ବର୍ତମାନ ର ବଡ ଖବର ଆସିଲା,ଆଉ ଦୁଇ ସପ୍ତାହ ବଢିପାରେ Lockdown – ସ୍କୁଲ କଲେଜ କୁ ନେଇ ଏହି ଖବର ସାମ୍ନାକୁ ଆସିଲା..

Spread the love

ତେବେ ସରକାର ଏହି ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ପଦକ୍ଷେପ ନେବାରେ ଲାଗିଛନ୍ତି।ଏହି ସମୟରେ ସରକାର କିଛି ଗୁରୁତ୍ବ ପୂର୍ଣ୍ଣ ନିଷ୍ପତି ମଧ୍ୟ ନେଇଛନ୍ତି।ତେବେ ଏହି ସମୟରେ ଆମେ ଅନେକ ଦିନ ହେବ ଲକ ଡାଉନରେ ରହି ଆସୁଛୁ।ଏହି ଲକ ଡାଉନ ଅନେକ ଲୋକଙ୍କ ଜୀବିକା ଛଡାଇ ନେଇ ସାରିଲାଣି।ଏହା ସହିତ ଅନେକ ଲୋକ ଏହି ମହାମାରୀ ପାଇଁ ନିଜର ଚାକିରିରୁ ମଧ୍ୟ ବାହାର ହୋଇ ଗଲେଣି।ତେବେ ସରକାର ବର୍ତ୍ତମାନ ପୁଣି ଏକ ଜରୁରୀ କାଳୀନ ନିଷ୍ପତି ଘୋଷଣା କରିଛନ୍ତି।

ଏହା ସହିତ ଆମେ ଜାଣୁ ସରକାର ଓଡ଼ିଶାର ସମସ୍ତ ଜିଲ୍ଲା ମାନଙ୍କୁ ୨ ଭାଗରେ ବିଭକ୍ତ କରିଥିଲେ।ଯେଉଁଥିରେ ପ୍ରଥମ ଭାଗରେ ୨୦ ଟି ଜିଲ୍ଲା ରହିଥିଲେ ଓ ଦିତୀୟ ଭାଗରେ ଅନ୍ୟ ୧୦ ଟି ଜିଲ୍ଲା ରହିଥିଲେ।ତେବେ ସରକାର ଏହି ଜିଲ୍ଲା ଗୁଡିକର ବିଭାଜିକରଣ ସେମାନଙ୍କ ଅଞ୍ଚଳରେ ସଂକ୍ରମଣର ହାର ଉପରେ ନଜର ରଖି କରିଥିଲେ।ଯେଉଁ ଜିଲ୍ଲା ମାନଙ୍କରେ ୫ ପ୍ରତିଶତରୁ କମ ସଂକ୍ରମଣ ରହିଛି ସେହି ସମସ୍ତ ଜିଲ୍ଲା ମାନଙ୍କୁ ପ୍ରଥମ ଭାଗରେ ଅନ୍ତର୍ଗତ କରା ଯାଇଥିଲା।

ଏହା ସହିତ ଏହି ଜିଲ୍ଲା ମାନଙ୍କରେ ଲକ ଡାଉନ ନିୟମ କିଛି ମାତ୍ରାରେ କୋହଳ ଥିଲା।ଏହି ସମସ୍ତ ଜିଲ୍ଲାରେ ବଜାର ଖୋଲିବାର ସମୟ ସକାଳ ୭ ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ରହିଥିଲା।ଏହା ସହିତ ଯେଉଁ ଜିଲ୍ଲା ଗୁଡ଼ିକରେ ସଂକ୍ରମଣ ହାର ୫ ପ୍ରତିଶତରୁ ଅଧିକ ଥିଲା ସେହି ସମସ୍ତ ଜିଲ୍ଲା ଗୁଡ଼ିକୁ ଦିତୀୟ ଭାଗରେ ଅନ୍ତର୍ଗତ କରି ଦିଆ ଯାଇଥିଲା।ଏହି ସମସ୍ତ ଅଞ୍ଚଳରେ ସଂକ୍ରମଣର ହାର ୫ ପ୍ରତିଶତରୁ ଅଧିକ ରହିବା ଅର୍ଥ ପ୍ରତି ୧୦୦ ଜଣଙ୍କୁ ପରୀକ୍ଷା କଲେ ସେମାନଙ୍କ ମଧ୍ୟରୁ ୫ ରୁ ଅଧିକ ଲୋକ ସଂକ୍ରମିତ ହେଉଥିଲେ

।ସେଥିପାଇଁ ଏହି ସମସ୍ତ ଜିଲ୍ଲା ଗୁଡ଼ିକରେ ଲକ ଡାଉନ ନିୟମ କିଛି ମାତ୍ରାରେ କଠୋର ଥିଲା।ଅର୍ଥାତ ଏହି ସମସ୍ତ ଜିଲ୍ଲା ଗୁଡିକରେ ପ୍ରଥମ ଭାଗରେ ଥିବା ଜିଲ୍ଲା ଗୁଡ଼ିକ ଅପେକ୍ଷା ନିୟମ କିଛି ଅଧିକ କଡ଼ା କଡି ଥିଲା।ଏହି ସମସ୍ତ ଜିଲ୍ଲା ଗୁଡ଼ିକରେ ବଜାର ଖୋଲିବା ସମୟ ସକାଳ ୭ ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଥିଲା।ଏହା ସହିତ ବର୍ତ୍ତମାନ ଘୋଷଣା ହୋଇଥିବା ସରକାରଙ୍କ ନିୟମ ଅନୁସାରେ ଏହି ସମସ୍ତ ନିୟମରେ ସରକାର କିଛି ମାତ୍ରାରେ କୋହଳ କରିଛନ୍ତି।

ସରକାରଙ୍କ ନୂତନ ନିୟମ ଅନୁସାରେ ଜାତୀୟ ରାଜପଥ ନିକଟରେ ଥିବା ଦୋକାନ ରାତି ୯ ଟା ପର୍ଯ୍ୟନ୍ତ ଖୋଲା ରହି ପାରିବ।ଏହା ସହିତ ସମସ୍ତ ଅଞ୍ଚଳରେ ସିନେମା ହଲ,ପାର୍କ ଓ ସନ୍ତରଣାଗର ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।ଏହା ସହିତ ସମସ୍ତ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିବ ବୋଲି ସରକାର ନିଷ୍ପତି ନେଇଛନ୍ତି।

ଏହା ସହିତ ପଡୋଶୀ ରାଜ୍ୟ ମାନଙ୍କୁ ବସ ଚଳାଚଳ ପାଇଁ ଅନୁମତି ମିଳି ନାହିଁ।ଏହା ସହିତ ବିବାହ ଉତ୍ସବରେ ୫୦ ଜଣ ଲୋକଙ୍କୁ ସାମିଲ ହେବା ପାଇଁ ଅନୁମତି ମିଳିଛି ଓ ଅନ୍ତିମ କ୍ରିୟାରେ ୨୦ ଜଣ ଲୋକଙ୍କୁ ସାମିଲ ହେବା ପାଇଁ ଅନୁମତି ମିଳିଛି।ତେବେ ଆଗକୁ ତୃତୀୟ ଲହର ଉପରେ ନଜର ରଖି ସରକାର ଏହି ସମସ୍ତ ନିଷ୍ପତି ନେଇଛନ୍ତି

Leave a Reply

Your email address will not be published. Required fields are marked *