ଦୁନିଆ ଛାଡି ଚାଲିଗଲେ ଅଭିଷେକ ମହାପାତ୍ର,ହେଲେ ଏବେ କିପରି ଅଛନ୍ତି Amrit ପ୍ରଧାନ,ସାରା ଓଡିଶା ଲୋକ Help କରିଥିଲେ ହେଲେ ଏବେ କଣ ହେଲା ତାଙ୍କର ଜାଣିଲେ କାଂଦିବେ ଆପଣ

Spread the love

ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି ଅମ୍ରିତ ପ୍ରଧାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା, ଏହା ସହ ତାଙ୍କ ଅକ୍ସିଜେନର ସ୍ତର ଏବେ ୮୫-୯୦% ମଧ୍ୟରେ ରହୁଛି।ଗତ ଦୁଇସପ୍ତାହ ହେବ ଚେନ୍ନାଇର ଏକ ଘରୋଇ ମେଡିକାଲରେ ଇକମୋ ଚିକିତ୍ସାରେ ରହୁଥିବା ଅମ୍ରିତ ପ୍ରଧାନଙ୍କୁ ନେଇ ଏହି ଖବର ଆସି ପହଁଚିଛି।ଦୁଇ ଦିନ ହେବ ତାଙ୍କୁ ଆଉ ଭେଣ୍ଟିଲେଟରର ଆବଶ୍ୟକ ପଡୁନାହିଁ ଏହା ସହ ଏବେ ତାଙ୍କୁ ୧୦୦% ନହୋଇ ୭୦% ର ଇକମୋ ଆବଶ୍ୟକ ପଡୁଛି।

ଏବେ ତାଙ୍କୁ ଖାଦ୍ୟ ଦେବାକୁ ଚେଷ୍ଟା ଚାଲିଛି ଯଦି ଏହା ସଫଳ ହୁଏ ତେବେ ତାଙ୍କ ଦେଶରେ ଖାଦ୍ୟ ଦେବାପାଇଁ ଲାଗିଥିବା ନଳୀ ହଟାଇ ଦିଆଯିବ।ଗତ ୪ ତାରିଖରୁ ତାଙ୍କୁ ଏମସରୁ ଏୟାର ଆମ୍ବୁଲାନ୍ସ ଯୋଗେ ଚେନ୍ନାଇ ନିଆଯାଇଥିଲା।ତାଙ୍କ ଘର ବ୍ରହ୍ମପୁର ବାସୁଦେବନଗରରେ ଅଟେ।ଏହାକୁ ନେଇ ତାଙ୍କ ଦାଦା ସତ୍ୟନାରାୟଣ ପ୍ରଧାନ କହିଛନ୍ତି,”ଏବେ ତାର ଭେଣ୍ଟିଲେଟର କାଢିଦିଆଯାଇଛି, ଓ ଏବେ ଇକମୋ ମଧ୍ୟ ୭୦% ଆବଶ୍ୟକ ପଡୁଛି।

ସେ ସମ୍ପୂର୍ଣ ଭଲ ନହୋଇଥିଲେ ମଧ୍ୟ ଏବେ ପୂର୍ଵ ଅପେକ୍ଷା ବେଶ ଭଲ ଅଛି।କାରଣ ପୂର୍ବରୁରୁ ଭେଣ୍ଟିଲେଟରର ଆବଶ୍ୟକତା ପଡୁଥିଲା କିନ୍ତୁ ଏବେ ଆଉ ଭେଣ୍ଟିଲେଟରର ଆବଶ୍ୟକତା ପଡୁନାହିଁ”।ସେ ଆଗକୁ କହିଛନ୍ତି ,”ଡାକ୍ତରମାନେ କହିଥିଲେକି ଇକମୋ ଚିକିତ୍ସା ଦ୍ଵାରା ଧୀରେ ଧୀରେ ପରିସ୍ଥିତି ସ୍ବଭାବିକ ହେବ।

