ମାଳିକା ଭକ୍ତଙ୍କର କଳିଯୁଗ ଶେଷ ସମ୍ପର୍କରେ ପୂର୍ବାନୁମାନ – କହିଲେ ଆଗାମୀ ଦିନରେ ସ ନାମ ଧରି ଲୋକ ହେବେ ଦେଶର ପ୍ରଧାନମନ୍ତ୍ରୀ – ଦେଖନ୍ତୁ କଣ କହିଲେ..

Spread the love

ଆମେ ଯେଉଁ ମାଳିକା ଭକ୍ତଙ୍କର ବିଷୟରେ କଥା ହେବାକୁ ଯାଉଛେ ସେ ୧୯୫୮ ମସିହାରୁ ମା ଭଗବତୀଙ୍କ ଚରଣରେ ଅଛନ୍ତି।ସେ ଅନେକ ଦିନରୁ ମାଙ୍କ ପୂଜା ଅର୍ଚ୍ଚନା କରୁଛନ୍ତି।ମା ଙ୍କ କୃପାରୁ ସେ ଅନେକ ଥର ମା ଭଗବତୀଙ୍କ ଦର୍ଶନ ମଧ୍ୟ ପାଇଛନ୍ତି।ସେ ମାଙ୍କ ପରମ ଭକ୍ତ ଭାବରେ ଅନେକ ବର୍ଷ ତଳୁ ମା ଭଗବତୀଙ୍କ ଆରାଧନା କରୁଛନ୍ତି।ସେ ନିଜର ତଥା ନିଜ ପରିବାରର ଅନେକ ସମୟ ମାଙ୍କ ଆରାଧନାରେ ବ୍ୟତୀତ କରିଥାନ୍ତି।ସେ ୧୯୯୮ ମସିହାରେ ପ୍ରଥମେ ମା ଭଗବତୀଙ୍କ ପୂଜା ଅର୍ଚ୍ଚନା ଆରମ୍ଭ କରିଥିଲେ।

ଏହାପରେ ସେ ୨୦୧୧ ମସିହାରେ ପ୍ରଥମେ ଏକ ମୂର୍ତ୍ତିକୁ ସମ୍ପୂର୍ଣ୍ଣ ରୀତି ପୂର୍ବକ ସ୍ଥାପନ କରି ଆଜି ପର୍ଯ୍ୟନ୍ତ ଏହାର ପୂଜା ଅର୍ଚ୍ଚନା କରି ଆସୁଛନ୍ତି।ସେ ମା ଭଗବତୀଙ୍କ କୃପାରୁ ଅନେକ ଭଜନ ତଥା ଅନେକ ଶ୍ଳୋକ ରଚନା କରିଛନ୍ତି।କଳିଯୁଗର ଶେଷ ସମୟ ଏଭଳି ହେବ ଯାହାର କଳ୍ପନା ମଧ୍ୟ ଆମେ କରିପାରିବା ନାହିଁ।ମହାପୁରୁଷ ଅଚ୍ୟୁତାନନ୍ଦ ନିଜର ଭକ୍ତ ରାମ ଦାସଙ୍କୁ କହୁଛନ୍ତି କଳିଯୁଗର ଶେଷ ସମୟ ଏଭଳି ହେବ ଯାହାର କଳ୍ପନା ମଧ୍ୟ ଆମେ କରିପାରିବା ନାହିଁ ଓ ଏହାକୁ ଲେଖିବା ପାଇଁ ମୋର ଲେଖନି ମୁନ ମଧ୍ୟ ଚାଲୁନାହିଁ।

