ନବୀନ ପଟ୍ଟନାୟକ କୃଷକଙ୍କ ପାଇଁ ପୁଣି ବଡ ଘୋଷଣା – କାଳିଆ ଯୋଜନାରେ ଆଜି ପୁଣି ପଇସା ଦିଆଯିବ – ତା ସହ ଏହି ଲୋକମାନେ ମଧ୍ୟ ପାଇବେ ପଇସା – ଏବେ ଦେଖନ୍ତୁ ଆପଣ ପାଇବେ ନା ନାହିଁ..

Spread the love

ଏହି କୋଭିଡ ମହାମାରୀ ସମୟରେ ନବୀନ ପଟ୍ଟନାୟକ ଗରିବ କୃଷକ ତଥା ଗରିବ ଲୋକ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସହାୟକ ରାଶି ଘୋଷଣା କରିଛନ୍ତି।ରାଜ୍ୟ ସରକାର କାଳିଆ ହିତାଧିକାରୀଙ୍କ ପାଇଁ ଏକହଜାର ଟଙ୍କା ଲେଖା ସହାୟକ ରାଶି ଘୋଷଣା କରିଛନ୍ତି।କାଳିଆ ଯୋଜନାର ସମସ୍ତ ହିତାଧିକାରୀଙ୍କୁ ତିନି ଗୋଟି କିସ୍ତିରେ ୨୦୭ କୋଟି ଟଙ୍କାର ସହାୟକ ରାଶି ଘୋଷଣା କରାଯିବ।ଏହା ସହିତ ଅନ୍ୟ ଛୋଟ ଓ ବଡ଼ ଚାଷୀ ମାନଙ୍କ ପାଇଁ କିଛି କିଛି ସହାୟକ ରାଶି ଘୋଷଣା କରିଛନ୍ତି ଆମ ମୁଖ୍ୟମନ୍ତ୍ରୀ।ତେବେ ଆଜି କାଳିଆ ଯୋଜନା ପଇସା ଟ୍ରାନ୍ସଫର ହେବାକୁ ଯାଉଛି ବନ୍ଧୁଗଣ ଆଜି ଏହି ୨୦୭ କୋଟି ଟଙ୍କା ଭୂମିହୀନ ଚାଷୀ ମନକୁ ପଠାଯିବା |ଭୂମି ହୀନ ଲୋକଙ୍କୁ ଏହି ପଇସା ଦିଆଯିବ |କାଳିଆ ଯୋଜନା ଭୂମିହୀନ ଚାଷୀଙ୍କୁ ୧ ହଜାର ଲେଖାଏଁ ପଠା ଯିବା |ତେବେ ଯଦି ଆପଣ କାଳିଆ ଯୋଜନା ର ହିତାଧିକାରୀ ତେବେ ଆଜି ଆପଣଙ୍କ ଖଟରେ ୧ ହଜାର ଟଙ୍କା ଆସିବା|ତେବେ ଆପଣ ଯାଇକି ନିଜ ଖାତା ଚେକ କରନ୍ତୁ

ଖାଦ୍ୟ ସୁରକ୍ଷା ସର୍ବଦା ଆମ ରାଜ୍ୟ ସରକାରଙ୍କର ପ୍ରାଥମିକ ଲକ୍ଷ୍ୟ ରହି ଆସିଛି।କାରଣ ଆମ ରାଜ୍ୟ ସରକାର ଜାଣନ୍ତି ଆମ ରାଜ୍ୟରେ ଅନେକ ଗରିବ ଶ୍ରେଣୀର ଲୋକ ରହିଛନ୍ତି ଯେଉଁ ମାନେ ଅନେକ ସମସ୍ୟାର ସର୍ବଦା ରହି ଥାଆନ୍ତି।ଏହା ସହିତ ଏହି କୋଭିଡ ସେମାନଙ୍କ ସମସ୍ୟାକୁ ଅଧିକ ଗୁରୁତର କରିଦେଇଛି।ଲକ ଡାଉନ ଫଳରେ ସେମାନେ ନିଜର ଦୈନିକ କାର୍ଯ୍ୟ କରିବାରେ ଅସମର୍ଥ ହେଉଛନ୍ତି ଫଳରେ ସେମାନଙ୍କ ରୋଜଗାର ପ୍ରାୟତଃ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି।

