କରୋନାର ତୃତୀୟ ଲହର ପାଇଁ ଶିଶୁଙ୍କ ଇମ୍ୟୁନିଟି କିପରି ବଢାଇବେ – ଅଭିଭାବକ ମାନେ ନିଶ୍ଚୟ ଜାଣିରଖନ୍ତୁ ଏହି କଥା ଗୁଡିକ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା କରୋନାର ତୃତୀୟ ଲହର ସମୟରେ ଶିଶୁଙ୍କ ରୋଗ ପ୍ରତିରୋଧ କ୍ଷମତା କିପରି ବଢାଇବା?କରୋନାର ସ୍ଥିତି ଦିନକୁ ଦିନ ବଢ଼ିବାରେ ଲାଗିଛି।ଆପଣମାନେ ପ୍ରତିଦିନ ଟିଭି ଏବଂ ନ୍ୟୁଜରେ ଦେଖୁଥିବେ କରୋନା ରୋଗୀମାନଙ୍କ ମୃତ୍ୟୁର ଖବର।ଓ ଅକ୍ସିଜେନ ସିଲିଣ୍ଡର ନପାଇ ଅନେକ ରୋଗୀଙ୍କ ମୃତ୍ୟୁର ଖବର।ଦ୍ୱିତୀୟ ଲହର ଚାଲିଛି ଏବଂ ତୃତୀୟ ଲହର ଆସିବାକୁ ଅଛି।ଏହି ତୃତୀୟ ଲହର ଆସିବାପରେ ଏହା ଶିଶୁମାନଙ୍କ ପ୍ରତି ଅତି କ୍ଷତି କାରକ ହେବ ବୋଲି ଅନୁମାନ କରାଯାଉଛି।ତେବେ ଯଦି ତୃତୀୟ ଲହର ଆସୁଛି ଆମେ ଶିଶୁ ମାନଙ୍କୁ କିପରି ସୁରକ୍ଷିତ ରଖିବା ସେହି ବିଷୟରେ ଚର୍ଚ୍ଚା କରିବା ଏହି ଆର୍ଟିକିଲରେ।ଏଥିପାଇଁ ଏହାକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।

କରୋନା ଆମ ଦେଶକୁ କବଳିତ କରିଛି ଏବଂ ସାରା ଦେଶକୁ ମଧ୍ୟ।ଅନେକ ଲୋକ ଟୀକା ନେଇସାରିଲେଣି କିନ୍ତୁ ଏହା ନେବାପରେ ମଧ୍ୟ ଏହି ରୋଗ ପିଛା ଛାଡ଼ୁନି ତାହା ମଧ୍ୟ ଆପଣମାନେ ଜାଣିଛନ୍ତି।ଦ୍ୱିତୀୟ ଲହର ଚାଲିଛି ଏବଂ ଏହା କୁହାଯାଉଛି କରୋନାର ତୃତୀୟ ଲହର ଆସିବାକୁ ଯାଉଛି।ଯେଉଁ ଟୀକା ଆସିଛି ସେଥିରେ ଶିଶୁମାନଙ୍କ ନିୟମଟି ଲାଗୁହୋଇନାହିଁ।ଏଥିପାଇଁ ଯେଉଁ ତୃତୀୟ ଲହର ଅଶୁଚି ସେଥିରେ ଶିଶୁମାନଙ୍କୁ ଅତି ଯତ୍ନ ସହିତ ରଖିବାକୁ ପଡିବ ଏବଂ ସୁରକ୍ଷିତ ମଧ୍ୟ କରିବାକୁ ପଡିବ।

ପ୍ରତ୍ୟେକ ଶିଶୁ ନିହାତି ଭାବରେ ତାଙ୍କର ଖାଦ୍ୟ ଓ ନିଦ୍ରାକୁ ଧ୍ୟାନ ଦେବାକୁ ପଡିବ।ଅଭିଭାବକ ମାନଙ୍କୁ ନିଜ ଶିଶୁ ମାନଙ୍କ ଖାଇବା ଶୋଇବା ଏବଂ ଖେଳିବାର ସମୟ ସୀମା ସଠିକ ରଖିବାକୁ ପଡିବ।ଏହାସହିତ ଆପଣ ଖାଇବାରେ ତାଜା ପନିପାରିବା ଦେଇପାରିବେ ଓ ଫଳ ମଧ୍ୟ ଦେଇପାରିବେ।ଯେଉଁ ଶିଶୁ ଶୁଖିଲା ଫଳ ଖାଇପାରୁନାହାନ୍ତି ତାଙ୍କୁ ଯୁସ ମାଧ୍ୟମରେ ମଧ୍ୟ ଦେଇପାରିବେ।

ଅଭିଭବକ ମାନେ ପ୍ରଥମେ ଏହା ଧ୍ୟାନ ଦେବା ଉଚିତ ତାଙ୍କ ଶିଶୁର ଖାଇବା ଏବଂ ଶୋଇବା ଠିକ ଭାବରେ ହେଉଛିକି ନାହିଁ।ଏହା ସହିତ ଏହା ମଧ୍ୟ ଧ୍ୟାନ ରଖିବା ଉଚିତ ଶିଶୁଟି କୋଭିଡ ନିୟମ ମାନୁଛିନା ନାହିଁ।ଯଦି ଅଭିଭାବକ ବାହାରୁ ଘରକୁ ଆସୁଛନ୍ତି ତେବେ ନିଜକୁ ପ୍ରଥମେ ସାନିଟାଇଜ କରିବାକୁ ପଡିବ।ଏହା ସହିତ ଆପଣ ନିଜ ଶିଶୁଙ୍କୁ କ୍ଷୀର ଏବଂ କ୍ଷୀର ଜାତୀୟ ଦ୍ରବ୍ୟ ଦିଅନ୍ତୁ।ଏହାଦ୍ୱାରା ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢିବ।ଏହା ସହିତ ପ୍ରୋଟିନ ଯୁକ୍ତ ଖାଦ୍ୟ ଦିଅନ୍ତୁ।

ଏହାତ ଥିଲା ଶିଶୁ ମାନଙ୍କ କଥା।ଏବେ ଜାଣିବା ବଡ଼ ଲୋକ ମାନେ କିପରି ନିଜ ଇମ୍ୟୁନିଟି ବଢ଼ାଇପାରିବେ।ଏଥିପାଇଁ ଆପଣ ଖାଆନ୍ତୁ ଟମାଟୋ ଯୁସ ଏବଂ ପୁଦିନା ଯୁସ।ଟମାଟୋରେ ଆଣ୍ଟିବଡ଼ିଥିବା କାରଣରୁ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ।

Leave a Reply

Your email address will not be published. Required fields are marked *