ଅଚ୍ୟୁତାନନ୍ଦ କହୁଛନ୍ତି କଳିଯୁଗ ଶେଷ ସମୟରେ ସମସ୍ତ ନଦୀ ନିଜର ଦିଗ ପରିବର୍ତ୍ତନ କରି ଏହାର ବିପରୀତ ଦିଗରେ ପ୍ରବାହିତ ହେବ।ଭଗବାନ ଅଚ୍ୟୁତାନନ୍ଦଙ୍କ ଲେଖିବା ଅନୁସାରେ ଭଗବାନ କହିଛନ୍ତି ସାତଟି ଗ୍ରାମକୁ ନଷ୍ଟ କରି ଗୋଟିଏ ଗ୍ରାମ ବନାଇବେ ଓ ପ୍ରତ୍ୟେକ ଗ୍ରାମରେ ଗୋଟିଏ କି ଦୁଇଟି ଲୋକ ରଖିବେ।ସେ ନିଜର ଲେଖନୀରେ ସମସ୍ତ ଜଗତର ହେବାକୁ ଯାଉଥିବା ଅବସ୍ଥା ସମ୍ପର୍କରେ ଭବିଷ୍ୟବାଣୀ କରିଯାଇଛନ୍ତି।ସେ ଅନେକ ଲୋକଙ୍କୁ ନିଜର ଭବିଷ୍ୟବାଣୀ ମାଧ୍ୟମରେ ସଚେତନ କରିଛନ୍ତି ନିଜର କର୍ମ ପରିବର୍ତ୍ତନ କରିବାକୁ ଉପଦେଶ ଦେଇଛନ୍ତି।ତେବେ ତାଙ୍କ ମତରେ ସ ନାମର ପ୍ରଧାନମନ୍ତ୍ରୀ ହେଲେ କଳିଯୁଗ ଶେଷ ଆଡକୁ ଗତି କରିବ

ମାଳିକା ଅନୁସାରେ କଲି ଯୁଗର ଶେଷ ସମୟ ଆସିବା ପୂର୍ବରୁ ଏହାର କିଛି ଲକ୍ଷଣ ମାନ ଦେଖାଯିବ ଯେପରିକି ସମସ୍ତ ପଶୁ ପକ୍ଷୀ ମାନେ ପାଗଳ ହୋଇଯିବେ ଓ ସେମାନେ ସମସ୍ତ ମନୁଷ୍ୟ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ କମୁଡ଼ିବେ।ଏହିଭଳି ପରିସ୍ଥିତି ଆସିବ ମାତ୍ରେ ଆମେ ଯାଣିନେବା ଯେ କଳିଯୁଗର ଶେଷ ସମୟ ନିକଟତର।ଏହାପରେ ଭଗବାନ ଅଚ୍ୟୁତାନନ୍ଦ ନିଜ ମାଳିକାରେ ଲେଖିଛନ୍ତି ଯେତେବେଳେ ଭଗବାନ ଜଗନ୍ନାଥଙ୍କ ମନ୍ଦିର ଉପରୁ ୭ ଥର ପଥର ଖସିବ ସେତେବେଳେ ଶେଷ ସମୟ ଆସିବାର ସୂଚନା ପ୍ରଦାନ କରିବ।

ଆମେ ସମସ୍ତେ ଜାଣୁ ଭଗବାନ ଜଗନ୍ନାଥଙ୍କ ମନ୍ଦିରରୁ ୩ ଥର ପଥର ଖସି ସାରିଲାଣି।ଏହା କଳିଯୁଗ ଶେଷ ସମୟର ସୂଚନା ନୁହେଁ ତ।ଯେତେବେଳେ ଆମେ ଦେଖିବା କୁକୁଡ଼ାର ମକଟ ନାଲିରୁ ଧଳାରେ ପରିବର୍ତ୍ତନ ହେବ ସେତେବେଳେ ଆମେ ବୁଝିନେବା କି ଭଗବାନ କଳ୍କୀ ଙ୍କର ଆବିର୍ଭାବ ହୋଇସାରିଛି।ଏହାର ଅର୍ଥ କଳିଯୁଗର ଶେଷ ସମୟ ଆସିଯାଇଛି।ସେହି ସମୟରୁ ବିନାଶର ସମୟ ଆରମ୍ଭ ହେବା ସୁନିଶ୍ଚିତ।ତେଣୁ ଭଗବାନ ଅଚ୍ୟୁତ କହିଛନ୍ତି କି ନିଜର କର୍ମରେ ପରିବର୍ତ୍ତନ କରିବା ଆବଶ୍ୟକ ନଚେତ ଏହି ପ୍ରଳୟ ଆଉ ବେସୀ ସମୟ ଅପେକ୍ଷା କରିବ ନାହିଁ।

Leave a Reply

Your email address will not be published. Required fields are marked *