ଯାହା ଫଳରେ ସେମାନେ ନିଜର ଦୈନନ୍ଦିନ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ସେମାନେ ନିଜର ଦୈନିକ ଖାଦ୍ୟ ଯୋଗାଡ଼ କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ତେଣୁ ରାଜ୍ୟ ସରକାର ଏହି ସବୁ ଶ୍ରେଣୀର ଲୋକ ମାନଙ୍କ ପାଇଁ ୨ ମାସ ପର୍ଯ୍ୟନ୍ତ ମାଗଣା ମୁଣ୍ଡ ପିଛା ୫ କେଜୀ ଚାଉଳ ଦେବା ପାଇଁ ଘୋଷଣା କରିଛନ୍ତି।ଏଥିପାଇଁ ପ୍ରାୟ ୯୩ କୋଟି ଟଙ୍କା ଖର୍ଚ୍ଚ ହେବ।ଏହା ସହିତ ସେମାନଙ୍କୁ ଅନ୍ୟ ସୁବିଧା ସହଯୋଗ ଯୋଗାଇଦେବାକୁ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ଓଡ଼ିଶାରେ ଅନେକ ଆଦିମ ଅଧିବାସୀ ବାସ ବାସ କରିଥାନ୍ତି।ସେମାନଙ୍କ ସମସ୍ୟା ମଧ୍ୟ ଏବେ ବହୁତ ଅଧିକ।ତେଣୁ ପ୍ରତ୍ୟେକ ପରିବାରକୁ ୫ ହଜାର ଲେଖା ଟଙ୍କା ସହାୟତା ଯୋଗାଇ ଦେବାକୁ ନବୀନ ସରକାର ଘୋଷଣା କରିଛନ୍ତି।ଏହାକୁ ସିଧା ସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ।ଏଥିପାଇଁ ପ୍ରାୟ ୩୨ କୋଟି ଟଙ୍କା ଖର୍ଚ କରାଯିବ।ଏହା ସହିତ ଜନଜାତି ତଥା ଗରିବ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କର ଛାତ୍ରବୃତ୍ତି ସେମାନଙ୍କ ପିତା ମାତାଙ୍କ ବ୍ୟାଙ୍କ ଖାତାରେ ଦୁଇଟି ପର୍ଯ୍ୟୟରେ ଜମା କରାଯିବ।

ଏହାପରେ ରାଜ୍ୟରେ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ୧୫୦୦ ଟଙ୍କା ଲେଖା କୋଭିଡ ସହାୟତା ଘୋଷଣା କରିଛନ୍ତି।ଏହା ସହିତ ଦିବ୍ୟଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ସହାୟତା ରାଶି ଘୋଷଣା କରାଯାଇଛି।ସେମାନଙ୍କୁ ମାସିକ ୨୦୦-୩୦୦ ଟଙ୍କା ସହାୟତା ଯୋଗାଇ ଦିଆ ଯିବ।ଏହା ସହିତ ସ୍ବତନ୍ତ୍ର ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ମାସିକ ଖାଦ୍ୟ ଖର୍ଚ୍ଚ ବାବଦରେ ୧୨୪୫ ଟଙ୍କା ମାସିକ ଦିଆଯିବ।ଏହା ଫଳରେ ଅନେକ ଛାତ୍ରଛାତ୍ରୀ ଉପକୃତ ହେବେ।ଏହା ଛଡା ଅଣଆବାସିକ ଛାତ୍ର ଛାତ୍ରୀ ମାନଙ୍କୁ ମାସିକ ୩୭୦ ଟଙ୍କା ଲେଖା ସହାୟତା ଯୋଗାଇ ଦିଆଯିବ।ଏହି ସବୁ କିଛି ବଡ଼ ଖବର ଆମ ରାଜ୍ୟ ସରକାର ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *