ଘୁର୍ଣ୍ଣିବଳୟ ନେଲା ଲଘୁଚାପ ର ରୂପ ଆଜିଠୁ ଆଗାମୀ ୨ ଦିନ ଯାଏ ୫ ଜିଲ୍ଲାରେ ପ୍ରବଳ ବର୍ଷା,ଏହି ଜିଲ୍ଲାକୁ ସତର୍କ ସୂଚନା ଦିଆଗଲା,ହେବ ପ୍ରବଳ Rainfall

Spread the love

ସାଙ୍ଗମାନେ ଆପଣ ମାନେ ତ ଜାଣିଥିବେ କି ମୌସୁମୀ ବର୍ଷା କିପରି ଲୁଚକାଳି ଖେଳୁଛି।ତେବେ ଏପର୍ଯ୍ୟନ୍ତ ସଠିକ ପରିମାଣର ବର୍ଷା ରାଜ୍ୟରେ ହୋଇନାହିଁ।ରାଜ୍ୟରେ କୃଷି କାର୍ଯ୍ୟ ମଧ୍ୟ ଅଟକି ରହିଛି।ନିଅଣ୍ଟିଆ ବର୍ଷା କାରଣରୁ ଚାଷୀ ମାନେ ମଧ୍ୟ ମୁଣ୍ଡରେ ହାତ ଦେଇ ବସିଛନ୍ତି।ତେବେ ପାଣିପାଗ କେନ୍ଦ୍ର ଠାରୁ ସୂଚନା ମିଳିଛି କି ରାଜ୍ୟରେ ଆସନ୍ତା କାଲି ଠାରୁ ବର୍ଷାର ପରିମାଣ ବଢିବ।

ତେବେ ବର୍ଷା ହେବା ଦ୍ବାରା ଚାଷୀ ମାନେ ମଧ୍ୟ ଉପକୃତ ହେବେ।ତେବେ ଆସନ୍ତା କାଲି ଠାରୁ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇପାରେ।ତେବେ ଉତ୍ତର ପଶ୍ଚିମ ଏବଂ କେନ୍ଦ୍ରାଞ୍ଚଳ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣି ବଳୟ ଲଘୁଚାପର ରୂପ ନେଇଛି।ଲଘୁଚାପ ପ୍ରଭାବରେ ରାଜ୍ୟରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି।

ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହୁଥିବାରୁ ଏହି ଜିଲ୍ଲା ଗୁଡ଼ିକ ପାଇଁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି।

ଏହି ଜିଲ୍ଲା ଗୁଡ଼ିକ ହେଉଛି ମାଲକାନଗିରି ପୁରୀ,ଗଜପତି,କୋରାପୁଟ, ରାୟଗଡ଼ା ଓ ଗଞ୍ଜାମ।ସେହିପରି ଆସନ୍ତା କାଲି ଅର୍ଥାତ ୭ ତାରିଖରେ ୬ଟି ଜିଲ୍ଲାରେ ବର୍ଷାର ସମ୍ଭାବନା ଥିବାରୁ ଏହି ଜିଲ୍ଲା ଗୁଡ଼ିକ ପାଇଁ ୟେଲୋ ୱାର୍ଣୀଙ୍ଗ ଜାରି କରାଯାଇଛି।ଏହି ଜିଲ୍ଲା ଗୁଡ଼ିକ ହେଉଛି ନୂଆପଡ଼ା ନବରଙ୍ଗପୁର,ବରଗଡ଼ ଝାରସୁଗୁଡ଼ା, ସୁନ୍ଦରଗଡ, କେଉଁଝର।

ତେବେ ଲଘୁଚାପ ପ୍ରଭାବରେ ପବନର ବେଗ ୪୦ ରୁ ୫୦ କିଲୋ ମିଟର ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ଆଜି ଓ ଆସନ୍ତା କାଲି ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।ତେବେ ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ତେବେ ଏହାର ପ୍ରଭାବରେ ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ।ମାଲକାନଗିରି,ଗଜପତି,କଳାହାଣ୍ଡି ଏହି ଜିଲ୍ଲା ମାନଙ୍କରେ ଅତି ପ୍ରବଳ ବର୍ଷା ହୋଇପାରେ।ନବରଙ୍ଗପୁର କନ୍ଧମାଳ,ପୁରୀ,ଗଞ୍ଜାମ,ଭଦ୍ରକ ଏହି ସବୁ ଜିଲ୍ଲା ମାନଙ୍କରେ ଓ ଉପକୂଳ ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇପାରେ।

ଆସନ୍ତା କାଲି ପଶ୍ଚିମ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ହୋଇପାରେ।ତେବେ ୮ ଓ ୯ ତାରିଖରେ ବର୍ଷାର ପରିମାଣ ଆଉ ଏତେଟା ରହିବ ନାହିଁ।ତେବେ ୧୦ ତାରିଖରେ ଅଳ୍ପ କିଛି ସ୍ଥାନରେ ଅର୍ଥାତ କନ୍ଧମାଳ,କେଉଁଝର କଳାହାଣ୍ଡି ଆଦି ଜିଲ୍ଲା ମାନଙ୍କରେ ବର୍ଷା ହୋଇପାରେ।ଏବେ ଭୁବନେଶ୍ଵରରେ କିଛି ସ୍ଥାନ ମାନଙ୍କରେ ବର୍ଷା ହେବାର ସମ୍ଭାବନା ଅଛି।

Leave a Reply

Your email address will not be published. Required fields are marked *