ସୁଶାନ୍ତ ଙ୍କ ପରେ ବର୍ତମାନ Bollywood ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଙ୍କ ଦେହାନ୍ତ କୁ ନେଇ ସନ୍ଦେହ ଘେର ରେ,ସନ୍ଦେହ ବଢ଼ାଉଛି Medicine ସୁସ୍ଥ ବ୍ୟକ୍ତିର ହାର୍ଟ ଆଟାକ ହେଲା କିପରି?

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ କିଛି ବିଶେଷ କଥା ବିଷୟରେ ଆଲୋଚନା କରିବା।ତେବେ ଏହି ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଆସନ୍ତୁ ଜାଣିବା ଏହି ବିଷୟରେ ତେବେ ଆପଣମାନେ ତ ସମସ୍ତେ ଏହା ନିଶ୍ଚିତ ଭାବରେ ଜାଣିଛନ୍ତିଯେ ଚର୍ଚ୍ଚିତ ଅଭିନେତା ସିଦ୍ଧାର୍ଥ ସୁଲ୍କାଙ୍କ ମୃତ୍ୟୁ ହୋଇଛି।ହେଲେ ସନ୍ଦେହ ବଢ଼ାଇଛି ରାତିରେ ସିଦ୍ଧାର୍ଥ ଖାଇଥିବା ମେଡ଼ିସିନ।ଏବଂ ତା ଠାରୁ ମଧ୍ୟ ଅଧିକ ସନ୍ଦେହ ବଢ଼ାଇଛି କୂପର ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରିବା ଘଟଣା।

କାରଣ ପୂର୍ବରୁ ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଙ୍ଗ ରାଜପୁତଙ୍କୁ ମଧ୍ୟ ମୃତ୍ୟୁ ପରେ ସେହି ସମାନ ହସ୍ପିଟାଲକୁ ନିଆ ଯାଇଥିଲା।ଆଉ ଏବେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ସେହି ଅନୁସାରେ ସିଦ୍ଧାର୍ଥଙ୍କୁ ମଧ୍ୟ ସେହି ସମାନ ହସ୍ପିଟାଲକୁ ନିଆ ଯାଇଛି।ଏବଂ ଏହି ବିଷୟରେ ପ୍ରଶ୍ନ ଉଠିଛି।କିନ୍ତୁ ସେଠାକୁ ଆସିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଡାକ୍ତର ସେହି କଥା ସ୍ପଷ୍ଟ କରିଛନ୍ତି।

ଏହି କଥାକୁ ତାଙ୍କ ଫ୍ୟାନ ମାନେ ଗ୍ରହଣ କରିପାରୁ ନାହାନ୍ତି।ଅଚାନକ ଅଭିନେତା ସିଦ୍ଧାର୍ଥ ସୁଲ୍କାଙ୍କ ଦେହାନ୍ତ ହୋଇଛି।ଗୋଟେ ପଟେ ଏହା ହୃଦଘାତ ଜନିତ ମୃତ୍ୟୁ ବୋଲି କୁହାଯାଉଛି।ହେଲେ ଏହାର ପ୍ରକୃତ କାରଣ କଣ ରହିଛି ତାହା ଖୋଜିବାକୁ ସୋସିଆଲ ମିଡିଆରେ ସିଦ୍ଧାର୍ଥଙ୍କ ଫ୍ୟାନମାନେ ଅନେକ ପ୍ରଶ୍ନ କରିଛନ୍ତି।

ଏପଟେ ସିଦ୍ଧାର୍ଥଙ୍କ ପ୍ରେମିକା ତଥା ଜଣା ଶୁଣା ଅଭିନେତ୍ରୀ ସେହେନାବ ଗିଲଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ ତାଙ୍କ ମାନସିକ ସ୍ଥିତି ଆଦୌ ଠିକ ନାହିଁ।ସେ ଭାଙ୍ଗିପଡ଼ିଥିବାରୁ କିଛି କହିବା ସମ୍ଭବ ନାହିଁ ବୋଲି ତାଙ୍କ ବାପା କହିଛନ୍ତି।ତେବେ ମିଳୁଥିବା ସୂଚନା ଅନୁସାରେ ରାତିରେ ସିଦ୍ଧାର୍ଥ କିଛି ମେଡ଼ିସିନ ଖାଇଥିଲେ।ଏବଂ ସକାଳୁ ଉଥିପାରି ନଥିଲେ।

ତାଙ୍କୁ ଆମ୍ବୁଲାନ୍ସରେ ସକାଳ ୯ଟା ୪୦ ବେଳକୁ କୂପର ହସ୍ପିଟାଲ ଅଣାଯାଇଥିଲା।ସାଙ୍ଗରେ ଭଉଣୀ ଏବଂ ଭିଣେଇଙ୍କ ସମେତ ଆଉ ତିନି ଜଣ ସାଙ୍ଗ ମଧ୍ୟ ଆସିଥିଲେ।କିନ୍ତୁ ତାଙ୍କୁ ହସ୍ପିଟାଲ ଅଣାଯିବା ପୂର୍ବରୁ ସିଦ୍ଧାର୍ଥଙ୍କ ମୃତ୍ୟୁ ହୋଇଛି ବୋଲି ଡାକ୍ତର ସ୍ପଷ୍ଟ କରିଛନ୍ତି।ହେଲେ ହଠାତ ହୃଦଘାତ ହେବା ସେ ବି ଜଣେ ସୁସ୍ଥ ମଣିଷର ଏପରି ହାର୍ଟ ଆଟାକରେ ଅଚାନକ ମୃତ୍ୟୁକୁ କେହି ଗ୍ରହଣ କରିପାରି ନାହାନ୍ତି ଯେଉଁଥିପାଇଁ ପୋଷ୍ଟମଟମ ପୂର୍ବରୁ ତାଙ୍କ ଶରୀର ପରୀକ୍ଷା କରାଯାଇଥିଲା।

ହେଲେ ତିନି ତିନି ଥର ପରୀକ୍ଷା କରିବା ପରେ ମଧ୍ୟ ତାଙ୍କୁ ଶେଷରେ ମୃତ ଘୋଷଣା କରାଯାଇଥିଲା ଏହି ସୂଚନା ମୁମ୍ବାଇ ପୋଲିସ ପକ୍ଷରୁ ମିଳିଛି।ତେବେ ସୁଶାନ୍ତ ସିଙ୍ଘ ରାଜପୁତଙ୍କୁ ନେଇ କୂପର ହସ୍ପିଟାଲ ଏବଂ ସିଦ୍ଧାର୍ଥ ଶୁକ୍ଳାଙ୍କୁ ନେଇ କିଛି ସମ୍ପର୍କ ଅଛି କିମ୍ବା ନାହିଁ ତାହା କେହି ଜାଣିପାରି ନାହାନ୍ତି ଏହା ସତରେ ଏକ ହୃଦଘାତ ଜନିତ ମୃତ୍ୟୁ ନା ଏହା ପଛରେ ଅନ୍ୟ କିଛି କାରଣ ଅଛି ତାହା ପୋଷ୍ଟମଟମ ରିପୋଟରେ ଜଣା ପଡିବ।

Leave a Reply

Your email address will not be published. Required fields are marked *