ୟୁରିନ ଇନଫେକ୍ସନ କାହିଁକି ହୋଇଥାଏ? ଡାକ୍ତର ଙ୍କ ପରାମର୍ଶ ଜାଣିରଖନ୍ତୁ – ନଚେତ ଅସୁବିଧା ରେ ପଡିଯିବେ ଆପଣ..

Spread the love

ସାଙ୍ଗମାନେ ଆଜି ଆମେ ଜାଣିବା ୟୁରିନ ଇନଫେକ୍ସନ ବିଷୟରେ।ୟୁରିନ ଇନଫେକ୍ସନକୁ ଆମେ ଓଡ଼ିଆରେ ମୂତ୍ର ମାର୍ଗ ସଂକ୍ରମଣ କହିଥାଉ।ଆମ ଶରୀର ମଧ୍ୟରେ ଏକ ପରିସ୍ରା ଥଳି ରହିଛି।ଯେଉଠରେ ପରିସ୍ରା ଜମା ହୋଇରହିଥାଏ।ଏବଂ ସେଠାରୁ ପରିସ୍ରା ଏକ ପାଇପ ଦ୍ୱାରା ବାହାରକୁ ଆସିଥାଏ ତାହାକୁ ଆମେ ମୂତ୍ର ମାର୍ଗ ବୋଲି କହିଥାଉ।ଏବଂ ସେହି ସ୍ଥାନରେ ଯଦି ବ୍ୟାକ୍ଟେରିଆ ଆସି ସଂକ୍ରମଣ କରିଥାନ୍ତି ତେବେ ତାହାକୁ ଆମେ ମୂତ୍ର ମାର୍ଗ ସଂକ୍ରମଣ ବୋଲି କହିଥାଉ।

ମୁଖ୍ୟତଃ ପରିସ୍ରା ଥାଳି, ପାଇପ ଏବଂ ମୂତ୍ରମାର୍ଗରେ ସଂକ୍ରମଣ ହେବାର ସମ୍ଭାବନା ଥାଏ।ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ଏହା ମହିଳା ମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ।ଏହାଛଡା ଛୋଟ ଶିଶୁ ମାନଙ୍କ ମଧ୍ୟରେ ହୋଇଥାଏ ଏବଂ ବୟସ୍କ ଲୋକମାନଙ୍କ ମଧ୍ୟରେ ମଧ୍ୟ ଏହା ଦେଖାଯାଇଥାଏ।ଓ ଯେଉଁ ବ୍ୟକ୍ତି ମାନେ ଅନ୍ୟ କୌଣସି ରୋଗରେ ପୀଡିତ ଅଛନ୍ତି କିମ୍ବା ସେମାନଙ୍କ ରୋଗ ପ୍ରତିରୋଧକ କ୍ଷମତା କମ ଅଛି ସେମାନଙ୍କ ଠାରେ ମଧ୍ୟ ଏହା ଦେଖାଯାଏ।ଏବେ ଆସନ୍ତୁ ଜାଣିବା ଏହି ରୋଗ କାହିଁକି ହୋଇଥାଏ।

ଆମ ଶରୀରରେ ଯେତେ ରାସ୍ତା ଅଛି ଯେପରି କାନ,ନାକ ପାଟି ସେହି ସବୁ ସ୍ଥାନରେ ଜୀବାଣୁ ଥାନ୍ତି।ପରିସ୍ରା ରାସ୍ତାରେ ମଧ୍ୟ ଜୀବାଣୁ ଥାନ୍ତି କିନ୍ତୁ ସମସ୍ତିଙ୍କର ଇନଫେକ୍ସନ ହୋଇନଥାଏ।ଯେଉଁମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଭଲ ନଥାଏ ସେମାନଙ୍କୁ ମୁଖ୍ୟତଃ ଏହା ହୋଇଥାଏ।ମହିଳା ମାନଙ୍କ ଠାରେ ଏହି ରୋଗ ହେବାର ସମ୍ଭାବନା ଅଧିକ ଥାଏ କାରଣ ସେମାନଙ୍କ ପରିସ୍ରା ଏବଂ ମଳଦ୍ୱାର ପାଖାପକଖି ଥାଏ।ଯେଉଁମାନେ ପରିସ୍ରା ବେସି ସମୟ ପାଇଁ ରଖିଥାନ୍ତି ସେମାନଙ୍କର ମଧ୍ୟ ସଂକ୍ରମଣ ହେବାର ସମ୍ଭାବନା ଅଧିକ ଥାଏ।ଯେଉଁ ମାନଙ୍କ ମଳ ପରିଷ୍କାର ରହୁନାହିଁ ସେମାନଙ୍କର ମଧ୍ୟ ଏହି ସଂକ୍ରମଣ ହେବାର ସମ୍ଭାବନା ଅଧିକ।ଏବେ ଆସନ୍ତୁ ଜାଣିବା ଏହାର ଲକ୍ଷଣ ବିଷୟରେ।

