ଶ୍ରାଦ୍ଧ ବାର୍ଷିକ ରେ ମନେ ପଡିଲେ ଅଭିନେତା Ajit Dash,ତାଙ୍କ ସ୍ମୃତି ରେ କାନ୍ଦିଲେ ଏହି ସବୁ ବଡ କଳାକାର,ପରିବାର ଲୋକଙ୍କ ଅବସ୍ଥା ଏବେ କିପରି ଜାଣିଲେ ଆଖିରେ ଲୁହ ଆସିଯିବ

Spread the love

ହାକିମ ବାବୁ ଭାବରେ ପରିଚିତ ଅଜିତ ଦାସଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ଏହି ନାଟ୍ୟକାର ଅନେକ ନାଟକରେ ନିଜର ସ୍ମୃତି ଛାଡ଼ି ଯାଇଛନ୍ତି।ତେବେ ତାଙ୍କର ମୃତ୍ୟୁକୁ ଏକ ବର୍ଷ ପୁରି ଯାଇଛି।ତେବେ ତାଙ୍କର ଏହି ମୃତ୍ୟୁ ବାର୍ଷିକିରେ ଅନେକ ବଡ଼ ବଡ଼ ଅଭିନେତା ମାନେ ଉପସ୍ଥିତ ହୋଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।ତେବେ ଏହି ଭଳି ଜଣେ ବିଶିଷ୍ଟ ଅଭିନେତାଙ୍କ ମୃତ୍ୟୁକୁ ଏକ ବର୍ଷ ପୁରୀ ଯାଇଥିଲେ ମଧ୍ୟ ତାଙ୍କର ବିୟୋଗକୁ ଆଜି ପର୍ଯ୍ୟନ୍ତ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଆଜି ମଧ୍ୟ ବିଶ୍ଵାସ କରି ପାରୁ ନାହାଁନ୍ତି।

ତାଙ୍କର ଅବଦାନ ଓଡ଼ିଆ ନାଟ୍ୟ ଜଗତକୁ ଅତୁଳନୀୟ ରହିଥିଲା।ସେ ଅନେକ ନାଟକ ମାଧ୍ୟମରେ ଓଡ଼ିଶାର ସମସ୍ତ ଦର୍ଶକ ମାନଙ୍କ ପାଖରେ ନିଜକୁ ପରିଚିତ କରିବାରେ ସଫଳ ହୋଇ ପାରିଥିଲେ।ଏହା ସହିତ ତାଙ୍କର ଯେଉଁଭଳି ଭାବରେ ଅଚାନକ ବିୟୋଗ ହୋଇ ଯାଇଥିଲା ତାହାକୁ ଆଜି ମଧ୍ୟ କୌଣସି ଅଭିନେତା ଓ ଅଭିନେତ୍ରୀ ବିଶ୍ୱାସ କରି ପାରୁ ନାହାଁନ୍ତି।ତେବେ ଏହି ମହାନ ନାଟ୍ୟକାରଙ୍କ ସ୍ମୃତିରେ ଏନ ଏଚ-୩୧୬,ରୁଦାଲି,ଦିଲ ଲଗି, କତଲ-ଏ-କରୋନା ନାମକ ଚାରୋଟି ନାଟକ ପ୍ରସ୍ତୁତ କରାଯାଇଛି।

ଏହି ମହାମାରୀ ପାଇଁ ତାଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଥିବା ସେହି ସମସ୍ତ ନାଟକ ମଞ୍ଚ ଉପରେ ପରିବେଷଣ କରା ଯାଇ ପାରି ନଥିଲା।ଏହା ସହିତ ସେହି ସମସ୍ତ ନାଟକ ଅନଲାଇନ ଭିଡିଓ ମାଧ୍ୟମରେ ପରିବେଷଣ କରାଯାଇଥିଲା।ତେବେ ତାଙ୍କର ବିୟୋଗ ଫଳରେ ଓଡ଼ିଆ ନାଟକ ଜଗତର ଏକ ମୂଳଦୁଆ ଭାଙ୍ଗି ଯାଇଛି ବୋଲି ଅନେକ ଅଭିନେତା ମତ ଦେଇଛନ୍ତି।ଏହା ସହିତ ତାଙ୍କର ମୃତ୍ୟୁକୁ ଏକ ବର୍ଷ ପୁରି ଯାଇ ଥିବାରୁ ତାଙ୍କର ଧର୍ମ ପତ୍ନୀ ତାଙ୍କର ମୃତ୍ୟୁର ଏକ ବର୍ଷ ପୂରଣ ଉଦ୍ଦେଶ୍ୟରେ ଏହି ଚାରୋଟି ନାଟକ ପ୍ରସ୍ତୁତ କରିଛନ୍ତି।

