ହୋଲି ରେ Arindaam ଙ୍କୁ ମାନେ ପକେଇଲେ ତାଙ୍କ ସ୍ତ୍ରୀ,ଅରିନ୍ଦମଙ୍କ ଜାଗା କେହି ନେଇପାରିବେନି, ତାଙ୍କ ଆଦର୍ଶରେ ପୁଅକୁ ଗଢିବାକୁ ଚାହୁଁଛି କାରଣ…ଦେଖନ୍ତୁ Video

Spread the love

ଯୁବ ସାମ୍ବାଦିକ ଅରିନ୍ଦମ ଙ୍କ ଅକାଳ ବିୟୋଗ ସାରା ଓଡ଼ିଶାରେ ଏକ ଶୋକ ପରିବେଶ କରି ଦେଇଥିଲା ତାଙ୍କୁ ସମସ୍ତେ ଝୁରୁଛନ୍ତି ତେବେ ଏ ସମୟ ରେ ତାଙ୍କ ସ୍ତ୍ରୀ ତାଙ୍କ ବିଷୟରେ କିଛି କହିଛନ୍ତି ଯାହା ଶୁଣିବା ପରେ ଆପଣଙ୍କ ଆଖିରେ ମଧ୍ୟ ଆସିଯିବ ଲୁହ,ତାଙ୍କୁ ଆଜି ଭଳି ହୋଲି ର ଦିନ ରେ ସେ କେତେ ମିସ କରୁଛନ୍ତି ଆପଣ ମଧ୍ୟ ଠାରେ ଶୁଣି ରଖନ୍ତୁ ତାଙ୍କ କଥା

ବେଶି କିଛି ନ କଲେ ବି ମଣିଷତ୍ଵ ନିଜର ହରାନ୍ତୁ ନାହିଁ।ଲୋକମାନେ ଏମିତି କଲେ କାହାର ଘର ପରିବାର ନିଶ୍ଚୟ ଭାଙ୍ଗି ଯିବ। ମଣିଷତ୍ଵ ନ ହରାଇ ତାଙ୍କ ଭଳି ୧ ପ୍ରତିଶତ ହୋଇ ଯଦି କିଏ ରହିବ ମୁଁ ବହୁତ ଖୁସି ହେବି।ମୋର ନାମ ହେଉଛି ସମୀକ୍ଷା ବେହେରା।ହୋଲି ସେ ସମସ୍ତଙ୍କ ସହ ବହୁତ ଭଲରେ ମିଶି ଖେଳନ୍ତି।କିନ୍ତୁ ସେ ଅଫିସ କାମରେ ଅଧିକ ସମୟ ରହୁଥିବାରୁ ଘରେ ବେଶି ସମୟ ଦେଇ ପାରନ୍ତି ନାହିଁ।

ସବୁବେଳେ ମୋ ମନରେ ଥାଏ କି ଯେତେବେଳେ ସେ ଘରେ ରୁହନ୍ତୁ ଆମକୁ ସମୟ ଦିଅନ୍ତୁ।ସେମିତି ତ ହେଲା ନାହିଁ ଆଉ ଏଭଳି ହେବ ବୋଲି ମୋ ମନରେ କେବେ ଆସି ନଥିଲା।ଯେହେତୁ ସେ ଆମ ପାଖରେ ନାହାନ୍ତି ଏ କ୍ଷତି କେହି ପୂରଣ କରି ପାରିବେ ନାହିଁ।କିନ୍ତୁ ତାଙ୍କର ସ୍ମୃତି ଓ ତାଙ୍କର ଭଲ ପାଇବା

ସେ ସବୁ ମନେ ପକେଇ ମୋ ପୁଅ ସହିତ ମୁଁ ରହି ପାରିବି।ଆଉ ତାଙ୍କ ଭଳି ମଣିଷ ପାଇବା ବହୁତ କଷ୍ଟ କହିଲେ ଚଲେ।ଏଇଭଳି ଯେଉଁ ଅଘଟଣ ଘଟିଗଲା ହୁଏ ତ ତାଙ୍କ ଭଳି ଆଉ କେହି ଜଣେ ଥିଲେ ନିଶ୍ଚୟ ସେ ଆଜି ଆମ ପାଖରେ ଥାଆନ୍ତେ।ମୁଁ ଖାଲି ଲୋକଙ୍କୁ ଏତିକି କହିବି କି ବେଶୀ କିଛି ନ ହେଲେ ନିଜର ମଣିଷତ୍ଵ ହରାନ୍ତୁ ନାହିଁ।

ଯଦି ଏହା ନ ରହିବ କାହାର ଘର ପରିବାର ନିଶ୍ଚୟ ଭାଙ୍ଗି ଯିବ।କିଛି ନ ହେଲେ ତାଙ୍କ ଭଳି ୧ ପ୍ରତିଶତ କିଏ ହୋଇ ରହିବ ବହୁତ ମୁଁ ଖୁସି ହେବି।ସେ ଚାହୁଁଥିଲେ କି ସମସ୍ତେ ଜଣେ ଜଣେ ଭଲ ମଣିଷ ହୁଅନ୍ତୁ।ତାହା ମୋର ବି ଆଶା ଅଛି।ସମସ୍ତେ ସମସ୍ତଙ୍କ ପ୍ରତି ଭଲ ପାଇବା ରଖନ୍ତୁ ଯାହା ଆଜି କାଲି କାହାର କାହା ପ୍ରତି ମଧ୍ୟ ନାହିଁ ।

Leave a Reply

Your email address will not be published. Required fields are marked *