ବାର ବର୍ଷର ତପ ଗଲା ସୁଖୁଆ ପୋଡ଼ାରେ,ସୋମ୍ୟ ମାମଲାର ତଦନ୍ତ ପୁଣି ଆରମ୍ଭ ରୁ ହେବ, ସବୁ ନିଜ ଆଖିରେ ଦେଖିଥିବା ସାକ୍ଷୀ Bhaskar ଗଲା କୁଆଡେ,କାହିଁକି ଲୁଚୁଛି ସେ

Spread the love

ସାଙ୍ଗମାନେ ବାର ବର୍ଷର ତପ ଗଲା ଶୁଖୁଆ ପୋଡ଼ାରେ।ଜିଲ୍ଲା ପୋଲିସର ତଦନ୍ତ ପଛରେ ଡୋରି ବନ୍ଧଗଲା।ଆଉ କ୍ରାଇମବ୍ରାଞ୍ଚ କୋଡ଼ିଲା ଯେତିକି ମାଡ଼ିଲା ସେତିକି।କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଲେଣି ପୁଣି ହୋଇପାରେ ମୂଳରୁ ତଦନ୍ତ।ପୁଣି ବିବାଦରେ ରାଜ୍ୟର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ।ବିଳମ୍ବିତ ନ୍ୟାୟ ନ୍ୟାୟ ନୁହଁ ଆଧାରରେ କାଠଗଡାରେ କ୍ରାଇମବ୍ରାଞ୍ଚ।ବହୁ ଚର୍ଚ୍ଚିତ ଗଜପତି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବିବାଦରେ ତଦନ୍ତକାରୀ ସଂସ୍ଥା।

ଏଡିଜି ସଞ୍ଜୀବ ପଣ୍ଡା ଖୋଲିଦେଇଛନ୍ତି କ୍ରାଇମବ୍ରାଞ୍ଚ ତଦନ୍ତର ପୋଲ।କହିଛନ୍ତି ସବୁ ତଦନ୍ତର ହେବ ଅନୁଧ୍ୟାନ ଏପରିକି ମୃତ୍ୟୁ କାଳୀନ ଜମାନବନ୍ଦୀର ବି ହେବ ଅନୁଧ୍ୟାନ।ସେପଟେ ରାଜ୍ୟ ସରକାରଙ୍କ ଶକ୍ତିଶାଳୀ କ୍ୟାବିନେଟ ମିନିଷ୍ଟର ବିକ୍ରମ ଆରୁଖଙ୍କ ସମ୍ପୃକ୍ତିର ଅଭିଯୋଗ ଥିବା ବେଳେ ତଦନ୍ତକାରୀ ସଂସ୍ଥା ମୁଖ୍ୟଙ୍କ ବୟାନ ଏବେ ରାଜ୍ୟବାସୀଙ୍କୁ ଆଚମ୍ବିତ କରୁଚି

ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା ଦିନକୁ ଦିନ ଯେତିକି ରହସ୍ୟ ଭିତରକୁ ଠେଲି ହେଇ ଯାଉଚି ତାଠୁ ଅଧିକ ରହସ୍ୟ ସୃଷ୍ଟି କରିଚି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କ ବୟାନ।ଏଡିଜିଙ୍କ ବୟାନରୁ ଯାହା ଅନୁମାନ କରିହେଉଚି ମୂଳରୁ ତଦନ୍ତ ହେବ ଆଉ ଥରେ ଜେରା ହେବ।ଏଭଳି ସ୍ଥିତିରେ ସୌମ୍ୟ ରଞ୍ଜନଙ୍କ ପରିବାରକୁ କେବେ ନ୍ୟାୟ ମିଳିବ ଏବଂ ମୂଖ୍ୟ ଅଭିଯୁକ୍ତ ପାଖରେ କେବେ କ୍ରାଇମବ୍ରାଞ୍ଚ ପହଞ୍ଚିବ ତା ଉପରେ ସମସ୍ତଙ୍କ ନଜର।

ସେପଟେ କ୍ରାଇମବ୍ରାଞ୍ଚ ମୁଖ୍ୟଙ୍କ ଏପରି ବିସ୍ପୋରକ ବୟାନ ରାଜ୍ୟବାସୀଙ୍କୁ ଆଚମ୍ବିତ କରିଥିବା ବେଳେ ଚର୍ଚ୍ଚାକୁ ଆସିଛନ୍ତି ସୌମ୍ୟଙ୍କ ସହଯୋଗୀ ଏସିଏଫ ଭାସ୍କର।ତାଙ୍କ ବୟାନ ସତେ ଯେମିତି କହୁଚି ଦାଗରେ କିଛି କଳା ଅଛି।ଘଟଣା ଘଟିବା ଦିନ ସିଧା ସାକ୍ଷୀ ଥିବା ଭାସ୍କର କହିଛନ୍ତି ମୁଁ କିଛି ଦେଖିନି।ଆଉ ଯାହା ଦେଖିଚି ସବୁ କହିଦେଇଚି।

ଭାସ୍କର ଖାଲି ସେତିକି କହିନାହାନ୍ତି ବରଂ କ୍ୟାମେରା ଦେଖିକି ଲୁଚିବାକୁ ଚେଷ୍ଟା ବି କରିଛନ୍ତି।ଘଟଣା ଘଟିବା ଦିନ ଠାରୁ ଗେଷ୍ଟ ହାଉସରେ ରହି ଡ୍ୟୁଟି କରୁନଥିବାର ସାଙ୍ଘାତିକ ଅଭିଯୋଗ ଆସିଛି ଭାସ୍କରଙ୍କ ନାଆଁରେ।ଗୋଟିଏ ଦିନରେ ନଅ ଜଣ ଆଇଏଫଏସ ଅଫିସରଙ୍କୁ ସରକାର ବଦଳି କରିଥିବା ବେଳେ ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଦେହରେ ହାତ ମାରିବାକୁ ଭୟ କରିଛନ୍ତି ସରକାର।

ସତ ଖୋଲିଯିବା ଭୟରେ ସରକାର ସଂଗ୍ରାମଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ଆଣିଚନ୍ତି ସୌମ୍ୟଙ୍କ ବାପା ଓ ମାଆ।ସୌମ୍ୟ ମୃତ୍ୟୁ ଘଟଣାକୁ ବିଟିଲାଣି ଦୁଇ ମାସ।ଆଉ ଏ ସମୟ ମଧ୍ୟରେ ବିବାଦରେ ଗଜପତି ପୋଲିସ।କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଜ୍ଞାନ ମିଶ୍ର ଖୋଲି ଦେଇଥିଲେ କିପରି କ୍ରାଇମବ୍ରାଞ୍ଚ ସାଜିଥିବା କଣ୍ଡେଇର ରୁପ।ଗୋଟିଏ ପଟେ ସମୟ ଯେତେ ଗଡୁଚି ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଗୋଟେ ପରେ ଗୋଟେ ଖିଅ ଖୋଲିବାରେ ଲାଗିଛି।

Leave a Reply

Your email address will not be published. Required fields are marked *