ଏହାର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ପରିସ୍ରାରେ ଜଳା ପୋଡ଼ା ହେବା ଏବଂ ବାରମ୍ବାର ପରିସ୍ରା ଲାଗିବା।ତଳି ପେଟରେ ଯନ୍ତ୍ରଣା ହେବା।ଜ୍ୱର ମଧ୍ୟ ଆସିଥାଏ।ଯଦି ଆପଣ ଏହାର ଚିକିତ୍ସା କରନ୍ତି ନାହିଁ ତେବେ ଏହା ବହୁତ ପ୍ରକାର ଅସୁବିଧା ସୃଷ୍ଟି କରିଥାଏ।ଯଦି ଏହା ଅଧିକ ପରିମାଣରେ ହୋଇଥାଏ ତେବେ ଏହା କିଡନୀକୁ ମଧ୍ୟ ଯାଇପାରେ ଏବଂ ଅଧିକ କ୍ଷତି କରିପାରେ।

ଯଦି ଆପଣଙ୍କୁ ଏହାର ଲକ୍ଷଣ ଦେଖାଯାଉଛି ତେବେ ଆପଣ ନିଜେ ଘରେ ଏହାର ଚିକିତ୍ସା ନକରି ନିକଟସ୍ଥ ଡାକ୍ତରଙ୍କ ପାଖକୁ ଯାଆନ୍ତୁ।ଯଦି ଆପଣ ଡାକ୍ତର ଦେଖାଇ ଠିକ ସମୟରେ ଆଣ୍ଟିବାୟୋଟିକ ନେବେ ତେବେ ଏହାକୁ ରୋକି ପାରିବେ।ଏଥିପାଇଁ ଏହାର ସଠିକ ସମୟରେ ଚିକିତ୍ସା କରିନେବା ଉଚିତ।ଏହାକୁ ଆପଣ ଆଣ୍ଟିବାୟୋଟିକ ଟାଵଲେଟ କିମ୍ବା ଇଂଜେକସନ ଦ୍ୱାରା ଭଲ କରିପାରିବେ।ଯଦି ଆପଣଙ୍କର ଇନଫେକ୍ସନ ଏତେ ଅଧିକ ସିରିଅସ ନାହିଁ ତେବେ ଟାଵଲେଟ ଦ୍ୱାରା ଏହା ଭଲ ହୋଇପାରିବ।ନଚେତ ଇଂଜେକସନ ଦ୍ୱାରା ଏହାର ଚିକିତ୍ସା କରାଯାଇଥାଏ।

ଯଦି ଆପଣ ଚାହୁଁଛନ୍ତି ଏହି ରୋଗ ଆପଣଙ୍କୁ ନହେଉ ତେବେ ଏଥିପାଇଁ ଆପଣ ସଫାସୁତୁରା ରୁହନ୍ତୁ।ଆପଣଙ୍କୁ ଅପରିଷ୍କାର ଲାଟିନ ବ୍ୟବହାର କରିବା ଉଚିତ ନୁହେଁ।ମହିଳା ମାନେ ପରିସ୍ରା ସ୍ଥାନରେ ସାବୁନ ଲଗାନ୍ତୁ ନାହିଁ।ଏହା ଛଡା ଯଦି ଆପଣଙ୍କ ଅନ୍ୟକୌଣସି ରୋଗ ଅଛି ତେବେ ଏହାକୁ ମଧ୍ୟ ନିୟନ୍ତ୍ରଣରେ ରଖନ୍ତୁ।

Leave a Reply

Your email address will not be published. Required fields are marked *