ତେଣୁ ପ୍ରଥମେ ଡାକ୍ତର ଆମକୁ ଏହା ୧୫ ଦିନ ଚାଲିବ ବୋଲି କହିଥିଲେ କିନ୍ତୁ ଏବେ ପାଖାପାଖି ଏହା ୨ ମାସ ପର୍ଯ୍ୟନ୍ତ ଚାଲିପାରେ ବୋଲି କୁହାଯାଉଛି।ଏହା ଦ୍ଵାରା ଧୀରେ ଧୀରେ ତାର ସ୍ୱାସ୍ଥ୍ୟ ଠିକ ହେବ ବୋଲି ଡାକ୍ତର ମାନେ କହିଛନ୍ତି। ଏହା ସହ ଏବେ ଲାଗିଥିବା ଖାଦ୍ୟ ନଳୀ ଦ୍ଵାରା ତାକୁ ଖାଦ୍ୟ ଦିଆଯାଉଛି”।ତେବେ ଆପଣମାନେ ଅମ୍ରିତ ପ୍ରଧାନଙ୍କୁ ନିଶ୍ଚୟ ଜାଣିଥିବେ।

ତାଙ୍କୁ ନେଇ ଚାରିଆଡେ ଚର୍ଚା କିନ୍ତୁ ସେ କୌଣସି ଟିଭି ସେଲିବ୍ରେଟି ନୁହଁନ୍ତି ବା କୌଣସି ଧନୀ ପରିବାରର ନୁହଁନ୍ତି ବରଂ ସେ ବ୍ରହ୍ମପୁରର ଜଣେ ଇଞ୍ଜିନିୟର ଅଟନ୍ତି।ସେ କରୋନା ସମୟରେ ଚାକିରୀ ଛାଡି ଲୋକଙ୍କ ସେବାରେ ଲାଗିପଡିଥିଲେ।ପ୍ରଥମେ ତାଙ୍କ ମା କରୋନାରେ ସଂକ୍ରମଣ ହୋଇଥିଲେ, ଏହା ପରେ ତାଙ୍କ ମା ମଧ୍ୟ ସଂକ୍ରମଣ ହେଉଥିଲେ।

ବାପା ମା ଦୁହିଁଙ୍କର ସେବା କରିବା ଦ୍ୱାରା କିଛି ଦିନ ପରେ ଅମ୍ରିତ ନିଜେ ସଂକ୍ରମଣ ହୋଇଥିଲେ ହେଲେ ସ୍ୱାସ୍ଥ୍ୟ ଦିନକୁ। ଦିନ ଅଧିକ ଖରାପ ହେବାରେ ଲାଗିଲା ଯାହା ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା।ଏହା ପରେ ତାଙ୍କୁ ଭେଣ୍ଟିଲେଟରେ ରହିଥିଲେ।ତାଙ୍କ ଫୁସଫୁସ ସଂକ୍ରମଣ ହୋଇଯାଇଥିଲା ଯାହା ପରେ ତାଙ୍କୁ ଇକମୋ ଚିକିତ୍ସା ପାଇଁ ଚେନ୍ନାଇ ନିଆଯାଇଥିଲା।

ଯାହା ପରେ ତାଙ୍କର ସେଠି ଇକମୋ ଚିକିତ୍ସା ଆରମ୍ଭ ହୋଇଯାଇଥିଲା।ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସେତେବେଳେ ବହୁତ ଖରାପ ଥିଲା ଓ ଅର୍ଥର ଅଭାବ ଥିଲା ଯାହା ପାଇଁ ଲୋକଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରାଯାଇଥିଲା ଓ ଲୋକ ସାହାଯ୍ୟ କରିଥିଲେ ମଧ୍ୟ ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ଆସିବା ଏକ ବଡ଼ ଖୁସି ଖବର।କିନ୍ତୁ ବର୍ତମାନ ସମୟରେ ଅଭିଏସକ ଆମ ସମସ୍ତଂକୁ ଛାଡିକି ଚାଲି ଯାଇଛନ୍ତି ଯାହାକି ସାରା ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଛି

Leave a Reply

Your email address will not be published. Required fields are marked *