ମାଡ଼ି ଆସୁଛି ବଡ଼ ଭୟଙ୍କର Cyclone ଲଘୁଚାପ,୫ ଦିନ ପ୍ରବଳ ଢାଳିବ ଏହି ଜିଲ୍ଲାମାନଙ୍କରେ,ଏହି ଅଞ୍ଚଳ ରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା

Spread the love

ସାଙ୍ଗମାନେ ଆଜିର ସବୁଠାରୁ ବଡ଼ ଅପଡେଟ ହେଉଛି ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଆଉ ଏକ ଲଘୁଚାପକୁ ନେଇ କରି।ଯାହାକି ଆସନ୍ତା ୫ ତାରିଖ ଅପରାହ୍ନରୁ ନେଇ ଆସନ୍ତା ୬ ତାରିଖ ସନ୍ଧ୍ୟା ମଧ୍ୟରେ ସୃଷ୍ଟି ହୋଇଯିବ।ଯାହାର ପ୍ରଭାବରେ ଆମ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ।ଆଉ ଆଜି ରାତି ମଧ୍ୟରେ କିଛି କିଛି ଜିଲ୍ଲା ମାନଙ୍କରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି।

ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ମାତ୍ରାରେ ବର୍ଷା ଦେଖିବାକୁ ମିଳିପାରେ।ତେବେ ଆସନ୍ତା ୫,୬ ଓ ୭ ତାରିଖରେ ଓଡ଼ିଶାରେ ବହୁତ ଜିଲ୍ଲା ଗୁଡିକରେ ଖାସ କରି ସମୁଦ୍ର ଉପକୂଳ ବର୍ତ୍ତି ଜିଲ୍ଲା ଓ ମଧ୍ୟବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ତେବେ ଆସନ୍ତୁ ଜାଣିବା ଆମ ଓଡ଼ିଶାରେ କେଉଁ ଜିଲ୍ଲାରେ ବର୍ଷା ହେବ ଓ ବିଜୁଳି ଘଡ଼ଘଡ଼ି ବଜ୍ରପାତ ସହିତ କେତେ ପ୍ରବଳ ବର୍ଷା ହେବା

ଲଘୁଚାପ ପ୍ରଭାବରେ କଣ କଣ ହେବ ଆଉ ଆଇଏମଡିର ଜଣ ଅପଡେଟ ଅଛି ଆଜି ଆମେ ଜାଣିବା।ଏବେ ଏବେ ଯାହା କିଛି ନୂଆ ଖବର ଆସିଛି କି ଆମ ଆଇଏମଡି ବା ଆମ ଭାରତୀୟ ପାଣିପାଗ ବିଭାଗ ତରଫରୁ ଆମ ଓଡ଼ିଶାରେ କିଛି ଆଭ୍ୟନ୍ତରୀଣ ଜିଲ୍ଲା ମାନଙ୍କରୁ ତା ସହ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ମାନଙ୍କରେ ୧୦ ରୁ ୧୨ଟି ଜିଲ୍ଲା ମାନଙ୍କରେ ବହୁତ ବର୍ଷା ହୋଇଛି।

ସେଥି ମଧ୍ୟରୁ ୫ଟି ଜିଲ୍ଲାରେ ବିଜୁଳି ଘଡ ଘଡି ସହିତ ପ୍ରବଳ ବର୍ଷା ମଧ୍ୟ ହୋଇଛି।ଆସନ୍ତା କାଲି ଠାରୁ କିଛି କିଛି ଜିଲ୍ଲା ମାନଙ୍କରେ କୋହଲା ପାଗ କରିବା ସହିତ ହାଲକା ଝିପି ଝିପି ବର୍ଷା ହେବ।କାରଣ ଆସନ୍ତା ୫ ତାରିଖ ଅପରାହ୍ନରୁ ନେଇ ଆସନ୍ତା ୬ ତାରିଖ ସକାଳ ପର୍ଯ୍ୟନ୍ତ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି ଆମ ଓଡିଶା ଉପକୂଳ ବଙ୍ଗୋପସାଗରରେ।ଯେଉଁଟା କି ଅଧିକ ଘନୀଭୂତ ହୋଇପାରେ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଯେଉଁ ଜିଲ୍ଲା ମାନଙ୍କରେ ଭଲ ବର୍ଷା ହୋଇଛି ବିଜୁଳି ଘଡ଼ଘଡ଼ି ସହିତ ସେ ସବୁ ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ,କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି,ଗଞ୍ଜାମ।ସବୁ ଜିଲ୍ଲା ମାନଙ୍କରେ କିଛି କିଛି ସ୍ଥାନରେ ବର୍ଷା ହୋଇଛି। ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ବଜ୍ରପାତର ସମ୍ଭାବନା ଅଧିକ ରହିଛି।

କିନ୍ତୁ କିଛି କିଛି ଉପକୂଳବର୍ତୀ ଜିଲ୍ଲା ମାନଙ୍କରେ ଯେମିତିକି ବାଲେଶ୍ଵର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର,ପୁରୀ, ଗଜପତି,ଗଞ୍ଜାମ ଏହି ସବୁ ଜିଲ୍ଲା ମାନଙ୍କରେ ବର୍ଷାର ପରିମାଣ ଅଧିକ ରହିବ।ଏହି ବର୍ଷା ଦ୍ବାରା ମରୁଡି ପରିସ୍ଥିତିରେ ସୁଧାର ଆସିପାରେ।କିନ୍ତୁ କୃଷି ଉପଯୋଗୀ ଆଉ ବର୍ଷା ହେବ ନାହିଁ।ଆପଣ ମାନେ ତ ଜାଣିଥିବେ କିଛି ଜିଲ୍ଲାରେ ତଳି ପଡ଼ି ସେହି ସବୁ ନଷ୍ଟ ହୋଇସାରିଛି ଏବଂ ଏ ବର୍ଷ ବିଶେଷ ଫଳ ପ୍ରଦ ହେବ ନାହିଁ।

Leave a Reply

Your email address will not be published. Required fields are marked *