ମୁଁ ସେହି କାମ କରେ ନାହିଁ ଯେଉଁଠି ଭଗବାନ ମିଳିବ,କିନ୍ତୁ ସେହି କାମ ନିତ୍ୟାନ୍ତ କରିଥାଏ ଯାହାଦ୍ୱାରା ମତେ ଆଶୀର୍ବାଦ ମିଳିଥାଏ।ମାନ ବିକତା ହୃଦୟରେ ହୋଇଥାଏ ରଙ୍ଗ ଢଙ୍ଗରେ ନୁହେଁ।ଉପରଵାଲା କେବଳ କର୍ମ ଦେଖିଥାଏ ରୂପ ସୌନ୍ଦର୍ଯ୍ୟ ନୁହେଁ।ମାନୁ ଅଛିକି ମୁଁ ଅନ୍ୟମାନଙ୍କ ତୁଳନାରର ଅଧିକ କିଛି ପାଇ ନାହିଁ କିନ୍ତୁ ନିଜର ପଡିବା ଉଠିବାକୁ ସମ୍ଭାଳି ଖୁସିରେ ଅଛି।ମୁଁ ଅନ୍ୟ କାହାକୁ ତଳକୁ ପକେଇ ନାହିଁ।ମନ ଓ ଘରକୁ ସମୟରେ ସଫା କରିବା ଅତ୍ୟନ୍ତ ଦରକାର ଅଟେ।କାହିଁକିନା ଘରେ ଅଦରକାରୀ ଵସ୍ତୁ ଓ ମନରେ ଅଦରକାରୀ ଚିନ୍ତା ଧାରା ପୁର୍ଣ୍ଣ ହୋଇଯାଇ ଥାଏ।ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି କେବେ କାହାର ଚେହେରାକୁ ଦେଖ ନାହିଁ କିନ୍ତୁ କେବଳ ତାର ମନକୁ ଦେଖ।ସମୁଦ୍ର ସମସ୍ତଙ୍କ ପାଇଁ ଗୋଟିଏ ହୋଇଥାଏ।ସେଠାରେ କିଛି ଲୋକ ମାଛ ଖୋଜିଥାନ୍ତିତ ଆଉ କିଛି ଲୋକ ମୋତି ଖୋଜିଥାନ୍ତି।
ତାପରେ ସେ ସମୁଦ୍ରରେ କିଛି ଲୋକ ପାଦ ଧୋଇ ଥାନ୍ତିତ କିଛି ଲୋକ ପହଁରିଥାନ୍ତି ଆଉ କିଛି ବୁଡ଼ ମାରି ଥାନ୍ତି।ଆମ ମାନଙ୍କ ଜୀବନ ବା ପ୍ରତ୍ୟକ ମଣିଷ ଜୀବନ ସେହି ଭଳି ସମୁଦ୍ର ପରି ହୋଇଥାଏ,କେବଳ ଆମକୁ ଏହା ନିର୍ଭର କରିବାକୁ ପଡ଼ିଥାଏ କି ଆମେ କଣ ପାଇବାକୁ ଇଛା ପ୍ରକାଶ କରିଥାନ୍ତି ବା ଆମେ କଣ ଖୋଜିଥାନ୍ତି।ଜୀବନରେ ଆପଣଙ୍କୁ ଆଗକୁ କିଏ ମିଳିବ ତାହା ସମୟ ପ୍ରସ୍ତୁତ କରିଥାଏ,ଜୀବନରେ ଆପଣ ଆଗକୁ କାହାକୁ ମିଳିବେ ତାହା ଆପଣଙ୍କ ହୃଦୟ ପ୍ରସ୍ତୁତ କରିବ।ଯଦି ଆପଣ ନିଜ ଜୀବନରେ କିଛି କରିବା ପାଇଁ ଚାହୁଁଛନ୍ତି ଆଉ ସଫଳ ହେବାକୁ ଚାହୁଁଛନ୍ତି,ତାହେଲେ ଜୀବନ ପଥରେ ପାଦ ଖସିଗଲେ ମଧ୍ୟ ଜୀବନରେ କେବେହେଲେ ଯୌବନ ଖସିବାକୁ ଦିଅନ୍ତୁ ନାହିଁ ନହେଲେ ବହୁତ ଭୋଗିବେ।
ପାପ ଆପଣଙ୍କ ଚିନ୍ତାରେ ହୋଇଥାଏ କେମିତିନା ଜଣେ ପାପ କାମ କରିବାକୁ ଚିନ୍ତା କରିଥାଏ ଆଉ ତାପରେ ଯାଇଁ ଯାହା ହୁଏ,ଶରୀରରେ ନୁହେଁ।ତେଣୁ ଶରୀର କବେଳ ମନର ଇଛା ପୁର୍ଣ୍ଣ କରିବାକୁ ଚେଷ୍ଟା କରିଥାଏ।ତେଣୁ ଶରୀରର କୌଣସି ଭୁଲ ନାହିଁ।