦିରରେ ଝାଡୁ ଗୁପ୍ତ ଦାନ କରନ୍ତୁ।