ଶେଷରେ ଜିତିଲେ ତପସ୍ୱିନୀ,Verdict ମିଳିଲା ଗଂଜାମ କୋର୍ଟ ରୁ,ଏବେ ସ୍ୱାମୀ ଙ୍କ ସହ ରହିବେ ତପସ୍ୱିନୀ..ଦେଖନ୍ତୁ Video

Spread the love

ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ ଚାଲିଥିବା କଳହ ଉପରେ ଆଜି କୋର୍ଟ ନିଜର ଚୂଡାନ୍ତ ରାୟ ଶୁଣାଇଛନ୍ତି।ତେବେ କୋର୍ଟ ଏହା ନିର୍ଦ୍ଦେଶ ଦେଇଛନ୍ତି କି ତପସ୍ଵିନୀ ନିଜର ପତିଙ୍କ ସହିତ ତାଙ୍କର ଘରେ ରହିବେ।ତେବେ ଅନେକ ଦିନ ହେବ ତପସ୍ଵିନୀ ନିଜର ପତିଙ୍କ ଘର ସମ୍ମୁଖରେ ତାଙ୍କର ଘରକୁ ଯିବା ପାଇଁ ବସି ରହିଥିଲେ।ତେବେ ଆଜି ଜିଲ୍ଲା କୋର୍ଟ ଏହି ଘଟଣା ଉପରେ ନିଜର ଚୂଡାନ୍ତ ନିଷ୍ପତି ଶୁଣାଇ ଦେଇଛନ୍ତି।

ତେବେ ସମସ୍ତେ ଏହା ଆଶା କରିଥିଲେ କି ତପସ୍ଵିନୀ ପୁଣି ନିଜର ଶ୍ୱଶୁର ଘରକୁ ଚାଲିଯିବେ।ତେବେ ଏହା ଆଜି କୋର୍ଟ ଘୋଷଣା କରି ଦେଇଛନ୍ତି କି ତପସ୍ଵିନୀ ନିଜର ଶ୍ୱଶୁର ଘରେ ରହିବେ।ତେବେ ତପସ୍ଵିନୀ ଅନେକ ଦିନ ହେବ ଡକ୍ଟର ସୁମିତଙ୍କ ଘର ସମ୍ମୁଖରେ ସେହିପରି ଭାବରେ ବସି ରହିଥିଲେ।ତେବେ ଏହା ପରେ ମଧ୍ୟ ତପସ୍ୱିନୀଙ୍କୁ ଡକ୍ଟର ସୁମିତଙ୍କ ଘର ଲୋକ ନିଜର ଘରକୁ ଆସିବାକୁ ଦେଇ ନଥିଲେ।

ଯାହା ଫଳରେ ତପସ୍ଵିନୀ ମଧ୍ୟ ଜିଦ କରି ତାଙ୍କର ଘର ସମ୍ମୁଖରେ ସେହିପରି ଭାବରେ ଧାରଣାରେ ବସି ରହିଥିଲେ।ତେବେ ଆଜି ଏହି ଘଟଣାର ଶୁଣାଣି ହେବାର ଥିଲା।ଯାହା ଫଳରେ ଜିଲ୍ଲା କୋର୍ଟ ବର୍ତ୍ତମାନ ଏହା ଘୋଷଣା କରିଛନ୍ତି କି ତପସ୍ଵିନୀ ନିଜର ଶ୍ୱଶୁର ଘରେ ରହି ପାରିବେ।ଏହା ସହିତ ଏହା ତାଙ୍କର ଅଧିକାର ବୋଲି ବର୍ତ୍ତମାନ କୋର୍ଟ କହିଛନ୍ତି।

ତେବେ ତପସ୍ଵିନୀ ବର୍ତ୍ତମାନ କିନ୍ତୁ କହିଛନ୍ତି କି ସେ ନିଜର ପତିଙ୍କ ସହିତ ରହିବା ପାଇଁ ଚାହୁଁଛନ୍ତି।ଅର୍ଥାତ ତାଙ୍କର ପତି ଯେଉଁଠି ରହିବେ ସେ ମଧ୍ୟ ସେହି ସ୍ଥାନରେ ରହିବା ପାଇଁ ଚାହୁଁଛନ୍ତି ବୋଲି କହିଛନ୍ତି।ଏହା ସହିତ ବର୍ତ୍ତମାନ ଅନେକ ଲୋକ ଏହା ପ୍ରଶ୍ନ କରୁଛନ୍ତି କି ଆଇନ ନଜରରେ ବର୍ତ୍ତମାନ ସେମାନେ ଏକାଠି ଭାବରେ ରହିବାକୁ ଯାଉଛନ୍ତି।

କିନ୍ତୁ ସେମାନଙ୍କ ମନ ପୂର୍ବପରି ମିଶିବ ନା ନାହିଁ ଏହା ବର୍ତ୍ତମାନ ଏକ ବହୁତ ବଡ଼ ପ୍ରଶ୍ନ ବୋଲି ବର୍ତ୍ତମାନ ଅନେକ ଲୋକ କହିଛନ୍ତି।ଏହା ସହିତ ତପସ୍ଵିନୀ ମଧ୍ୟ ବର୍ତ୍ତମାନ ନିଜର ଶ୍ୱଶୁର ଘରକୁ ଯିବାକୁ ନେଇ କିଛି ମାତ୍ରାରେ ଖୁସି ଅଛନ୍ତି।ତେବେ ତପସ୍ଵିନୀଙ୍କ ଭରଣ ପୋଷଣ ଦାୟିତ୍ବ ମଧ୍ୟ ଡକ୍ଟର ସୁମିତଙ୍କ ପରିବାର ଲୋକଙ୍କ ଉପରେ ରହିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇ ସାରିଛନ୍ତି।

ଏହା ସହିତ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା କି ଡକ୍ଟର ସୁମିତଙ୍କ ପରିବାର ଲୋକ ଜିଲ୍ଲା କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ବୀକାର କରିବେ ନା ସେମାନେ ଏହି ନିଷ୍ପତି ବିରୋଧରେ ପୁଣି ହାଇକୋର୍ଟରେ ପିଟିସନ ଦାଖଲ କରିବେ।କାରଣ ଯଦି ସେମାନଙ୍କୁ ଏହି ରାୟ ଭଲ ନ ଲାଗେ ତେବେ ସେମାନେ ଏପରି କରି ପାରିବେ ବୋଲି ମଧ୍ୟ ନିୟମ ରହିଛି।

ଏହା ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ଡକ୍ଟର ସୁମିତଙ୍କ ପରିବାର କିମ୍ବା ତାଙ୍କର ଓକିଲଙ୍କ ପକ୍ଷରୁ କୌଣସି ପ୍ରକାରର ମଧ୍ୟ ଘୋଷଣା ହୋଇ ନାହିଁ।ତେବେ ସେମାନେ ଏହି ରାୟକୁ ନେଇ ସନ୍ତୁଷ୍ଟ ଅଛନ୍ତି କି ନାହିଁ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଜଣା ପଡିନାହିଁ।

Leave a Reply

Your email address will not be published. Required fields are marked *