ଯେମିତି କୌଣସି ପବିତ୍ର ସ୍ଥାନର ତୀର୍ଥସ୍ଥଳର ଜଳ ଆମ ଶରୀରରେ ଲାଗିଥିବ ଅଳିଆ ଆବର୍ଜନାକୁ ସଫା କରିଥାଏ କିନ୍ତୁ ଆମ ମନରେ ଥିବା ପାପ,ହିଂସା, କ୍ରୋଧ,ଲୋଭ, ମୋହ ଓ ଘୃଣା ଆଦିକୁ ସଫା କରି ପାରି ନଥାଏ ସେ ସବୁକୁ ଆମକୁ ନିଜ ମନ ଭିତରୁ ସଫା କରିବାକୁ ପଡିଥାଏ।ଗୋଟେ ପାପି ବ୍ୟକ୍ତି ହେଉ କିମ୍ବା ଖରାପ ବ୍ୟକ୍ତି ହେଉ କିମ୍ବା ସୁର୍ଯ୍ୟ କାହାର ଉଦୟ ତତକ୍ଷଣାତ ହୋଇନଥାଏ ଯେମିତି ସୁର୍ଯ୍ୟ ଉଦୟ ହେବାକୁ ସମୟ ଲାଗେ ଓ ଧୀରେ ଧୀରେ ଉଦୟ ହୋଇ ଉପରକୁ ଉଠି ଥାନ୍ତି ସେମିତି ମଣିଷର ବିବେକ ଉଦୟ ହେବାକୁ ସମୟ ଲାଗିଥାଏ,ଏହା ସାଙ୍ଗେ ସାଙ୍ଗେ ବା ଶିଘ୍ର ଉଦୟ ହୋଇନଥାଏ।
ଧର୍ଯ୍ୟ ଓ ତପସ୍ୟା ଯାହା ପାଖରେ ଅଛି ସେହିଁ ସଂସାରକୁ ନିଜ ଧର୍ଯ୍ୟ ଓ ଜ୍ଞାନ ବଳରେ ପ୍ରକାଶିତ କରିପାରିଥାଏ।ଜୀବନରେ ସେ ହିଁ ଖୁସିରେ ରହିଥାଏ ଯିଏ ନିଜର ମୁଲ୍ୟ ନିଜେ ନିର୍ଧାରଣ କରିଥାଏ ନାକି ଅନ୍ୟ କାହା ହାତରେ ବିକ୍ରି ହୋଇଥାଏ।ଆଉ ଜୀବନରେ ସେହିଁ ଘୋର ଦୁଖୀ ହୋଇଥାଏ ଯିଏ ଜୀବନ ସାରା ଅନ୍ୟବ୍ୟକ୍ତିର ମୁଲ୍ୟ ଲଗାଇଥାଏ ଆଉ ନିଜପାଇଁ ତାପାଖରେ ସମୟ ହିଁ ନଥାଏ।ଆପଣ ମାନେ ସମସ୍ତେ ଜାଣିଥିବେ ଯେଉଁ ଫୁଲ ଡାଳରୁ କଟିଯାଏ ଅଥବା ଛିଡିଯାଏ ସେ ପୁନର୍ବାର ଡାଳରେ ଲାଗି ନଥାଏ।ଯଦି ସେ ଡାଳ ଉତ୍କୃଷ୍ଟ ହୋଇଥିବ ଓ ହୃଷ୍ଟପୃଷ୍ଠ ହୋଇଥିବ ତାହେଲେ ନୂଆ ଫୁଲ ଜନ୍ମ କରି ପାରିବ।ଠିକ ସେହି ପରି ମଣିଷ ଜୀବନରେ ଯାହା ଅତିତରେ ଘଟି ଯାଇଛି ବା ଯେଉଁ ସମୟ ଗୁଡିକ ନଷ୍ଟ ହୋଇଯାଇଛି ତାକୁ ଆଣି ପାରିବା ନାହିଁ କିନ୍ତୁ ଆମେ ଯଦି ଆମ ମନବଳ ଟାଣ କରି ନେବା ତାହେଲେ ଆମେ ଚେତନା ଓ ବିଶ୍ୱାସରେ ଆଗକୁ ଆସୁଥିବା ସମୟକୁ ଭଲ କରି ପାରିବା।
ଯାହା ବିତି ଯାଇଛି ତାକୁ କେବେହେଲେ ମନ ପକାଅ ନାହିଁ,ଭାଗ୍ୟରେ ଯାହା ଲେଖା ଅଛି ତାକୁ ମଧ୍ୟ ମନ ପକାନ୍ତୁ ନାହିଁ,ଯାହା ହବାର ଅଛି ତାହା ନିଶ୍ଚିତ ଭାବରେ ପୁର୍ଣ୍ଣ ହୋଇକରି ରହିବ,ଆପଣ ଯେତେ କାନ୍ଦିଲେ ଚୋବେଇଲେ ତାକୁ ପରିବର୍ତ୍ତନ କରି ପାରିବେ ନାହିଁ,ଆଉ ଆସନ୍ତା କାଲିର ଦୁଃଖରେ ଆଜିର ହସକୁ ହାତ ଛଡା କରନ୍ତୁ ନାହିଁ।ହଂସ ମରିଗଲେ ମଧ୍ୟ ଗାଈ ଥାଏ ଓ ମୟୁର ନାଚୁଥିଲେ ମଧ୍ୟ କାନ୍ଦିଥାଏ।ସେମିତି ଯାହାର ସ୍ଵଭାଵ ଯାହା ସେ କରିବ,ଏହା ଜୀବନର ନିରାଟ ସତ୍ୟ ଅଟେ।ଦୁଃଖ ପୁର୍ଣ୍ଣ ରାତିରେ ନିଦ ଆସେ ନାହିଁ ଓ ସୁଖ ପୁର୍ଣ୍ଣ ରାତିରେ କେହି ଶୁଅନ୍ତି ନାହିଁ।