ଏହା ସହିତ ସେହି ସମସ୍ତ ନାଟକକୁ ସେ ଭବିଷ୍ୟତରେ ମଞ୍ଚରେ ପରିବେଷଣ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।ଏହି ମହାମାରୀ କାରଣରୁ ସେ ସେହି ସମସ୍ତ ନାଟକକୁ ମଞ୍ଚରେ ପରିବେଷଣ କରିବାରେ ବିଫଳ ହୋଇଛନ୍ତି ବୋଲି ଗଣ ମାଧ୍ୟମ ସମ୍ମୁଖରେ କହିଥିଲେ।ଏହା ସହିତ ସେ କହିଥିଲେ କି ତାଙ୍କର ପତି ସର୍ବଦା ତାଙ୍କ ସହିତ ରହିଛନ୍ତି ଓ ଆଗାମୀ ସମୟରେ ସେ ତାଙ୍କ ସହିତ ସର୍ବଦା ରହିବେ।ଏହା ସହିତ ଏହି ମହାନ ଅଭିନେତାଙ୍କ ମୃତ୍ୟୁରେ ସମଗ୍ର ଅଭିନୟ ଜଗତ କିଭଳି ଭାବରେ ଭାଙ୍ଗି ପଡ଼ିଥିଲା ଏହା ସମ୍ପର୍କରେ ମଧ୍ୟ ସେ କହିଥିଲେ।

ଏହା ସହିତ ସେ ଅଜିତ ଦାସ ଓଡ଼ିଆ ନାଟ୍ୟ ଜଗତ ପାଇଁ ଏକ ବରଦାନ ଭଳି ଥିଲେ ବୋଲି ଅନେକ ଅଭିନେତା ନିଜର ମତ ଦେଇଥିଲେ।ତେବେ ଅନେକ ବଡ଼ ବଡ଼ ଅଭିନେତା ଓ ଅଭିନେତ୍ରୀ ତାଙ୍କର ଏହି ମୃତ୍ୟୁ ବାର୍ଷିକୀରେ ଉପସ୍ଥିତ ହୋଇ ତାଙ୍କର ପତ୍ନୀଙ୍କୁ ଶାନ୍ତ୍ବନା ଦେବା ସହିତ କହିଥିଲେ କି ଏହି ମହାନ ଅଭିନେତା କେଉଁଠି ମଧ୍ୟ ରୁହନ୍ତୁ ତାଙ୍କର ଆଶୀର୍ବାଦ ସର୍ବଦା ଓଡ଼ିଆ ଅଭିନୟ ଜଗତ ଉପରେ ରହିବା ସହିତ ତାଙ୍କର ଅଭିନୟ ସର୍ବଦା ଓଡ଼ିଆ ଅଭିନୟ ଜଗତରେ ସ୍ଵର୍ଣ୍ଣ ଅକ୍ଷରରେ ଲିଖିତ ହୋଇ ରହିବ।

ତେବେ ତାଙ୍କ ଝିଅ ଆଜି ମଧ୍ୟ ପ୍ରତି ମିନିଟ ରେ ତାଙ୍କୁ ମନେ ପକେଇ କାନ୍ଦୁଥିବା କହିଛନ୍ତି,କହିଲେ ଯେତିକି ସମୟ ବିତୁଛି ସେତିକି ତାଙ୍କ କଥା ଅଧିକ ମାନେ ପଡୁଛି,ତାଙ୍କ ବିନା ଜୀବନ ଅଧା ହେଇଗଲା ସେ ଆମ ଗହଣରେ ଅଛନ୍ତି ଓ ସବୁବେଳେ ରହିବେ ସମସ୍ତନ୍କ ମନରେ

Leave a Reply

Your email address will not be published. Required fields are marked *